Hindi News >>Home >>Odisha National-International

Rahul Gandhi: ଅଦାନୀ ମାମଲାରେ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

Rahul Gandhi: ଆଦାନୀ ଗୃପ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଦାନୀ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱିକାର କରିବେ ନାହିଁ। ସେପଟେ ଆଦାନୀକୁ ଗିରଫ ନକରିବାରୁ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। 

Advertisement
Rahul Gandhi: ଅଦାନୀ ମାମଲାରେ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
Prabhudatta Moharana|Updated: Nov 27, 2024, 04:20 PM IST
Share

Rahul Gandhi: ନୂଆଦିଲ୍ଲୀ: ଆଦାନୀ ଗୃପ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଦାନୀ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱିକାର କରିବେ ନାହିଁ। ସେପଟେ ଆଦାନୀକୁ ଗିରଫ ନକରିବାରୁ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। ଏହା ସହ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି। 

Also Read: ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ ପ୍ରସଙ୍ଗ: ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲା ବିଜେଡି, କ୍ଷମା ମାଗନ୍ତୁ ସରକାର

Also Read: ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ସାମିଲ ନିଷ୍ପତ୍ତିକୁ ବିଜେଡ଼ିର ବିରୋଧ

ଅଦାନୀଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ କି ଆପଣ ଭାବୁଥିବେ ଯେ ଆଦାନୀ ଏହି ଅଭିଯୋଗ ଗ୍ରହଣ କରିବେ କି? ଆଜ୍ଞା ହଁ ସେ ଏହି ଅଭିଯୋଗକୁ ଅସ୍ୱୀକାର କରିବେ। ତାଙ୍କୁ ଗିରଫ କରାଯିବା ଉଚିତ୍। ଅନେକ ଲୋକଙ୍କୁ ଛୋଟ ଅଭିଯୋଗରେ ଗିରଫ କରାଯାଉଛି ଏବଂ ଆଦାନୀଙ୍କୁ ଆମେରିକାରେ ହଜାରେ କୋଟି ଟଙ୍କା ଲାଞ୍ଚ ଦେଉଥିବା ନେଇ ଅଭିଯୋଗ ଆସିଛି। ଏନେଇ ସେ ଜେଲରେ ରହିବା ଉଚିତ। କିନ୍ତୁ ସରକାର ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। 

ଗୌତମ ଆଦାନୀ ଗୃପ ଆଜି ଏକ ବିବୃତ୍ତି ଜାରି କରି କହିଛି ଯେ ଆମେରିକାର ଦୁର୍ନୀତି ଅଭ୍ୟାସ ଅଧିନିୟମ ଅନୁଯାୟୀ ଅଭିଯୋଗ ହେବାର କୌଣସି ସତ୍ୟତା ନାହିଁ ଏବଂ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଭିନେଟ ଜୈନଙ୍କୁ ଆମେରିକା କ୍ଲିନଚିଟ ଦେଇ ସାରିଛି। DOG ଅଭିଯୋଗ କିମ୍ବା US SEC ନାଗରିକ ଅଭିଯୋଗରେ ଦର୍ଶାଯାଇଥିବା ମାମଲା ଆମେରିକାର ଦୁର୍ନୀତି ଅଭ୍ୟାସ ଆଇନର କୌଣସି ଉଲ୍ଲଂଘନର ସତ୍ୟତା ନାହିଁ ବୋଲି ଦର୍ଶାଇଛି। 

ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା ଭୁଲ ଖବର
ଏହାପୂର୍ବରୁ ସୋମବାର ଦିନ ଆଦାନୀ ଗ୍ରୁପ୍ ଲାଞ୍ଚ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଏହା ପରେ ଆଜି ଷ୍ଟକ୍ ଏକ୍ସଚେଞ୍ଜରେ ସୂଚନା ଦେଇଛି ଯେ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଭିନେଟ ଜୈନଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ ନାହିଁ, କେବଳ ଆମେରିକାର ଜଷ୍ଟିସ୍ ବିଭାଗର ସିଡିପିଓ ଏବଂ ଆଜୁର୍ ଅଧିକାରୀ ତିଆରି କରାଯାଇଛି। ଆଦାନୀ ଗ୍ରୁପ୍ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ଏବଂ ଦୁର୍ନୀତି ଅଭିଯୋଗ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଭୁଲ ଅଟେ।

Read More
{}{}