Hindi News >>Home >>Odisha National-International

Sikkim Accident: ସିକ୍କିମର ପାକିଓଙ୍ଗରେ ସେନା ଗାଡି ଦୁର୍ଘଟଣା, ଚାଲିଗଲା ୪ ଯବାନଙ୍କ ଜୀବନ

Sikkim Accident: ସିକ୍କିମରୁ ଦୁର୍ଘଟଣାର ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଭାରତୀୟ ସେନାର ଏକ ଗାଡି ହଠାତ୍ ଗଭୀର ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ସୈନିକ ସହିଦ ହୋଇଛନ୍ତି। 

Advertisement
Sikkim Accident
Sikkim Accident
Jagdish Barik|Updated: Sep 05, 2024, 05:32 PM IST
Share

Sikkim Accident: ସିକ୍କିମର ପାକିଓଙ୍ଗରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାରତୀୟ ସେନାର ଚାରିଜଣ ସୈନିକ ପ୍ରାଣ ହରାଇଛନ୍ତି। ସୈନିକମାନେ ପଶ୍ଚିମବଙ୍ଗର ପେଡୋଙ୍ଗରୁ ସିକ୍କିମର ଜୁଲୁକ୍ ରେଶମ ମାର୍ଗ ଦେଇ ପାକୋଙ୍ଗକୁ ଯାଉଥିଲେ ଓ ଏହି ସମୟରେ ସେନା ଗାଡି ଖାଲରେ ପଡ଼ିଯାଇଥିଲା।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସେନା ଗାଡି ରାସ୍ତାରୁ ଖସି ୭୦୦ ରୁ ୮୦୦ ଫୁଟ ଖାଲରେ ଖସିପଡିଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣା ଡାଲୋପଚାନ୍ଦ ଦାରା ନିକଟ ଭର୍ଟିକାଲ୍ ଭେରରେ ଘଟିଛି। ଏହା ରେନକ୍ ରୋଙ୍ଗଲି ହାଇୱେ ନିକଟରେ ପଡେ, ଯାହା ସିଲ୍କ ରୁଟ୍ ଭାବରେ ପ୍ରସିଦ୍ଧ। ଏହି ଦୁର୍ଘଟଣାରେ ୪ ଜଣ ସୌନିକ ପ୍ରାଣ ହରାଇଛନ୍ତି।

ଭାରତୀୟ ସେନା ଦେଇଥିବା ସୂଚନା ଅନୁଯାୟୀ ପ୍ରାଣ ହରାଇଥିବା ସୈନିକମାନଙ୍କ ମଧ୍ୟରୁ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲ୍ୟୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ. ଥାଙ୍ଗାପଣ୍ଡି ସାମିଲ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଡ୍ରାଇଭର ସମେତ ସମସ୍ତ ପ୍ରାଣ ହରାଇଥିବା ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁଡିରେ ଥିବା ଏକ ୟୁନିଟର ଥିଲେ।

ସୂଚନାନୁସାରେ, ସମସ୍ତ ସୈନିକ ପଶ୍ଚିମବଙ୍ଗର ବିନାଗୁଡିର ଏନ୍ରୋଟ୍ ମିଶନ୍ କମାଣ୍ଡ ୟୁନିଟର ଥିଲେ ଏବଂ ଏହି ଘଟଣାରେ ଭାରତୀୟ ସେନା ପକ୍ଷରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି। ଭାରତୀୟ ସେନାର ଅଧିକାରୀମାନେ କହିଛନ୍ତି ଯେ ଗାଡିଟି ରାସ୍ତାରୁ ଖସି ଯାଇଥିଲା ଓ ରେନାଙ୍ଗ ରୋଙ୍ଗଲି ରାଜପଥରେ ଥିବା ଡାଲୋପଚାନ୍ଦ ଦାରା ନିକଟରେ ପ୍ରାୟ ୭୦୦ ରୁ ୮୦୦ ଫୁଟ ତଳକୁ ଖସି ପଡିଥିଲା।

କୁହାଯାଉଛି ଯେ ସୈନିକମାନେ ଏକ ଟ୍ରକରେ ଥିଲେ ଏବଂ ଟ୍ରକଟି ଖାଲରେ ପଡ଼ିଯିବା ପରେ ଏହା ଖଣ୍ଡ ଖଣ୍ଡ ହୋଇଯାଇଥିଲା, ଯେଉଁଥିପାଇଁ ଚାରିଜଣ ସୈନିକ ଦୁଃଖଦ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଅଧିକାରୀ କହିଛନ୍ତି।

Also Read: Jio ନିଜର କୋଟି କୋଟି ଗ୍ରାହକଙ୍କୁ ଦେଲା ଏକ ବଡ ଉପହାର! ୧୦ ସେପ୍ଟେମ୍ବର ଯାଏଁ ମିଳିବ ଏହି ଅତିରିକ୍ତ ସୁବିଧା

Also Read: Delhi Viral Video: ‘ପୁଅ ମୋ ପାଖରୁ ଟଙ୍କା ନିଏ…’ ୫୫ ବର୍ଷୀୟା ମହିଳା ରାଜଧାନୀରେ ରାତି ଦେଢ଼ଟା ଯାଏଁ ଚଲାଉଛନ୍ତି ରିକ୍ସା, ଦେଖନ୍ତୁ ଭିଡିଓ

Read More
{}{}