Hindi News >>Home >>Odisha National-International

Shocking News: ଅନଲାଇନ ଅର୍ଡର କେକ୍ ଖାଇ ଗଲା ଦଶ ବର୍ଷୀୟ ନାବାଳିକାର ଜୀବନ

Shocking News:  ଲଗାତାର ବାନ୍ତି ମଧ୍ୟ କରିଥିଲେ। ମାନୱୀଙ୍କ ବାପାଙ୍କ କହିବା କଥା ମାନୱୀ ବାରମ୍ବାର ପାଣି ପିଉଥିଲେ ପରେ ଚେତାଶୂନ୍ୟ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।   

Advertisement
Shocking News: ଅନଲାଇନ ଅର୍ଡର କେକ୍ ଖାଇ ଗଲା ଦଶ ବର୍ଷୀୟ ନାବାଳିକାର ଜୀବନ
Rasmita Sahoo|Updated: Mar 31, 2024, 10:37 AM IST
Share

Shocking News: ପଞ୍ଜାବର ପଟିଆଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଘରେ ଚାଲିଥିବା ବାର୍ଥ ଡେ ସେଲିବ୍ରେସନ ସୁଖ ଶେଷରେ ଶୋକରେ ପରିଣତ ହୋଇଛି। ଘଟଣାଟି ବହୁତ ହୃଦୟ ବିଦାରକ। ଯେତେବେଳେ ଜନ୍ମଦିନ ପାଳନ କରୁଥିବା ନାବାଳିକା ଜଣକ ନିଜ ବାର୍ଥ ଡେ କେକ୍ ଖାଇଥିଲା ସେତେବେଳେ ଘରର ଲୋକ ଓ ସେ ବହୁତ ଖୁସି ଥିଲେ ଏହି ଖୁସି କିଛି ସମୟ ପାଇଁ ଥିଲା। କାରଣ କେକ୍ ଖାଇବା ପରେ ୧୦ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ସୂଚନା ପାଇବା ପରେ ପୋଲିସ ନିଜ ତଦନ୍ତ ରେ ଲାଗିପଡ଼ିଛି। 

ମୃତ ନାବାଳିକାଙ୍କ ନାଁ ମାନୱୀ । ବୟସ ମାତ୍ର ୧୦ ବର୍ଷ । ଗତକାଲି ତାଙ୍କର ଜନ୍ମଦିନ ଥିଲା । ଘର ଲୋକ ତାଙ୍କ ବାର୍ଥ ଡେ ସେଲିବ୍ରେସନ(BirthDay Celebration) ପାଇଁ ଅନଲାଇନରୁ ଏକ ବେକେରୀ ସପ୍ ରୁ ଚକୋଲେଟ କେକ୍ ଅର୍ଡର କରିଥିଲେ । ଖୁବ ଖୁସିରେ ସେଲିବ୍ରେସନ ହୋଇଥିଲ ବାର୍ଥ ଡେ । ମାନୱୀ କେକ୍ କାଟିଥିଲେ ଓ ସମସ୍ତଙ୍କୁ ଦେଇଥିଲେ। ହେଲେ ଏହାର କିଛି ସମୟରେ ମାନୱୀଙ୍କ ସହ ଅନ୍ୟ କିଛି ଶିଶୁ ଯେଉଁମାନେ କେକ୍ ଖାଇଥିଲେ ତାଙ୍କୁ ଅବଶ ଅବଶ ଲାଗିଥିଲା। ଲଗାତାର ବାନ୍ତି ମଧ୍ୟ କରିଥିଲେ। ମାନୱୀଙ୍କ ବାପାଙ୍କ କହିବା କଥା ମାନୱୀ ବାରମ୍ବାର ପାଣି ପିଉଥିଲେ ପରେ ଚେତାଶୂନ୍ୟ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହାପରେ ଯେଉଁ ଘରେ ବାର୍ଥ ଡେ ସେଲିବ୍ରେସନ କରାଯାଉଥିଲା ସଙ୍ଗେ ସଙ୍ଗେ ଶୋକର ଛାୟା ଖେଳିଯାଇଥିଲା । ମାନୱୀଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅର ମୃତ୍ୟୁ କେକ୍ ପାଇଁ ହୋଇଛି। ତେବେ ତୁରନ୍ତ ଥାନାରେ ମାମଲା ଦାୟର କରିଛନ୍ତି। ମାମଲାଟି ବେକେରୀ ସପ୍ ମାଲିକ ଓ ଦୋକାନ ନାଁରେ କରାଯାଇଛି। ପରିବାର ଏକଥା ବି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପିଲାଙ୍କୁ କେକ୍ ସାହାଯ୍ୟରେ କେହି ବିଷ ଦେଇଛି(Poisonus Death)। ତେବେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି। ଅନ୍ୟପଟେ ପୋଲିସ ର କହିବା କଥା, ନାବାଳିକାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ କେକ୍ ର ଯାଞ୍ଚ ରିପୋର୍ଟ ମଧ୍ୟ ଆସିନାହିଁ। ଦୁଇଟି ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

ମୃତ ନାବାଳିକାର ପରିବାର ସଦସ୍ୟ କହିଛନ୍ତି ଯେ ଆମ ଘରେ ଅର୍ଡର ହୋଇଥିବା କେକ୍ ମଧ୍ୟ ଯାଞ୍ଚ କରାଯିବା ଉଚିତ୍। ଅନ୍ୟପକ୍ଷରେ, ଯେଉଁଠାରୁ ଡେଲିଭରି ବ୍ୟକ୍ତି ଅର୍ଡର ନେଇଥିଲେ ସେହି ଦୋକାନୀ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଯେ କେକ୍ ତାଙ୍କ ଦୋକାନରୁ ଯାଇନାହିଁ। ଏହି ସମୟରେ ପୋଲିସ ଅଧିକାରୀ (Police Officer) ସୁରିନ୍ଦର ସିଂ କହିଛନ୍ତି ଯେ କେକ୍ କେଉଁଠୁ ଆସିଛି ଆମେ ଅନୁସନ୍ଧାନ କରୁଛୁ। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: Colon Cancer Symptoms: କେମିତି ଜାଣିବେ ପେଟ କ୍ୟାନସର, ଦେଖାଦିଏ ଏସବୁ ଲକ୍ଷଣ

Read More
{}{}