GDP Growth Forecast: ନୂଆଦିଲ୍ଲୀ: ଆରବିଆଇ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ କରାଯାଇଛି। ସେହିପରି ଇକୋନୋମିକ ଗ୍ରୋଥରେ ହ୍ରାସ ପାଇବା ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI ପୂର୍ବାନୁମାନ କରିଛି। ଏଠାରେ କହି ରଖୁ କି ପୂର୍ବରୁ ଫେବୃଆରୀରେ ମଧ୍ୟ ରେପୋ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ରେପୋ ହାର ହ୍ରାସ କରାଯାଇଥିଲା। ଆଜିର ହ୍ରାସ ସହିତ ରେପୋ ହାର ଏବେ ୬ ପ୍ରତିଶତ ହୋଇଯାଇଛି। ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ RBI ବ୍ୟାଙ୍କଗୁଡ଼ିକୁ ଋଣ ଦିଏ। ଏହାର ହ୍ରାସ ଯୋଗୁଁ, ଆପଣଙ୍କ ଗୃହ ଋଣ, ବ୍ୟକ୍ତିଗତ ଋଣ ଏବଂ କାର ଋଣର କିସ୍ତି ହ୍ରାସ ପାଇଥାଏ। ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକରେ ରେପୋ ହାର ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ଏହା ନୂତନ ଆର୍ଥିକ ବର୍ଷରେ RBIର MPCର ପ୍ରଥମ ବୈଠକ ଥିଲା।
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଗତ ୯ ତାରିଖରେ ଏନେଇ ଘୋା କରିଥିଲେ। ଚଳିତ ଆର୍ଥିକ ବର୍ଷର ମନେଟାରୀ ପଲିସି ଉପସ୍ଥାନ କରିବା ସମୟରେ ସେ କହିଥିଲେ କି ଚଳିତ ବର୍ଷ ଜିଡିପି ଗ୍ରୋଥ ୬.୫ ପ୍ରତିଶତ ରହିବା ନେଇ ଅନୁମାନ କରାୟାଉଛି। ପୂର୍ବରୁ ଏହି କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଜିଡିପି ଗ୍ରୋଥ ୬.୭ ରହିବ ବୋଲି ପୂର୍ବାନୁମାନ କରିଥିଲେ। ଶ୍ରୀ ମଲହୋତ୍ରା କହିଥିଲେ କି ଇକୋନୋମିକ ଗ୍ରୋଥ ୬.୫ ପ୍ରତିଶତ ରହିବ। ଏହି ଆର୍ଥିକ ବର୍ଷରେ ପ୍ରଥମ ତ୍ରୟମାସିକରେ ୬.୫ ପ୍ରତିଶତ ରହିପାରେ। ଦ୍ୱିତୀୟ କ୍ୱାର୍ଟରରେ ୬.୭ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ସେହିପରି ତୃତୀୟ କ୍ୱାର୍ଟରରେ ୬.୬ ପ୍ରତିଶତ ଗ୍ରୋଥ ହେବାକୁ ଥିବା ବେଳେ ବର୍ଷର ଶେଷ ବା ଚତୁର୍ଥ କ୍ୱାର୍ଟରରେ ଜିଡିପି ୬.୩ ପ୍ରତିଶତ ରହିବା ନେଇ ଅନୁମାନ କରିଛନ୍ତି।
ବୈଶ୍ୱିକ ଆର୍ଥିକ ପରିସ୍ଥିତି କାରଣରୁ ଜିଡିପିରେ ହ୍ରାସ
ବିଶେଷଜ୍ଞମାନଙ୍କ କହିବା କଥା ହେଉଛି କି ପୂର୍ବରୁ ଏହା ବିଶ୍ୱାସ କରାଯାଉଥିବା କି ଆରବିଆଇ ଜିଡିପି ଗ୍ରୋଥରେ ହ୍ରାସ କରିବେ ବୋଲି ଅନୁମାନ ରହିଥିଲା। ଏହାର ସବୁଠାରୁ ବଡ କାରଣ ହେଉଛି ବିଶ୍ୱ ଆର୍ଥିକ ସ୍ଥିତିରେ ଅସ୍ଥିରତା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆକ୍ରାମକ ଟାରିଫ ପଲିସି ନୀତିକୁ ଆପଣାଇଥିଲେ। ସେ ସମଗ୍ର ବିଶ୍ୱରେ ପାଖାପାଖି ୧୮୦ଟି ରାଷ୍ଟ୍ର ଉପରେ ରେସିପ୍ରୋକଲ ଟାରିଫ ପ୍ଲାନ ଲାଗୁ କରିବାକୁ ଘୋଷଣା କରିଥିଲେ। କୁହାଯାଉଛି କି ଏହାର ପ୍ରଭାବ ସମଗ୍ର ବିଶ୍ୱ ଅର୍ଥନୀତି ଉପରେ ପଡିବ। ଭାରତ ସହିତ ଏକାଧିକ ଦେଶର ଇକୋନୋମିକ ଗ୍ରୋଥ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଟ୍ରମ୍ପଙ୍କ ଟାରିଫ ପ୍ଲାନ ଉପରେ ଗ୍ଲୋବାଲ ଇକୋନୋମିକ ଭୁଶୁଡିବ
ଆରବିଆଇ ଗଭର୍ଣ୍ଣର ଶ୍ରୀ ମଲହୋତ୍ରା କହିଥିଲେ କି ଟ୍ରମ୍ପ ଯେଉଁଭଳି ଭାବରେ ଟାରିଫ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଏଥିରେ ସମଗ୍ର ବିଶ୍ୱର ସେଣ୍ଟିମେଣ୍ଟକୁ ବଡ ଧକ୍କା ପହଞ୍ଚାଇବ। ଏହା ଫଳରେ ସମଗ୍ର ବିଶ୍ୱରେ ଅନିଶ୍ଚିତତା ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ବିଶ୍ୱରେ ଇକୋନୋମିକ ଗ୍ରୋଥ ଉପରେ ଏହାର ଖରାପ ପ୍ରଭାବ ପଡିଛି। ଏଥିରେ ଭାରତ ସହିତ ଅନ୍ୟ ଦେଶ ଗୁଡିକର ଅର୍ଥନୀତି ଭୁଶୁଡିବାରେ ଲାଗିଛି।
ଭାରତୀୟ ଅର୍ଥନୈତିକ ଉପରେ ପଡିବ ଗୁରୁତର ପ୍ରଭାବ
ବିଶେଷଜ୍ଞଙ୍କ କହିବା କଥା ଟ୍ରମ୍ପଙ୍କ ଟାରିଫ ଭାରତ ସହିତ ଅନ୍ୟ ରାଷ୍ଟ୍ର ଗୁଡିକର ଅର୍ଥନୈତିକ ସ୍ଥିତି ଉପରେ ପ୍ରଭାବ ପକାଇବ। ଏହି କାରଣରୁ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ୯ ଏପ୍ରିଲରେ ଭାରତର ଆର୍ଥିକ ବର୍ଷ-୨୬ ଗ୍ରୋଥର ଅନୁମାନ ମାତ୍ର ୦.୨ ପ୍ରତିଶତ କମ ରହିବ ବୋଲି କହିଛନ୍ତି। ଟ୍ରମ୍ପ ଭାରତ ସମେତ ଅନ୍ୟ ଦେଶକୁ ମୁକାବିଲା କରିବାକୁ କମ ଟାରିଫ ଲଗାଇଛନ୍ତି। ଦ୍ୱିତୀୟତଃ ଚୀନ ଉପରେ ଭାରତ ତୁଳନାରେ ଅଧିକ ଟାରିଫ ଲଗାଇଛି। ଏଥିପାଇଁ ଚୀନ ତୁଳନାରେ ଭାରତକୁ ଅଧିକ କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି।