Home >>Odisha National-International

Ratan Tata’s successors: କିଏ ହେବେ ଟାଟାର ଉତ୍ତରାଧିକାରୀ; ଜାଣନ୍ତୁ ୩୮୦୦ କୋଟି ଟଙ୍କା ମୂଲ୍ୟର ସାମ୍ରାଜ୍ୟର କିଏ ହେବ କିଙ୍ଗ୍?

Ratan Tata’s successors: ଜୀବନରେ ବିବାହ କରି ନଥିବା ରତନ ଟାଟାଙ୍କ ନିଟ୍ ମୂଲ୍ୟ ବର୍ତ୍ତମାନ 3800 କୋଟି ଟଙ୍କା ଅଟେ। ଏବେ ପ୍ରଶ୍ନ ହେଉଛି, ରତନ ଟାଟା ପରେ ଟାଟା ଗ୍ରୁପ୍ ର କିଏ ନେତୃତ୍ୱ ନେବ? ଆସନ୍ତୁ ଆଜି ସେହି ଭବିଷ୍ୟତର ଲିଡର୍ସଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ଟାଟାର ସମ୍ଭାବ୍ୟ ମୁଖ୍ୟ ହୋଇପାରନ୍ତି।  

Advertisement
Ratan Tata’s successors
Ratan Tata’s successors
Jagdish Barik|Updated: Oct 10, 2024, 03:25 PM IST
Share

Ratan Tata’s successors: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟ ରତନ ଟାଟାଙ୍କ ୯ ଅକ୍ଟୋବର ଦିନ ବିଳମ୍ବିତ ରାତିରେ  ଦେହାନ୍ତ ହୋଇଛି। ରତନ ନାଭାଲ ଟାଟା କେବଳ ତାଙ୍କ ବ୍ୟବସାୟ ପାଇଁ ନୁହେଁ ବରଂ ତାଙ୍କ ଦାନ ପାଇଁ ମଧ୍ୟ ହେଡଲାଇନରେ ରହିଥିଲେ। ଜଣେ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ମୁଖ୍ୟ ହେବା ବ୍ୟତୀତ ତାଙ୍କର ଆଉ ଏକ ପରିଚୟ ଜଣେ ସାମାଜିକ କର୍ମୀଙ୍କର ଭାବରେ ରହିଛି। ଟାଟା ଗ୍ରୁପର ସାମ୍ରାଜ୍ୟକୁ ଦିନରେ ଦ୍ୱିଗୁଣିତ କରିବା ଓ ରାତିରେ ଏହାକୁ ଚାରିଗୁଣା କରିବାରେ ରତନ ନାଭାଲ ଟାଟାଙ୍କର ଏକ ପ୍ରମୁଖ ଭୂମିକା ଥିଲା। ତାଙ୍କ ନେତୃତ୍ୱରେ ଟାଟା ସନ୍ସ ନୂତନ ଉଚ୍ଚତାକୁ ଛୁଇଁଲେ ଏବଂ ଦେଶ ତଥା ବିଶ୍ୱରେ ସେ ଟାଟର ବ୍ୟବସାୟକୁ ଶୀଘ୍ର ବିସ୍ତାର କରିଥିଲେ। ଟାଟା ଟ୍ରଷ୍ଟ ମାଧ୍ୟମରେ ରତନ ଟାଟା ଦେଶକୁ ଆଗକୁ ନେବା ଏବଂ ଗରିବ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ବହୁତ ଭଲ କାମ କରିଥିଲେ। ଲାଇମଲାଇଟ୍ ଦୁନିଆରୁ ଦୂରରେ ରହିବା ଓ ଏକ ସରଳ ଜୀବନଯାପନ ପାଇଁ ଟାଟା ଜଣାଶୁଣା ଥିଲେ।

ଜୀବନରେ ବିବାହ କରି ନଥିବା ରତନ ଟାଟାଙ୍କ ନିଟ୍ ମୂଲ୍ୟ ବର୍ତ୍ତମାନ 3800 କୋଟି ଟଙ୍କା ଅଟେ। ଏବେ ପ୍ରଶ୍ନ ହେଉଛି, ରତନ ଟାଟା ପରେ ଟାଟା ଗ୍ରୁପ୍ ର କିଏ ନେତୃତ୍ୱ ନେବ? ଆସନ୍ତୁ ଆଜି ସେହି ଭବିଷ୍ୟତର ଲିଡର୍ସଙ୍କ ବିଷୟରେ ଆଲୋଚନା କରିବା, ଯେଉଁମାନେ ଟାଟାର ସମ୍ଭାବ୍ୟ ମୁଖ୍ୟ ହୋଇପାରନ୍ତି।

କିଏ ହେବ ଟାଟାର ଉତ୍ତରାଧିକାରୀ?
୮୬ ବର୍ଷୀୟ ରତନ ଟାଟାଙ୍କର କୌଣସି ସନ୍ତାନ ନାହିଁ। ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଅଛି। ୩୮୦୦ କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟକୁ କିଏ ପରିଚାଳନା କରିବେ ଏବଂ ଟାଟା ଗ୍ରୁପ୍ ସାମ୍ରାଜ୍ୟର ଯତ୍ନ ନେବ କିଏ? ବର୍ତ୍ତମାନ ଏହି ପ୍ରଶ୍ନର ଅନେକ ଉତ୍ତର ଅଛି। ଟାଟା ଗ୍ରୁପରେ ଉତ୍ତରାଧିକାରୀ ସମ୍ବନ୍ଧରେ ଯୋଜନା ପ୍ରସ୍ତୁତ ହୋଇସାରିଛି। ଏନ ଚନ୍ଦ୍ରଶେଖରନ୍ ୨୦୧୭ ଠାରୁ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏହା ବ୍ୟତୀତ ଟାଟା ଗ୍ରୁପର ବିଭିନ୍ନ ହୋଲଡିଂ କମ୍ପାନୀରେ ଅନ୍ୟ ପରିବାର ସଦସ୍ୟ ଅଛନ୍,ତି ଯେଉଁମାନେ ଭବିଷ୍ୟତରେ ଟାଟା ଗ୍ରୁପରେ ଭିନ୍ନ ଭିନ୍ନ ଦାୟିତ୍ୱ ନେଇପାରନ୍ତି।

ନୋଏଲ୍ ଟାଟାଙ୍କ ନାମ ଆଗରେ ଅଛି 
ଟାଟା ଗ୍ରୁପ୍ ର ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନୋଏଲ୍ ଟାଟା। ରତନ ଟାଟାଙ୍କ ପିତା ନାଭାଲ ଟାଟାଙ୍କ ଦ୍ୱିତୀୟ ବିବାହ ସିମୋନଙ୍କ ସହ ହୋଇଥିଲା। ଏବଂ ସେ ହେଉଛନ୍ତି ରତନ ଟାଟାର ସାବତ ଭାଇ। ଏହି ପାରିବାରିକ ସଂଯୋଗ ଯୋଗୁଁ, ନୋଏଲ୍ ଟାଟା ଗ୍ରୁଫର ଉତ୍ତରାଧିକାରୀ ହେବାକୁ ଯାଉଥିବା ନାମଗୁଡିକର ସବୁଠୁ ଆଗରେ ଅଛନ୍ତି।

ଟାଟା ଗ୍ରୁପ୍ ର ଉତ୍ତରାଧିକାରୀ: ମାୟା, ନେବିଲ୍ ଏବଂ ଲିଆ ଟାଟା 
ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି, ମାୟା, ନେଭିଲ୍ ଏବଂ ଲିଆ ଟାଟା, ଯେଉଁମାନେ ଟାଟାର ସମ୍ଭାବ୍ୟ ଉତ୍ତରାଧିକାରୀ ଅଟନ୍ତି।

ମାୟା ଟାଟାଙ୍କ ନାମ ଆଗରେ ଅଛି 
ଟାଟା ଗ୍ରୁପରେ ୩୪ ବର୍ଷିୟା ମାୟା ଟାଟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ବାଇସ୍ ବିଜନେସ୍ ସ୍କୁଲ୍ ଏବଂ ୱାର୍ଇକ୍ ୟୁନିଭରସିଟିରେ ପଢ଼ିଥିବା ମାୟା Tata Opportunities Fund ଏବଂ ଟାଟା ଡିଜିଟାଲରେ ବରିଷ୍ଠ ପଦବୀରେ ଅଛନ୍ତି। Tata Neu ଆପ୍ ଲଞ୍ଚ କରିବାରେ ମଧ୍ୟ ତାଙ୍କର ଏକ ପ୍ରମୁଖ ଭୂମିକା ଥିଲା। ତାଙ୍କର ଦୂରଦୃଷ୍ଟି ଏବଂ ମହାନ ରଣନୀତି ସହିତ ସେ ଜଣେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି।

ନେବିଲ୍ ଟାଟା ଜଣେ ବିଜନେସ ଲିଡର୍
୩୨ ବର୍ଷିୟ ନେବିଲ୍ ଟାଟା ପରିବାର ବ୍ୟବସାୟ ପ୍ରତି ବହୁତ ଆଗ୍ରହୀ ଏବଂ ତାଙ୍କର ସଂଯୋଗ ବହୁତ ଗଭୀର। ଟୟୋଟା କିର୍ଲୋସ୍କର ଗ୍ରୁପର ମାନସୀ କିର୍ଲୋସ୍କରଙ୍କୁ ବିବାହ କରିଥିବା ନେବିଲ ଷ୍ଟାର ବଜାରର ମୁଖ୍ୟ ଅଟନ୍ତି। ଏହି କମ୍ପାନୀ ହାଇପରମାର୍କେଟ୍ ଚେନ୍ ଟ୍ରେଣ୍ଟ ଲିମିଟେଡ୍ ଅଧୀନରେ ଆସେ। ତାଙ୍କର ନେତୃତ୍ୱ ଟାଟା ଗ୍ରୁପ୍ ର ଭବିଷ୍ୟତର ଲିଡରକୁ ପ୍ରତିଫଳିତ କରେ ଏବଂ ସେ ଜଣେ ଲିଡର ହେବାର ସମସ୍ତ ସାମର୍ଥ୍ୟ ରଖିଥିବା ଦେଖାଯାଏ।

ହସପିଟାଲଟି ସେକ୍ଟରକୁ ଆଗକୁ ନେଉଛନ୍ତି ଲିଆ ଟାଟା 
୩୯ ବର୍ଷୀୟା ଲିଆ ଟାଟା ତିନି ଭାଇଭଉଣୀଙ୍କ ମଧ୍ୟରେ ଜ୍ୟେଷ୍ଠ। ତାଙ୍କୁ ଟାଟା ଗ୍ରୁପ୍‌ର ହସପିଟାଲଟି ସେକ୍ଟରର ମେରୁଦଣ୍ଡ କୁହାଯାଇପାରେ । ସ୍ପେନର IE ବିଜନେସ୍ ସ୍କୁଲରେ ପଢିଥିବା ଲିଆ ଟାଟା ତାଜ୍ ହୋଟେଲ୍ ରିସର୍ଟ ଏବଂ ପ୍ୟାଲେସ୍ ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ଇଣ୍ଡିଆନ ହୋଟେଲ କମ୍ପାନୀର କାର୍ଯ୍ୟର ତଦାରଖ କରୁଛନ୍ତି ଏବଂ ଆତିଥ୍ୟ ଶିଳ୍ପରେ ଟାଟା ଗ୍ରୁପର ସ୍ଥିତିକୁ ଆହୁରି ଦୃଢ଼ କରୁଛନ୍ତି।

Read More
{}{}