Iran Israel Tension: ଇରାନ ଓ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ମଧ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆମେରିକା ପୂର୍ବରୁ ଖୋଲାଖୋଲି ଭାବେ ଇରାନକୁ ଧମକ ଦେଇଛି ଯେ ଯଦି ଏହା ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଏହାର ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ଇସ୍ରାଏଲ-ଇରାନ ବିବାଦରେ ଆମେରିକାର ସକ୍ରିୟ ଭୂମିକାକୁ ଦୃଷ୍ଟିରେ ରଖି ମଧ୍ୟ ପୂର୍ବର ଦୁଇଟି ବଡ଼ ଦେଶ କତାର ଓ କୁଏତ ଆମେରିକାକୁ ଏକ ବଡ଼ ଝଟକା ଦେଇଛି।
ଇରାନ ଅବଜର୍ବର ଆଣ୍ଡ ଗ୍ଲୋବ ଆଇ ନ୍ୟୁଜର ରିପୋର୍ଟ ଅନୁଯାୟୀ, କତାର ଓ କୁଏତ ଆମେରିକାକୁ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ-ଇସ୍ରାଏଲ ଯୁଦ୍ଧର ପରିସ୍ଥିତି ଉପୁଜେ, ତେବେ ଆମେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମ ଦେଶରେ ବେସ ବ୍ୟବହାର କରିବାକୁ ଆମେରିକାକୁ ଅନୁମତି ଦେବୁ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ ଏହି ବିବାଦ ସମୟରେ ଆମେରିକା ସେମାନଙ୍କ ବାୟୁ ବେସକୁ ବ୍ୟବହାର କରିପାରିବ ନାହିଁ।
ଆପଣଙ୍କୁ କହିରଖୁଛୁ ଯେ କତାର ଓ କୁଏତରେ ଆମେରିକାର ବଡ଼ ସାମରିକ ବେସ ଅଛି। ଦୀର୍ଘ ଦିନ ଧରି ଆମେରିକା ମଧ୍ୟ ଏହି ଦେଶଗୁଡ଼ିକୁ ସୁରକ୍ଷା ଯୋଗାଇ ଆସୁଛି। ତେବେ, ଉଭୟ ଦେଶ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସମୟରେ ସେମାନଙ୍କର ନିକଟତମ ପଡ଼ୋଶୀ ଇରାନ ସହିତ କୌଣସି ବିବାଦ କରିବାକୁ ଚାହୁଁନାହାଁନ୍ତି। ଏଥି ସହିତ, ଇରାନ ଓ ଆମେରିକାର ସମ୍ଫର୍କ ଆରମ୍ଭରୁ ଖରାପ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସମୟରେ ଆମେରିକା ଇରାନର ସବୁଠାରୁ ବଡ ସାମରିକ ନେତାଙ୍କୁ ହତ୍ୟା କରିଥିଲା।
ଭାରତ ସରକାର ମଧ୍ୟ ଜାରି କରିଛନ୍ତି ଆଡଭାଇଜରୀ
ଇରାନ-ଇସ୍ରାଏଲ ଯୁଦ୍ଧର ଭୟକୁ ଦୃଷ୍ଟିରେ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ବହୁତ ସକ୍ରିୟ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଉଛି ଯେ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଇରାନ କିମ୍ବା ଇସ୍ରାଏଲ ଯାତ୍ରା କରନ୍ତୁ ନାହିଁ।" ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଯେଉଁମାନେ ଇରାନ କିମ୍ବା ଇସ୍ରାଏଲରେ ରହୁଛନ୍ତି ସେମାନଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ ଓ ନିଜକୁ ପଞ୍ଜୀକୃତ କରି ନିଅନ୍ତୁ।'