Hindi News >>Home >>Odisha National-International

RG Kar Doctor Case: ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ବିସ୍ଫୋରକ ବୟାନ, କହିଲା ମୋତେ ଦିଦି ଫସେଇଦେଲେ !

RG Kar Doctor Case: ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ପଶ୍ଚିମବଙ୍ଗର ଡାକ୍ତରମାନେ ସପ୍ତାହେ ଧରି 'ଷ୍ଟପ୍ ୱାର୍କ' ଧର୍ମଘଟ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଡାକ୍ତରଖାନା ଓ ମେଡିକାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।  

Advertisement
RG Kar Doctor Case: ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ବିସ୍ଫୋରକ ବୟାନ, କହିଲା ମୋତେ ଦିଦି ଫସେଇଦେଲେ !
Rashmita Sahoo|Updated: Nov 04, 2024, 08:48 PM IST
Share

RG Kar Doctor Case: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୮୭ ଦିନ ପରେ ସୋମବାର ସହରର ଏକ ଅଦାଲତ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ଏହି ହତ୍ୟା ମାମଲାରେ ତାଙ୍କୁ ଫସାଇ ଦିଆଯାଇଛି ବୋଲି ସଞ୍ଜୟ ରାୟ ଦାବି କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଭାରତୀୟ ନ୍ୟାୟ କୋଡ୍ ର ଧାରା ୧୦୩(୧), ୬୪ ଓ ୬୬ ଅନୁଯାୟୀ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ନଭେମ୍ବର ୧୧ରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି।

ମୋତେ ଫସାଇ ଦିଆଯାଇଛି- ସଞ୍ଜୟ ରାୟ
କୋର୍ଟରୁ ବାହାରକୁ ନିଆଯିବା ବେଳେ ରାୟ ଗଣମାଧ୍ୟମକୁ କହିଛନ୍ତି, ମୁଁ କିଛି କରିନାହିଁ। ଏହି ଦୁଷ୍କର୍ମ-ହତ୍ୟା ମାମଲାରେ ମୋତେ ଫସାଇ ଦିଆଯାଇଛି। ମୋ କଥା କେହି ଶୁଣୁନାହାଁନ୍ତି। ଗତ ମାସରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଚାର୍ଜ ସିଟ୍ ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରାୟଙ୍କୁ ଏହି ମାମଲାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିଲା। ସିବିଆଇ ଚାର୍ଜସିଟରେ ମଧ୍ୟ ଏହି ଅପରାଧ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସ୍ୱୀକାର କରାଯାଇଛି।

କ'ଣ ଥିଲା ଘଟଣା ?
ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ୩୧ ବର୍ଷୀୟ କନିଷ୍ଠ ଡାକ୍ତରଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସମଗ୍ର ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ପଶ୍ଚିମବଙ୍ଗର ଡାକ୍ତରମାନେ ସପ୍ତାହେ ଧରି 'ଷ୍ଟପ୍ ୱାର୍କ' ଧର୍ମଘଟ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଡାକ୍ତରଖାନା ଓ ମେଡିକାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ପୀଡ଼ିତାଙ୍କ ପିତାମାତା ଅପରାଧ ପରେ ନ୍ୟାୟ ମିଳିବାରେ ବିଳମ୍ବ ପାଇଁ ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିବା ସହ ଏକ ବଡ଼ ଷଡ଼ଯନ୍ତ୍ର ଏବଂ ମାମଲାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି।

Also Read: India VS Australia: ଅଷ୍ଟ୍ରେଲିଆ ବିପକ୍ଷରେ ଏମିତି ହୋଇପାରେ ଭାରତୀୟ ଟିମର ଚୁଡ଼ାନ୍ତ ଏକାଦଶ...ବାଦ ପଡ଼ିପାରନ୍ତି ଏହି ସବୁ ଷ୍ଟାର ଖେଳାଳି

Also Read: Weekly Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି କଟିବ ଆଗାମୀ ସପ୍ତାହ, ଜାଣନ୍ତୁ ପୂରା ସପ୍ତାହର ରାଶିଫଳ

Read More
{}{}