Badrinath Dham: ଉତ୍ତରାଖଣ୍ଡର ପ୍ରସିଦ୍ଧ ତୀର୍ଥସ୍ଥଳ ବଦ୍ରିନାଥ ଧାମର ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ପ୍ରତିବର୍ଷ ପରି, ଏଥର ବଦ୍ରିନାଥ ଧାମର ସୁରକ୍ଷା ଦାୟିତ୍ୱ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଦ୍ୱାରା ନିର୍ବାହ କରାଯାଇଥିଲା, କିନ୍ତୁ ଏବେ ଫାଟକ ଖୋଲିବା ପରେ ସୁରକ୍ଷା ବ୍ୟବସ୍ଥା ବଦଳିଯାଇଛି । ବୁଧବାର ଦିନ ଭାରତୀୟ ରିଜର୍ଭ ବାଟାଲିୟନ (IRB) କୁ ସୁରକ୍ଷା ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ଶୀତଦିନେ, ବଦ୍ରିନାଥ ଧାମର କବାଟ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ବନ୍ଦ ରହିଥାଏ । କାରଣ ଏହି ସମୟରେ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥାଏ । ସେଠାରେ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ଉପୁଜିଥାଏ । ଏହି ପରିସ୍ଥିତିରେ, ITBP ଯବାନମାନେ ଏଠାରେ ସୁରକ୍ଷା ଦାୟିତ୍ୱ ନେଇଥାନ୍ତି । ପୂର୍ଣ୍ଣ ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ପାଳନ କରନ୍ତି ଆଇଟିବିପି ଜବାନ।
ବାବା ବଦ୍ରିନାଥଙ୍କ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇସାରିଛି । ଆଜିଠାରୁ IRB ପକ୍ଷରୁ ବଦ୍ରିନାଥ ଧାମର ସୁରକ୍ଷା ଦାୟିତ୍ୱ ଗ୍ରହଣ କରାଯାଇଛି । ସୀମା ଦ୍ୱାର ୟୁନିଟର ITBP ଜବାନମାନେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଅନୁଯାୟୀ IRBକୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏବେ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାର ସମ୍ପୂର୍ଣ୍ଣ ଦାୟିତ୍ୱ IRB ଉପରେ ରହିବ।
ଏହି ସୁରକ୍ଷା ହସ୍ତାନ୍ତରର ଉଦ୍ଦେଶ୍ୟ ହେଉଛି ଧାମର ସୁରକ୍ଷା ବ୍ୟବସ୍ଥା ବର୍ଷସାରା ସୁବ୍ୟବସ୍ଥିତ ରହିବାକୁ ନିଶ୍ଚିତ କରିବା। ଶୀତ ଋତୁରେ ITBP ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଇ ଆସିଛନ୍ତି । ଏବେ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଭିଡ଼ ମଧ୍ୟରେ IRB ଯବାନମାନେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦାୟିତ୍ୱ ବୁଝିବେ । ବଦ୍ରିନାଥ ଧାମ ପ୍ରଶାସନ ଏବଂ ସ୍ଥାନୀୟ ଲୋକମାନେ ITBP ଯବାନଙ୍କ କାର୍ଯ୍ୟକୁ ପୂର୍ବରୁ ଅନେକ ପ୍ରଶଂସା କରିଛନ୍ତି । IRB ମଧ୍ୟ ଠିକ୍ ସେହିଭଳି ଭାବେ ସଫଳ କାର୍ଯ୍ୟ କରିବେ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।
Also Read- ରାଜ୍ୟରେ ୩ ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା ହେବ- ମୁଖ୍ୟମନ୍ତ୍ରୀ
Also Read- Grah Gochar 2025: ବୁଧ ଏବଂ ଶନିଙ୍କ ଶୁଭ ଚଳନ, ୫ ରାଶିର ବ୍ୟକ୍ତି କରିବେ ଉନ୍ନତି