Hindi News >>Home >>Odisha National-International

Donald Trump Tariff: ଏପ୍ରିଲ ୨ରୁ ଆମେରିକା ବସାଇବ ଅଧିକ ଟିକସ, ପ୍ରଭାବିତ ହୋଇପାରେ ଭାରତର ବାଣିଜ୍ୟ

ଭୁବନେଶ୍ୱର:  ଆମେରିକାର କୌଣସି ଉତ୍ପାଦକୁ ଭାରତରେ ବିକ୍ରି କରିବା ଲାଗି ଅନେକ ଟିକସ ଦେବାକୁ ପଡ଼ୁଛି। କିନ୍ତୁ ଭାରତ ଆମେରିକାରେ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରୁଛି।  କେବଳ ଗାଡ଼ି ବଜାରକୁ ଦେଖିଲେ ଆମେରିକାର ଗାଡ଼ି ଉପରେ ଶତ ପ୍ରତିଶତରୁ ଅଧିକ ଟିକସ ଲାଗୁ କରୁଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ

Advertisement
Donald Trump Tariff: ଏପ୍ରିଲ ୨ରୁ ଆମେରିକା ବସାଇବ ଅଧିକ ଟିକସ, ପ୍ରଭାବିତ ହୋଇପାରେ ଭାରତର ବାଣିଜ୍ୟ
Prabhudatta Moharana|Updated: Mar 05, 2025, 10:30 AM IST
Share

Donald Trump Tariff: ଭୁବନେଶ୍ୱର:  ଆମେରିକାର କୌଣସି ଉତ୍ପାଦକୁ ଭାରତରେ ବିକ୍ରି କରିବା ଲାଗି ଅନେକ ଟିକସ ଦେବାକୁ ପଡ଼ୁଛି। କିନ୍ତୁ ଭାରତ ଆମେରିକାରେ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରୁଛି।  କେବଳ ଗାଡ଼ି ବଜାରକୁ ଦେଖିଲେ ଆମେରିକାର ଗାଡ଼ି ଉପରେ ଶତ ପ୍ରତିଶତରୁ ଅଧିକ ଟିକସ ଲାଗୁ କରୁଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେଥିଲାଗି ତାଙ୍କ ସରକାର ସମାନୁପାତିକ ଟିକସ ଲାଗୁ କରିବାକୁ ଯାଉଛନ୍ତି ବୋଲି କଂଗ୍ରେସର ପ୍ରଥମ ଉଦବୋଧନରେ କହିଛନ୍ତି ଟ୍ରମ୍ପ।  ଏହି ଟିକସ ଏପ୍ରିଲ୍‍ ୨ ତାରିଖଠାରୁ ଲାଗୁ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। 

ସେ କହିଛନ୍ତି, ଯେଉଁ କମ୍ପାନୀ ଆମେରିକାରେ ପ୍ଲାଣ୍ଟ ସ୍ଥାପନ କରୁନାହନାହାନ୍ତି ସେମାନଙ୍କୁ ଏହି ଶୁଳ୍କ ବ୍ୟବହାର କରିବାକୁ ପଡ଼ିବ। ଏହି ଦେଶମାନଙ୍କ ଭିତରେ ଭାରତ, ଚୀନ, ୟୁରୋପୀୟ ସଂଘ, ବ୍ରାଜିଲ, ମେକ୍ସିକୋ ଏବଂ କାନାଡ଼ା ରହିଛନ୍ତି ବୋଲି ସେ କହିଛନ୍ତି। ଏଲହି ଧାରାରେ ଅଗଣିତ ରାଷ୍ଟ୍ର ଆମର ଉତ୍ପାଦ ଉପରେ ଅତ୍ୟଧିକ ଟିକସ ଲଗାଉଛନ୍ତି ବୋଲି ସେ କହିଛନ୍ତି। 
‘ଯଦି ଆପଣ ଆମେରିକାରେ ଆପଣଙ୍କ ଉତ୍ପାଦ ତିଆରି କରୁନାହାନ୍ତି, ଟ୍ରମ୍ପ ପ୍ରଶାସନରେ ଆପଣଙ୍କୁ ଅଧିକ ଟିକସ ଦେବାକୁ ହେବ। ଏପରିକି କିଛି ଉତ୍ପାଦ କ୍ଷେତ୍ରରେ ଏହା ଅତ୍ୟଧିକ ବି ହେବ’ ବୋଲି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଏହି ଟିକସ ଏପଅିଲ ୨ ତାରିଖରୁ ଲାଗୁ ହେବ, ଏପ୍ରିଲ ୧ରୁ ନୁହେଁ:, କାରଣ ସେ ଦୁନିଆକୁ ବୋକା ବନାଇବାକୁ  ଚାହୁଁ ନାହାନ୍ତି। 

ଭାରତୀୟ ଶିଳ୍ପ କାରବାର ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିପାରେ।  କିନ୍ତୁ ଏନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ଭାରତ  ସରକାରରେ ପ୍ରଧାନମନ୍ତ୍ରୀ ମୋଦୀ  ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ‘ ମେକ୍‍ ଇନ୍‍ ଇଣ୍ଡିଆ’ ଯୋଜନା ଆରମ୍ଭ କରାଯାଇଥିଲା। ଏହାଦ୍ୱା୍ରା ଦେଶରେ ଶିଳ୍ପ କାରଖାନା ପ୍ରତିଷ୍ଠା ଲାଗି ବିଦେଶୀ କମ୍ପାନୀଙ୍କୁ ସହାୟତା ପ୍ରଦାନ ସହ ଆମଦାନୀ ହ୍ରାସ ପାଇଁ  କାର୍ଯ୍ୟ ରୂପାୟନ କରାଯାଇଥିଲା। ଏହାଦ୍ୱାରା ଭାରତରେ ବିଭିନ୍ନ ବିଦେଶୀ କାରଖାନା ସ୍ଥାପନ ହୋଇପାରିଛି। ଏପରିକି ଆମେରିକାର ହାର୍ଲେ ଡାଭିଡ୍ସଦନ୍‍ ଭଳି ପ୍ରଖ୍ୟାତ ମୋଟର କମ୍ପାନୀକୁ ହିରୋ ମୋଟକର୍ପସ ସହ ହାତ ମିଳାଇ ଭାରତରେ ଉତ୍ପାଦ ନିର୍ମାଣ କରିବାକୁ ପଡ଼ିଛି। ଅପରପକ୍ଷେ ଅତ୍ୟଧିକ ଶୁଳ୍କ ଯୋଗୁ ଟେସ୍ଲାର ଭଳି କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ କରିବା ସମ୍ଭବପର ହୋଇପାରୁ ନାହିଁ। 

ଟ୍ରମ୍ପ କହିଛନ୍ତି, ଯଦି କୌଣସି ଦେଶ କାରବାର ଲାଗି ଅଣ ନଗଦ ଟିକସ ବ୍ୟବସ୍ଥା ଲାଗୁ କରନ୍ତି ତେବେ ତାହାର ମଧ୍ୟ ସମାନୁପାତିକ ଅଣ-ନଗଦ କଟକଣା ଲଗାଯିବ। ଟ୍ରମ୍ପଙକ୍ ଏହି ଘୋଷଣା ଆମେରିକା ଅର୍ଥନୀତିରେ ନୂଆଆ ବିପ୍ଲବ ଆରମ୍ଭ କରିବ ବୋଲି ଆଶା କରାଯାଇଛି। ଏଣୁ ତାଙ୍କ ଭାଷଣର ଏହି ଅଂଶକୁ  କଂଗ୍ରେସ ସଦସ୍ୟମାନେ କରତାଳି ଦେଇ ସ୍ୱାଗତ କରିଛନ୍ତି। ଏପରିକି ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ କିଛି ସାଂସଦ ଠିଆ ହୋଇ ସ୍ୱାଗତ କରିଛନ୍ତି।

Read More
{}{}