Hindi News >>Home >>Odisha National-International

Udhampur Encounter: ଜୈଶ-ଏ-ମହମ୍ମଦର ଆତଙ୍କବାଦୀକୁ ନିହତ କଲେ ସୁରକ୍ଷା ବାହିନୀ, ଅପରେସନ ଜାରି

Udhampur Encounter: ଗୁରୁବାର ଦିନ ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ସମୟରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି।  

Advertisement
ଜୈଶ-ଏ-ମହମ୍ମଦର ଆତଙ୍କବାଦୀକୁ ନିହତ କଲେ ସୁରକ୍ଷା ବାହିନୀ
ଜୈଶ-ଏ-ମହମ୍ମଦର ଆତଙ୍କବାଦୀକୁ ନିହତ କଲେ ସୁରକ୍ଷା ବାହିନୀ
Jagdish Barik|Updated: Jun 26, 2025, 10:39 PM IST
Share

Udhampur Encounter: ଗୁରୁବାର ଦିନ ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ସମୟରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି। ଯେତେବେଳେ କି ତାଙ୍କ ତିନି ସହଯୋଗୀ ବସନ୍ତଗଡ଼ର ଘନ ବିହାଲି ଜଙ୍ଗଲରେ ଫସି ରହିଛନ୍ତି। ଏହି ଅପରେସନକୁ 'ଅପରେସନ୍ ବିହାଲି' ନାମ ଦିଆଯାଇଥିଲା। ଗୁଇନ୍ଦା ସୂଚନା ଆଧାରରେ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବରେ ଏହି ଅପରେସନ ଆରମ୍ଭ କରିଥିଲେ।

ଅଧିକାରୀଙ୍କ ଅନୁଯାୟୀ, ଏହି ଗୋଷ୍ଠୀ ପ୍ରାୟ ଗୋଟିଏ ବର୍ଷ ଧରି ନଜରରେ ଥିଲା। ଏହି ବିଷୟରେ ସୂଚନା ଦେଇ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ସେନା ଏବଂ ପୋଲିସ ଦ୍ୱାରା କରାଯାଇଥିବା ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅପରେସନ ଏବେ ବି ଜାରି ରହିଛି।

ସେ ଆହୁରି କହିଛନ୍ତି ଯେ ଖରାପ ପାଗ ଏବଂ କୁହୁଡ଼ି ସତ୍ତ୍ୱେ କରୁର ଡ୍ରେନ୍ ନିକଟରେ ଲୁଚି ରହିଥିବା ବାକି ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ସୁରକ୍ଷା ବାହିନୀ ସେମାନଙ୍କର ପ୍ରୟାସକୁ ତୀବ୍ର କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ପାରା କମାଣ୍ଡୋମାନେ ଗ୍ରାଉଣ୍ଡରେ ସର୍ଚ୍ଚ ଅପରେସନର ନେତୃତ୍ୱ ନେଉଛନ୍ତି। କହିରଖୁଛୁ ଯେ ଅମରନାଥ ଯାତ୍ରା ପୂର୍ବରୁ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ଏବଂ କେନ୍ଦ୍ରୀୟ ପୋଲିସ ବାହିନୀର ୧୮୦ କମ୍ପାନୀ ମୁତୟନ କରାଯାଇଛି।

ଆଜି ସକାଳେ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟରରେ ପୋଷ୍ଟ କରିଥିଲେ ଯେ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ, ବସନ୍ତଗଡ଼ର ବିହାଲି ଅଞ୍ଚଳରେ ଭାରତୀୟ ସେନା ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ଦ୍ୱାରା ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍ ଏବେ ବି ଜାରି ରହିଛି।

Read More
{}{}