Home >>Odisha National-International

Rama Subramanyam: ବିଚାରପତି ରାମା ସୁବ୍ରମଣ୍ୟନ ଏନଏଚଆରସିର ଚେୟାରମ୍ୟାନ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ମାନବ ଅଧିକାର ଆୟୋଗ (NHRC)ର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କୁ ନିଯୁକ୍ତି ଦିଆଯାଇଛି। ମାନବ ଅଧିକାର ଅଧିକାର ଅଧିନିୟମ, ୧୯୯୩ର ଧାରା ୪ର ଉପ-ଧାରା (1) ବଳରେ ରାମାସୁବ୍ରମଣ୍ୟମଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି।  ଏଠାରେ କହି

Advertisement
Rama Subramanyam: ବିଚାରପତି ରାମା ସୁବ୍ରମଣ୍ୟନ ଏନଏଚଆରସିର ଚେୟାରମ୍ୟାନ ଭାବେ ନିଯୁକ୍ତ
Prabhudatta Moharana|Updated: Dec 24, 2024, 08:06 AM IST
Share

Rama Subramanyam:ନୂଆଦିଲ୍ଲୀ: ଜାତୀୟ ମାନବ ଅଧିକାର ଆୟୋଗ (NHRC)ର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କୁ ନିଯୁକ୍ତି ଦିଆଯାଇଛି। ମାନବ ଅଧିକାର ଅଧିକାର ଅଧିନିୟମ, ୧୯୯୩ର ଧାରା ୪ର ଉପ-ଧାରା (1) ବଳରେ ରାମାସୁବ୍ରମଣ୍ୟମଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି। 

ଏଠାରେ କହି ରଖୁକି ଜଷ୍ଟିସ ସୁବ୍ରମଣ୍ୟନ ୧୯୫୮ ମସିହା ଜୁନ ୩୦ ତାରିଖରେ ବିବେକାନନ୍ଦ କଲେଜରୁ ନିଜର ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ମାଡ୍ରାସ ଲ କଲେଜରେ ନିଜର ଆଇନ ଶିକ୍ଷା ହାସଲ କରିଥିଲେ। ୧୯୮୩ ଫେବୃଆରୀ ୧୬ରେ, ସେ ବାର ଆସୋସିଏସନ ସହିତ ନିଜକୁ ଜଡ଼ିତ କରିବା ସହିତ ୨୦୦୬ ମସିହା ଜୁଲାଇ ୩୧ରେ କୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ପରେ ତାଙ୍କୁ ୨୦୦୯ ନଭେମ୍ବର ୯ ରେ ସ୍ଥାୟୀ ବିଚାରପତି କରାଯାଇଥିଲା। ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ ୨୭ ଏପ୍ରିଲ, ୨୦୧୬ରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟର ହାଇଦ୍ରାବାଦ ହାଇକୋର୍ଟର ବିଚାର ବିଭାଗକୁ ସ୍ଥାନାନ୍ତରିତ ହୋଇଥିଲେ।

ପରବର୍ତ୍ତି ସମୟରେ ସେ ହିମାଚଳ ପ୍ରଦେଶର ହାଇକୋର୍ଟର ବିଚାରପତି ହେବା ସହିତ ୨୩ ସେପ୍ଟେମ୍ବର ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ପାଇଥିଲେ। ଏଠାରେ ସେ ଜୁନ ୨୦୨୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। 

Read More
{}{}