Home >>Odisha National-International

Shaktikanta Das: ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ, ଲେଖିଲେ ଭାବବିହ୍ବଳ ପୋଷ୍ଟ

Shaktikanta Das: ଆଜି ଶେଷ ହେଉଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଦିର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି ଏହି ଓଡି଼ଆ । ଏନେଇ କାର୍ଯ୍ୟକାଳର ଶେଷ ଦିନରେ ସୋସିଆଲ୍ ମିଡିଆ (ଏକ୍ସ)ରେ ଏକ ଭାବ ବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। 

Advertisement
Shaktikanta Das: ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ, ଲେଖିଲେ ଭାବବିହ୍ବଳ ପୋଷ୍ଟ
Narmada Behera|Updated: Dec 10, 2024, 11:05 AM IST
Share

Shaktikanta Das: ଆଜି ଶେଷ ହେଉଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଦିର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି ଏହି ଓଡି଼ଆ । ଏନେଇ କାର୍ଯ୍ୟକାଳର ଶେଷ ଦିନରେ ସୋସିଆଲ୍ ମିଡିଆ (ଏକ୍ସ)ରେ ଏକ ଭାବ ବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। ବିଦାୟୀ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ନୂଆ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି  ହେବାକୁ ଯାଉଛନ୍ତି ସଞ୍ଜୟ ମଲହୋତ୍ରା । ସେ ୧୧ ଡିସେମ୍ବରରୁ ଏହି ପଦର ଦାୟିତ୍ବ ଗ୍ରହଣ କରିବେ। 

 

ALSO READ: Gold Rate Today: ଆଜି ସୁନା ଦରରେ ରେକର୍ଡ ବୃଦ୍ଧି, ଭରି ପିଛା ଏତେ ଶହ ଟଙ୍କା ବଢିଲା ରେଟ୍

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,  'ଆଜି ମୁଁ ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବି। ଆପଣଙ୍କର ସମସ୍ତ ସମର୍ଥନ ଏବଂ ଶୁଭେଚ୍ଛା ଅନେକ ଅନେକ ଧନ୍ୟବାଦ, ମୋତେ ଆରବିଆଇ ଗଭର୍ଣ୍ଣର ଭାବରେ ଦେଶ ସେବା କରିବାର ସୁଯୋଗ ଦେଇଥିବାରୁ ଏବଂ ଉତ୍ସାହ ପାଇଁ ମୁଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିକଟରେ ଚିର ରୁଣି ଓ କୃତଜ୍ଞ।'

ଏକ ଅସାଧାରଣ କଠିନ ସମୟକୁ ଅତିକ୍ରମ କରିବାର ସଫଳ ହୋଇଛି:
ସେ ଆହରୁ ମଧ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, 'ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ , ତାଙ୍କ ସମର୍ଥନ ପାଇଁ। ଗତ ୬ ବର୍ଷ ମଧ୍ୟରେ ଆରବିଆଇକୁ ଅନେକ ଚ୍ୟାଲେଞ୍ଜ ଦୂର କରିବାରେ ସେ ସାହାଯ୍ୟ ଓ ସହଯୋଗ କରିଥିଲେ​। ମୁଁ ଆର୍ଥିକ କ୍ଷେତ୍ର ଏବଂ ଅର୍ଥନୀତିର ସମସ୍ତ ଅଂଶୀଦାର, ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞଙ୍କ ସମତେ ନିବେଶ ଏବଂ ନୀତି ପରାମର୍ଶଦାତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।' ଏହାସହ ପୂରା ଆରବିଆଇ ଟିମ୍ କୁ ମଧ୍ୟ ସେ ଧନ୍ୟବାଦ ଜଣାଛନ୍ତି। 

ଶକ୍ତିକାନ୍ତ ଦାସ କିଏ?
ସୂଚନା ଅନୁସାରେ,  ୨୦୧୮, ଡିସେମ୍ବର ୧୨ରେ ଶକ୍ତିକାନ୍ତ ଆର୍‌ବିଆଇର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ। ପରେ, ୨୦୨୧ ଡିସେମ୍ବର ୧୦ରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ସରୁଥିବାବେଳେ ମାସକ ପୂର୍ବରୁ କେନ୍ଦ୍ର ସରକାର ତାହାକୁ ଆହୁରି ୩ ବର୍ଷ ପାଇଁ ବୃଦ୍ଧି କରିଥିଲେ। ତାଙ୍କର ୬ ବର୍ଷର କାର୍ଯ୍ୟକାଳର ଶେଷ ଚାରି ବର୍ଷରେ ଅର୍ଥନୌତିକ  ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ବଜାୟ ରଖିବାରେ ଶକ୍ତିକାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶକ୍ତିକାନ୍ତ ଦାସ୍ ୧୯୮୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ।  ରାଜସ୍ୱ ବିଭାଗ ଏବଂ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ରହି ଆସିଛନ୍ତି। ସେ ଅର୍ଥ, ଟିକସ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଛନ୍ତି।

 

Read More
{}{}