Home >>Odisha National-International

Road Accident: ନିୟନ୍ତ୍ରଣ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ୪ ମୃତ

Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁଁ ଧୂଳିସାତ୍ ହୋଇଗଲା ସବୁକିଛି ।  ସଡ଼କ ଦୁର୍ଘଟଣାରେ ଚାଲିଗଲା ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। କାନ୍ଦ ବୋବାଳିରେ ଫାଟି ପଡିଛି ପୂରା ଗାଁ। ନିଜ କୋହ ସମ୍ଭାଳି ପାରୁ ନାହାଁନ୍ତି ଆତ୍ମୀୟ ସ୍ବଜନ।  କାରଟି ନିୟନ୍ତ୍ରଣ ହରାଇ ଗଛରେ ପିଟି ହେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। 

Advertisement
Road Accident: ନିୟନ୍ତ୍ରଣ ହରାଇ ଗଛରେ ପିଟି ହେଲା କାର୍, ଘଟଣାସ୍ଥଳରେ ୪ ମୃତ
Narmada Behera|Updated: Apr 23, 2024, 09:09 AM IST
Share

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁଁ ଧୂଳିସାତ୍ ହୋଇଗଲା ସବୁକିଛି ।  ସଡ଼କ ଦୁର୍ଘଟଣାରେ ଚାଲିଗଲା ନିଶ୍ଚିହ୍ନ ହୋଇଗଲା ପୂରା ପରିବାର। କାନ୍ଦ ବୋବାଳିରେ ଫାଟି ପଡିଛି ପୂରା ଗାଁ। ନିଜ କୋହ ସମ୍ଭାଳି ପାରୁ ନାହାଁନ୍ତି ଆତ୍ମୀୟ ସ୍ବଜନ।  କାରଟି ନିୟନ୍ତ୍ରଣ ହରାଇ ଗଛରେ ପିଟି ହେବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ଜଣେ ଶିଶୁ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। ଉତ୍ତରପ୍ରଦେଶର ସାହାରଣପୁର ( Saharanpur)ରେ ଏହି ଦୁର୍ଘଟଣା ଘଟିଛି।...

ALSO READ: Road Accident: ବରଯାତ୍ରୀ କାର ଦୁର୍ଘଟଣା ଗସ୍ତ, ଘଟଣାସ୍ଥଳରେ ୫ ମୃତ,୩ ଆହତ

ସୂଚନା ଅନୁସାରେ, ଉତ୍ତରାଖଣ୍ତ ହରିଦ୍ବାରର ଏକ ପରିବାର ଏକ ବିବାହ ସମାରୋହରେ ଯୋଗ ଦେବାକୁ ସୋମବାର ଦିନ ହରିୟାଣର ରେଓ୍ବାରି ସହରକୁ ଆସିଥିଲେ। ବିବାହ କାର୍ଯ୍ୟରେ ଯୋଗ ଦେବା ଦେଇ ପୂରା ପରିବାର ନିଜ ଘରକୁ ସୋମବାର ରାତିରେ ଫେରୁଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ ତାଙ୍କ ଗାଡି଼ଟି ଭାରାସାମ୍ୟ ହରାଇ ଉତ୍ତରପ୍ରଦେଶର ସାହାରଣପୁର ଅଞ୍ଚଳରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ କାର ମଧ୍ୟରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଦାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଛାନଭିନ୍ ଜାରି ରଖିଛି। ମୃତକମାନେ ହେଲେ,ଜମଶେଦ୍ (୨୫), ଜୋହାର ହୁସେନ୍ (୩୫),  ଜିସାନ୍ (୧୮) ଏବଂ ନିମ୍ (୮)। 

Read More
{}{}