Hindi News >>Home >>Odisha National-International

Ramdev: କ୍ଷମା ମାଗିଲେ ରାମଦେବ, କହିଲେ ଆଉ ଏମିତି ଭୁଲ ହେବନି...

Ramdev: ବାବା ରାମଦେବ ଏବଂ ପାତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲାକ୍ରିଷ୍ଣନ୍‍ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସୁପ୍ରିମ୍‍ କୋର୍ଟଙ୍କ ପାଖରେ ଏକ ସତ୍ୟପାଠ ଏହି ଉଦ୍ଦେଶ୍ୟରେ ମଧ୍ୟ ଦାଖଲ କରିଛନ୍ତି।   ବିଭିନ୍ନ ରୋଗ ଭଲ କରିଦେବା ତଥା ଏଲୋପାଥିକୁ ବ୍ୟଙ୍ଗ କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମାମଲା ଚାଲିଛି।  ପଢନ୍ତୁ ପୂରା ରିପୋର୍ଟ...

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
ସୌଜନ୍ୟ-ସୋସିଆଲ୍ ମିଡିଆ
Zee Odisha Desk|Updated: Apr 10, 2024, 09:20 AM IST
Share

Ramdev: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦ ପ୍ରତିଷ୍ଠାତା ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା (Acharya Balkrishna) ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏପ୍ରିଲ୍ ୬ରେ କୋର୍ଟରେ ଦିଆଯାଇଥିବା ଆଫିଡେଭିଟ୍ ରେ ସେ କହିଛନ୍ତି ଯେ, ଭବିଷ୍ୟତରେ ଏଭଳି ବିଜ୍ଞାପନ ଦେଖାଇବେ ନାହିଁ । ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାମଦେବ ଏହି ପ୍ରସଙ୍ଗରେ ମଧ୍ୟ କ୍ଷମା ମାଗିଥିଲେ । 

ଏହି ଆଫିଡେଭିଟ୍ ରେ ରାମଦେବ କହିଛନ୍ତି ଯେ, ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିବେ। ଏହି ମାମଲାରେ ଏପ୍ରିଲ୍ ୨ରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦର ପ୍ରତିଷ୍ଠାତାଙ୍କୁ ପୂର୍ବରୁ କ୍ଷମା ମାଗିବା ପାଇଁ ବି ତାଗିଦ୍ କରିଥିଲେ। କୋର୍ଟ ଏହାକୁ କାଜୁଆଲ୍ ଏବଂ ଶୋ ’ବୋଲି କହିଥିଲେ। ପତଞ୍ଜଳି ପ୍ରତିଷ୍ଠାତା ଆଧୁନିକ ଚିକିତ୍ସାକୁ ଅବହେଳା ବା ଅପମାନିତ କରିବା ସହ ନିଜର ଆୟୁର୍ବେଦିକ ଉତ୍ପାଦକୁ ପ୍ରୋତ୍ସାହିତ କରୁଥିବା ଭଳି ବିଭ୍ରାନ୍ତିକର ବିଜ୍ଞାପନ କରୁଥିଲେ। ଏନେଇ ପତଞ୍ଜଳି ପ୍ରତିଷ୍ଠାତାଙ୍କ ବିରୋଧରେ ଆଣିଯୋଗ ଆଣିଥିଲା ଇଣ୍ତିଆନ୍ ମେଡିକାଲ୍ ଆସୋସିଏସନ୍ । ଏଥିରେ ସେ କହିଥିଲେ ଯେ କୋଭିଡ-୧୯ ଟୀକାକରଣ ଏବଂ ଆଧୁନିକ ଔଷଧକୁ ବଦନାମ କରିବା ପାଇଁ ସେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ମାମଲାରେ କୋର୍ଟ ତାଗିଦ କରିଥିଲେ। 

ଏହାପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ପତଞ୍ଜଳିର ବିଜ୍ଞାପନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲେ। ଏହାସହ ୧ କୋଟିର ଜରିମାନା ମଧ୍ୟ ଲାଗୁ କରିଥିଲେ। ଭବିଷ୍ୟତରେ ଏଭଳି ବିଜ୍ଞାପନ ନ ଦେଖାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ କୋର୍ଟ ତାଗିଦ୍ କରି ରାମଦେବଙ୍କୁ କହିଥିଲେ, ପୂର୍ବରୁ ଯାହା ଘଟିଥିଲା ​​ସେ ବିଷୟରେ ତୁମେ କ’ଣ କହିବ? ଭବିଷ୍ୟତରେ ଏହା ଘଟିବ ନାହିଁ ବୋଲି ବାବା ରାମଦେବଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି। 

Read More
{}{}