Hindi News >>Home >>Odisha National-International

Manmohan Singh Death: ଆଉ ନାହାଁନ୍ତି ମନମୋହନ ସିଂ, ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା

Manmohan Singh passed away: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ସେ ଗୁରୁବାର ଦିନ ସନ୍ଧ୍ୟା ୯.୫୧ ରେ ଦିଲ୍ଲୀର AIIMS ଠାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  

Advertisement
Seven days of national mourning on the death of Manmohan Singh
Seven days of national mourning on the death of Manmohan Singh
Jagdish Barik|Updated: Dec 27, 2024, 01:19 AM IST
Share

Manmohan Singh Death: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ଦିଲ୍ଲୀର AIIMS ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁକୁ କଂଗ୍ରେସ ନିଶ୍ଚିତ କରିଛି। ତାଙ୍କ ଦେହାନ୍ତରେ କଂଗ୍ରେସର ବରିଷ୍ଠ ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ସାତ ଦିନିଆ ଶୋକ ଘୋଷଣା କରିଛନ୍ତି।

ପିଟିଆଇ ଅନୁଯାୟୀ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପରେ ଡକ୍ଟର ମନମୋହନ ସିଂଙ୍କୁ AIIMS ଦିଲ୍ଲୀର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେ ରାତି ୯:୫୧ ରେ ଦୁନିଆକୁ ବିଦାୟ ଜଣାଇଲେ। ୨୦୦୪ ରୁ ୨୦୨୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂ ୟୁପିଏ ସରକାରରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ଭାରତରେ ରାଜନୀତି ସମେତ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କଠାରୁ ସମବେଦନା ବାର୍ତ୍ତା ଆସୁଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ନେତା ତଥା ବ୍ୟକ୍ତିତ୍ୱ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ୭ ଦିନ ଜାତୀୟ ଶୋକ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ହୋଇ ରହିବ। ସକାଳ ୧୧ଟାରେ କ୍ୟାବିନେଟ ବୈଠକ ହେବ। ଏହା ପରେ ଡକ୍ଟର ମନମୋହନ ସିଂଙ୍କ ଶେଷ ରୀତିନୀତି ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ପାଳନ କରାଯିବ।

ଡକ୍ଟର ମନମୋହନ ସିଂ ୨୬ ସେପ୍ଟେମ୍ବର ୨୦୨୪ ରେ ୯୨ ବର୍ଷ ବୟସରେ ପାଦ ଦେଇଥିଲେ। ମନମୋହନ ସିଂ ୧୯୩୨ ମସିହାରେ ଅବିଭାଜିତ ଭାରତରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ଯେଉଁ ଅଞ୍ଚଳ ଜନ୍ମ ହୋଇଥିଲେ, ତାହା ପାକିସ୍ତାନର ପଞ୍ଜାବରେ ପଡ଼େ। କହିରଖୁଛୁ ଯେ ମନମୋହନ ସିଂଙ୍କୁ ଭାରତରେ ଅର୍ଥନୈତିକ ସଂସ୍କାର ଆଣିବା ପ୍ରମୁଖ ଶ୍ରେୟ ଦିଆଯାଇଥାଏ।

୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ସେ ସଂସଦର ଉପର ଗୃହ ରାଜ୍ୟସଭା ସଦସ୍ୟ ଥିଲେ। ମନମୋହନ ସିଂ ମଧ୍ୟ ୨୧ ମାର୍ଚ୍ଚ ୧୯୯୮ ରୁ ୨୧ ମେ' ୨୦୦୪ ପର୍ଯ୍ୟନ୍ତ ଗୃହରେ ବିରୋଧୀ ଦଳର ନେତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଡକ୍ଟର ମନମୋହନ ସିଂ ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାରୁ ଅବସର ନେଇଥିଲେ, ଯାହା ପରେ ତାଙ୍କର ବିଶିଷ୍ଟ ସଂସଦ କ୍ୟାରିୟର ଶେଷ ହୋଇଥିଲା।

Read More
{}{}