Operation Sindoor: ଅପରେସନ୍ ସିନ୍ଦୁର ପରେ ଭାରତ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମାସ ଶେଷରେ ଚୀନ୍ ଗସ୍ତ କରିପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠାରେ ସେ ଶାଣ୍ଡୋଙ୍ଗ ପ୍ରଦେଶର କ୍ୱିଂଡାଓରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିପାରନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ୨୪ ରୁ ୨୫ ଜୁନ୍ ମଧ୍ୟରେ ହୋଇପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଗାଲୱାନ୍ ସଂଘର୍ଷ ପରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ୍ ଡଙ୍ଗ୍ ଜୁନ୍ଙ୍କୁ ଭେଟିବାକୁ ଯାଉଛନ୍ତି । ସେହିପରି ଅପରେସନ୍ ସିନ୍ଦୁର ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି। ଗାଲୱାନ ବିବାଦ ପରେ ଏପର୍ଯ୍ୟନ୍ତ ଚୀନ୍ ନେତାମାନେ କେବଳ ଅନ୍ୟ ଦେଶରେ ଭାରତୀୟ ନେତାମାନଙ୍କୁ ଭେଟିଛନ୍ତି।
ଚୀନ୍ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇପାରନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ମଧ୍ୟ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜନାଥ ସିଂହ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଭେଟ ପରେ କଥା ହେବେ କି ନାହିଁ ସେ ବିଷୟରେ ବର୍ତ୍ତମାନ ଆଲୋଚନା ହେବା ଆରମ୍ଭ ହେଲାଣି । ଭାରତ ଏବଂ ପାକିସ୍ତାନ 2017 ରୁ ସାଂଘାଇ ସହଯୋଗ ସଙ୍ଗଠନର ସଦସ୍ୟ ରହିଛନ୍ତି। ଭାରତ ଏବଂ ପାକିସ୍ତାନ ବ୍ୟତୀତ ଏହି ସଂଗଠନରେ ଅନ୍ୟଦେଶ ମଧ୍ୟ ଅଛନ୍ତି । ରୁଷ, ଚୀନ୍, କାଜାଖସ୍ତାନ, କିର୍ଗିଜ୍ ଗଣରାଜ୍ୟ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଏବଂ ବେଲାରୁଷ ମଧ୍ୟ ସଙ୍ଗଠନରେ ସାମିଲ ଅଛନ୍ତି।
ଅନ୍ୟପଟେ, ସମଗ୍ର ବିଶ୍ୱ ବର୍ତ୍ତମାନ SCO ବୈଠକ ଉପରେ ନଜର ରଖିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଆଗକୁ SCO ବୈଠକ ହେବାକୁ ଯାଉଛି। ଏଥର ସମଗ୍ର ବିଶ୍ୱର ନଜର ଏହି ବୈଠକ ଉପରେ ରହିବ। ଅପରେସନ୍ ସିନ୍ଦୁର ସମୟରେ ଚୀନ୍ ପାକିସ୍ତାନକୁ ସମର୍ଥନ କରିଥିଲା। ଭାରତ ପକ୍ଷରୁ ଯେତେବେଳେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ଆରମ୍ଭ କରାଯାଇଥିଲା ସେତେବେଳେ ପାକିସ୍ତାନ ମେଡ୍ ଇନ୍ ଚାଇନା ମିସାଇଲ୍ ସହିତ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ, LAC ରେ 3488 କିଲୋମିଟରରେ ଉତ୍ତେଜନା ଜାରି ରହିଛି।
Also Read- Crime News: ଗୋପାଳପୁର ବେଳାଭୂମୀ ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ
Also Read- Guru Atichari 2025: ଗୁରୁ ଅତିଚାରୀ ପ୍ରଭାବ ଏହି ୫ ରାଶିରେ ପଡିବ