Home >>Odisha National-International

Ratan Tata: ଦଶ ହଜାର କୋଟି ଟଙ୍କାର ମାଲିକ ଗୋଟିଏ କୁକୁର, ଜାଣନ୍ତୁ ପୋଷା କୁକୁର ନାଁ ରେ କାହିଁକି ଲେଖିଦେଲେ ସବୁ ସମ୍ପତ୍ତି?

Ratan Tata:  ରତନ ଟାଟା ନିଜର ସାମ୍ରାଜ୍ୟ ତିଆରି କରିବା ସମୟରେ ମଧ୍ୟ ନିଜ ପୋଷା କୁକୁର ଟିଟୋକୁ ଭୁଲିନଥିଲେ ଏବଂ ଟିଟୋକୁ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ଦେଇଥିଲେ । ଏହାବ୍ୟତୀତ ରତନ ଟାଟା ତାଙ୍କ ରୋଷେୟା, ବଟଲର ଏବଂ ଗୃହ କର୍ମଚାରୀଙ୍କୁ ମଧ୍ୟ ଏହି ୱିଲ୍ ରେ ସାମିଲ କରାଯାଇଛି। 

Advertisement
Ratan Tata: ଦଶ ହଜାର କୋଟି ଟଙ୍କାର ମାଲିକ ଗୋଟିଏ କୁକୁର, ଜାଣନ୍ତୁ ପୋଷା କୁକୁର ନାଁ ରେ କାହିଁକି ଲେଖିଦେଲେ ସବୁ ସମ୍ପତ୍ତି?
Rashmita Sahoo|Updated: Oct 25, 2024, 06:31 PM IST
Share
Ratan Tata: ଟାଟା ଗ୍ରୁପର ମାଲିକ ରତନ ଟାଟା ଆଉ ଏହି ଦୁନିଆରେ ନାହାନ୍ତି । କିଛି ଦିନ ତଳେ ସାରା ଦେଶ ଗୁମୁରି ଗୁମୁରି କାନ୍ଦି ତାଙ୍କୁ ସସମ୍ନାନେ ଆଖିରେ ବିଦାୟ ଦେଇଥିଲା। ତାଙ୍କ ଶେଷ ଯାତ୍ରାରେ ରତନ ଟାଟାଙ୍କ ପୋଷା କୁକୁର ମଧ୍ୟ ସାମିଲ ହୋଇଥିଲା। କିନ୍ତୁ କ'ଣ ଆପଣ ଜାଣନ୍ତି କି ରତନ ଟାଟାଙ୍କ ବିଦାୟ ପରେ ତାଙ୍କ ପ୍ରିୟ କୁକୁର ଟିଟୋ ମଧ୍ୟ କୋଟିପତି ହୋଇଯାଇଛି । ଆଜ୍ଞା ହଁ, ରତନ ଟାଟା ଟିଟୋକୁ ତାଙ୍କ ସମ୍ପତ୍ତିର ୧୦ ହଜାର କୋଟିର ମାଲିକ କରିଛନ୍ତି, ଯାହାଦ୍ୱାରା ତାଙ୍କ ଯିବା ପରେ ବି ଟିଟୋ ମଧ୍ୟ ବିଳାସପୂର୍ଣ୍ଣ ଜୀବନ ବିତାଉଛି । ରତନ ଟାଟାଙ୍କ ସମ୍ପତ୍ତି ଭାଗରେ ଆହୁରି ଅନେକଙ୍କ ନାମ ମଧ୍ୟ ରହିଛି।
 
ଟିଟୋର ଦାୟିତ୍ୱ କାହାକୁ ହୋଇଛି ହସ୍ତାନ୍ତର?
ଆପଣଙ୍କୁ କହିରଖୁଛୁ ଯେ ରତନ ଟାଟା ପ୍ରାୟ ୫-୬ ବର୍ଷ ପୂର୍ବେ ଜର୍ମାନ ସେଫର୍ଡ କୁକୁର ଟିଟୋକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଟିଟୋର ଯତ୍ନ ନେବାରେ ସେ କୌଣସି କସରତ ଛାଡ଼ି ନଥିଲେ। ଏହି କାରଣରୁ ରତନ ଟାଟା ନିଜର ସାମ୍ରାଜ୍ୟ ତିଆରି କରିବା ସମୟରେ ମଧ୍ୟ ନିଜ ପୋଷା କୁକୁର ଟିଟୋକୁ ଭୁଲିନଥିଲେ ଏବଂ ଟିଟୋକୁ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ଦେଇଥିଲେ । ଏହାବ୍ୟତୀତ ରତନ ଟାଟା ତାଙ୍କ ରୋଷେୟା, ବଟଲର ଏବଂ ଗୃହ କର୍ମଚାରୀଙ୍କୁ ମଧ୍ୟ ଏହି ୱିଲ୍ ରେ ସାମିଲ କରାଯାଇଛି। ରତନ ଟାଟା ଟିଟୋର ଦାୟିତ୍ୱ ତାଙ୍କ ରୋଷେୟା ରାଜନ ଶ'ଙ୍କୁ ଦେଇଛନ୍ତି।
 
ରତନ ଟାଟାଙ୍କ କେତେ ସମ୍ପତ୍ତି?
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ରତନ ଟାଟାଙ୍କ ପାଖରେ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ଥିଲା। ଏଥିରେ ୨,୦୦୦ ବର୍ଗଫୁଟର ସମୁଦ୍ର କୂଳ ବଙ୍ଗଳା, ଜୁହୁରେ ଏକ ଦୁଇ ମହଲା ଘର, ୩୫୦ କୋଟି ଟଙ୍କାର ସ୍ଥାୟୀ ଜମା, ଟାଟା ସନ୍ସର ୦.୮୩% ଅଂଶଧନ ଏବଂ ଟାଟା ଗ୍ରୁପରେ ୧୬୫ ବିଲିୟନ ଡଲାର ଅଂଶଧନ ରହିଛି। ହୁରୁନ୍ ରିଚ୍ ଲିଷ୍ଟ ୨୦୨୪ ଅନୁଯାୟୀ ଟାଟା ସନ୍ସର ମୋଟ ୦.୮୩% ଅଂଶଧନ ମୂଲ୍ୟ ୭,୯୦୦ କୋଟି ଥିବା ବେଳେ ଏହାର ବଜାର ମୂଲ୍ୟ ୧୬.୭୧ ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି।
 
ସୂଚନା ଅନୁଯାୟୀ, ରତନ ଟାଟା ତାଙ୍କ ଓକିଲ ଦାରିୟସ୍ ଖମ୍ବାଟା ଏବଂ ଘନିଷ୍ଠ ବନ୍ଧୁ ମେହଲି ମିସ୍ତ୍ରୀଙ୍କୁ ନିଜ ୱିଲ୍ ଦାୟିତ୍ୱ ଦେଇଛନ୍ତି। ରତନ ଟାଟା ୨୦୨୪ ମସିହା ଅକ୍ଟୋବର ୯ ତାରିଖରେ ୮୬ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଥିଲେ । ସେହିପରି ତାଙ୍କ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
 
 
Read More
{}{}