Home >>Odisha National-International

Protest in Parliament: ସଂସଦ ଦ୍ୱାର ନିକଟରେ ଧାରଣା ଉପରେ ରୋକ ଲଗାଇଲେ ବାଚସ୍ପତ

ଆଜି ସଂସଦର ଶେଷ ଦିନରେ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇପାରେ। ଅପରପକ୍ଷେ ଅନେକ ବିଧେୟକ ଆଲୋଚନା ଏବଂ ମନ୍ତ୍ରୀଙ୍କ ଉତ୍ତର କାର୍ଯ୍ୟକ୍ରମ ରହିଛି। ଏଣୁ ବାଚସ୍ପତି ଏହି ଚର୍ଚ୍ଚାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି। ଏହି ପ୍ରସଙ୍ଗରେ ସଂସଦର ଅବସ୍ଥା ସ୍ୱଭାବିକ ଆଲୋଚନା ପାଇଁ ପରିବେଶ ସୃଷ୍ଟି ନକରିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏଣୁ କୌଣସି ବି ମୁହୂର୍ତ୍ତରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବୀ କରିପାରନ୍ତି।

Advertisement
Protest in Parliament: ସଂସଦ ଦ୍ୱାର ନିକଟରେ ଧାରଣା ଉପରେ ରୋକ ଲଗାଇଲେ ବାଚସ୍ପତ
Prabhudatta Moharana|Updated: Dec 20, 2024, 07:07 AM IST
Share

Protest in Parliament: ଭୁବନେଶ୍ୱର: ଏଣିକି ସଂସଦର କୌଣସି ଦ୍ୱାର ପାଖରେ ଆଉ ବିକ୍ଷୋଭ ବା ବିରୋଧ ପ୍ରଦର୍ଶନ କରିହେବ ନାହିଁ। ଲୋକସଭାର ବାଚସ୍ପତି ଓମ୍‍ ବିର୍ଲା ଏଥିନେଇ ପ୍ରତିବନ୍ଧକ ଜାରି କରିଛନ୍ତି। ଗତକାଲି ବିରୋଧ ପ୍ରଦର୍ଶନ ଯୋଗୁ ଦୁଇଜଣ ସାଂସଦ ଆହତ ହେବା ଏବଂ ଏହି ଘଟଣାରେ ସାରା ପୃଥିବୀରେ ଛବି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି। ଏଣୁ ଆଗକୁ ଯେମିତି ଏପରି ଅଘଟଣ ଘଟିବ ନାହିଁ ତାହାକୁ ନଜରରେ ରଖି ବାଚସ୍ପତି ଏନେଇ ଆଦେଶ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, କୌଣସି ରାଜନୀତିକ ଦଳ, ବ୍ୟକ୍ତି, ବା ଗୋଷ୍ଠି ଅଥବା ପାର୍ଟି ଏଣିକି ଗେଟ୍‍ ସାମ୍ନାରେ ଧାରଣା ବା ପ୍ରଦର୍ଶନ କରିପାରିବେ ନାହିଁ। 

ଗୁରୁବାରଦିନ କଂଗ୍ରେସର ଆମ୍ବେଦକର ବିରୋଧୀ କାର୍ଯ୍ୟକୁ ନିନ୍ଦା କରିବାକୁ ଯାଇ ବିଜେପିର ସାଂସଦମାନେ କଂଗ୍ରେସ ପ୍ରଥାକୁ ଆପଣାଇଥିଲେ। ସେମାନେ କଂଗ୍ରେସ ଧାରଣ ଦେଉଥିବା ସ୍ଥାନରେ ଧାରଣା ଦେଇଥିଲେ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ଧାରଣା ପ୍ରଦର୍ଶନ ହୋଇଥିଲା। କଂଗ୍ରେସ ସାଂସଦମାନେ ପ୍ରେରଣାସ୍ଥଳରୁ ଏହି ସ୍ଥାନକୁ ପ୍ରଦର୍ଶନ ଲାଗି ଆସିଥିଲେ। ଏହି ସମୟରେ ଉଭୟ ଦଳ ଭିତରେ ଧସ୍ତାଧସ୍ତି ହୋଇଥିଲା ଏବଂ ଦୁଇଜଣ ସାଂସଦ ଆହତ ହୋଇଥିଲେ। 

ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଭାବେ ସାରା ଦେଶରେ ପ୍ରସାରିତ ହୋଇଛି। ଯାହାକୁ କେନ୍ଦ୍ର କରି ସଂସଦର ଉଭୟ ଗୃହ ଚାଲିପାରି ନାହିଁ। ପୂର୍ବରୁ ବାଚସ୍ପତି ଏଠାରେ ଧାରଣା ପ୍ରଦର୍ଶନ କରିଲେ ସଂସଦରେ ପ୍ରବେଶ ଲାଗି ଅସୁବିଧା ଉପୁଜୁଥିବା ଅନେକ ସମୟରେ ଗୃହରେ ଅଭିଯୋଗ ହୋଇଛି। ବାଚସ୍ପତି ମଧ୍ୟ ଅନେକ ଥର  ନୂଆ ସଂସଦର ଦ୍ୱାର ବାହାରେ ଏପରି ଆୟୋଜନ ନକରିବାକୁ ଅନୁରୋଧ କରିଛନ୍ତି। 

ସଂସଦ ଭବନର ମକର ଦ୍ୱାର ନିକଟରେ ଏହି ପରି ପ୍ରଦର୍ଶନ ଅନେକ ସମୟରେ ବିରୋଧୀ ଦଳ ପକ୍ଷରୁ ଆୟୋଜନ କରାଯାଇ ଆସୁଛି। ଚଳିତ ଅଧିବେଶନର ପ୍ରଥମ ଦିନରୁ ହିଁ କଂଗ୍ରେସ ପ୍ରଥମେ ଆଦାନୀ ପ୍ରସଙ୍ଗ ଓ ପରେ ଆମ୍ବେଦକର ପ୍ରସଙ୍ଗରେ ଧାରଣା ଦେଉଛି। କଂଗ୍ରେସର ଦାବିକୁ ଗ୍ରହଣ କରି ବାଚସ୍ପତି ସଂସଦରେ ସମ୍ବିଧାନ ଯାତ୍ରାର ୭୫ ବର୍ଷକୁ ଆଲୋଚନା କରିଥିଲେ। କିନ୍ତୁ ଏହି ସମୟରେ ରାଜ୍ୟସଭାରେ ଗୃହମନ୍ତ୍ରୀଙ୍କ ଏକ ବୟାନକୁ ନେଇ କଂଗ୍ରେସ ପ୍ରସଙ୍ଗ କରିଥିଲା। ଯାହା ଦୁଇଦିନ ହେଲା ଗୃହ ଏବଂ ଗୃହ ବାହାରେ ରାଜନୀତିର ସରଗରମ ଉପାଦାନ ସାଜିଛି। ଗୁରୁବାରଦିନ ଏହି ସମାନ ପ୍ରସଙ୍ଗରେ କଂଗ୍ରେସ ଆମ୍ବେଦକରଙ୍କୁ ଅପମାନିତ କରୁଛି ବୋଲି ଦାବି କରିଥିଲେ ଶାସକ ଦଳ। ଏହି ସ୍ଥାନଟିରେ ଅଧିକ ଲୋକଙ୍କ ସମାଗମ ଯିବା ଆସିବାରେ ଅସୁବିଧା ସୃଷ୍ଟି କରୁଥିବାରୁ ପୁଲିସ ଏକ ସ୍ୱତନ୍ତ୍ର କରିଡର ସାଂସଦଙ୍କ ଯିବା ପାଇଁ କରିଥାଏ। କିନ୍ତୁ ଗୁରୁବାର ଦିନ ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ଏପରି ଦୁଇ ଦଳ ଭିତରେ ଧସ୍ତାଧସ୍ତି ହୋଇଥିଲା। ଏଥିପାଇଁ କେହି ଦୁଃଖ ପ୍ରକାଶ କରିବା ବଦଳରେ ଦୁଇ ଦଳ ରାଜନୀତିକ ବୟାନବାଜୀ କରିଥିଲେ। 

ଆଜି ସଂସଦର ଶେଷ ଦିନରେ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇପାରେ। ଅପରପକ୍ଷେ ଅନେକ ବିଧେୟକ ଆଲୋଚନା ଏବଂ ମନ୍ତ୍ରୀଙ୍କ ଉତ୍ତର କାର୍ଯ୍ୟକ୍ରମ ରହିଛି। ଏଣୁ ବାଚସ୍ପତି ଏହି ଚର୍ଚ୍ଚାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି। ଏହି ପ୍ରସଙ୍ଗରେ ସଂସଦର ଅବସ୍ଥା ସ୍ୱଭାବିକ ଆଲୋଚନା ପାଇଁ ପରିବେଶ ସୃଷ୍ଟି ନକରିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏଣୁ କୌଣସି ବି ମୁହୂର୍ତ୍ତରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବୀ କରିପାରନ୍ତି।

Read More
{}{}