Hindi News >>Home >>Odisha National-International

Bangladesh Crisis: ନୋବେଲ ବିଜେତା ମହମ୍ମଦ ୟୁନୁସ ହେବେ ବଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ବାଂଲାଦେଶରେ ଖୁବ୍‍ ଶୀଘ୍ର ଗଠନ ହେବ ମଧ୍ୟବର୍ତ୍ତୀକାଳୀନ ସରକାର। ଆଉ ଏହାର ନେତୃତ୍ୱ ନେବେ ମହମ୍ମଦ ୟୁନୁସ୍‍। ଛାତ୍ର ନେତାଙ୍କ ସହ ଆଲୋଚନା କରିବାପରେ ରାଷ୍ଟ୍ରପତି ମହମ୍ମଦ ସହାବୁଦ୍ଦିନ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ପ୍ରସ୍‍ ସେକ୍ରଟାରୀ ଆବେଦିନ ଏହା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିବା ପରେ ସୃଷ୍

Advertisement
Bangladesh Crisis: ନୋବେଲ ବିଜେତା ମହମ୍ମଦ ୟୁନୁସ ହେବେ ବଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
Prabhudatta Moharana|Updated: Aug 07, 2024, 07:00 AM IST
Share

ଭୁବନେଶ୍ୱର: ବାଂଲାଦେଶରେ ଖୁବ୍‍ ଶୀଘ୍ର ଗଠନ ହେବ ମଧ୍ୟବର୍ତ୍ତୀକାଳୀନ ସରକାର। ଆଉ ଏହାର ନେତୃତ୍ୱ ନେବେ ମହମ୍ମଦ ୟୁନୁସ୍‍। ଛାତ୍ର ନେତାଙ୍କ ସହ ଆଲୋଚନା କରିବାପରେ ରାଷ୍ଟ୍ରପତି ମହମ୍ମଦ ସହାବୁଦ୍ଦିନ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ପ୍ରସ୍‍ ସେକ୍ରଟାରୀ ଆବେଦିନ ଏହା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିବା ପରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନିୟନ୍ତ୍ରଣ କରିଛି ବାଂଲାଦେଶର ସେନା। ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ସେନା ଚାହିଁଛି। ଏହିକ୍ରମରେ ରାଷ୍ଟ୍ରପତି ସହାବୁଦ୍ଦିନ ଆନ୍ଦୋଳନକାରୀ ଛାତ୍ରନେତାଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଏହାପରେ ୟୁନୁସ୍‍ଙ୍କ ନେତୃତ୍ୱରେ ସରକାର ଗଠନ ଲାଗି  ରାଜି ହୋଇଥିବା ଜଣାପଡ଼ିଛି। 

୮୪ ବର୍ଷୀୟ ୟୁନୁସ୍‍ ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା। ସେ ଗ୍ରାମୀଣ ଅର୍ଥନୀତିରେ ସଂସ୍କାର ଆଣିବାରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ଡାକ୍ତରୀ ଚିକିତ୍ସା ପାଇଁ ସେ ଏବେ ପ୍ୟାରିସ ଗସ୍ତରେ ଅଛନ୍ତି। ସେ ଛାତ୍ରମାନଙ୍କ ପ୍ରସ୍ତାବରେ ରାଜି ଅଛନ୍ତି ଏବଂ ସେମାନଙ୍କୁ ସମ୍ମାନ ଦେଇ ମଧ୍ୟବର୍ତ୍ତୀ କାଳୀନ ସରକାରର ନେତୃତ୍ୱ ନେବାକୁ ରାଜି ଅଛନ୍ତି ବୋଲି ଜଣାଇଛନ୍ତି। କିନ୍ତୁ ଶାନ୍ତି ପ୍ରତିଷ୍ଠା ଲାଗି ମୁକ୍ତ ନିର୍ବାଚନ ଲାଗି ସେ ଆହ୍ୱାନ କରିଛନ୍ତି। 

‘ମଧ୍ୟବର୍ତ୍ତୀକାଳୀନ ସରକାର କେବଳ ଏକ ଆରମ୍ଭ। ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ନିର୍ବାଚନ ହିଁ ଏକମାତ୍ର ମାଧ୍ୟମ ବୋଲି ସେ କହିଛନ୍ତି । ବାଂଲାଦେଶର ଯୁବା ବର୍ଗ ପରିବର୍ତ୍ତନ ଚାହିଁଥିଲେ, ଆଉ ହାସିନା ସେମାନଙ୍କୁ ଦେଶ ଛାଡ଼ି ପରିବର୍ତ୍ତନ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି। ହାସିନାଙ୍କ ସରକାର ଦ୍ୱାରା ପୂର୍ବରୁ ୧୦୦ରୁ ଅଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ  ଜେଲ ଦଣ୍ଡ ବି ଭୋଗିଛନ୍ତି। ସେ କହିଛନ୍ତି ସମସ୍ତ ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ୨୦୦୬ରେ ନୋବେଲ୍‍ ପୁରସ୍କାର ପାଇବାର ୫ ବର୍ଷ ପରେ ତାଙ୍କୁ ଗ୍ରାମୀଣ ବ୍ୟାଙ୍କ ପଦବୀରୁ ଉତ୍‍ଖାତ କରାଯାଇଥିଲା। ଏହାପରେ ନୀିରନ୍ତର ଭାବେ ସରକାରୀ କଳ ତାଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ।

Read More
{}{}