Home >>Odisha National-International

Plane Crash: ୧୮୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତ୍ୟୁ

ଋଷରେ ବିମାନ ଦୁର୍ଘଟଣାର ଖବରକୁ ଦୁଇ ପୁରି ନଥିବା ବେଳେ ଆଉ ଏକ ଛାତିଥରା ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଏହି ବିମାନ ଦୁର୍ଘଟଣାର ଖବର ଦକ୍ଷିଣ କୋରିଆରୁ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ପ୍ରାରମ୍ଭିକ ସୁଚନା ଅନୁସାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଖବର ସରବରାହ ସଂସ୍ଥା ରୟଟର୍ସ ମୁତାବକ

Advertisement
Plane Crash: ୧୮୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତ୍ୟୁ
Prabhudatta Moharana|Updated: Dec 29, 2024, 07:35 AM IST
Share

South Korea Plane Crash ନୂଆଦିଲ୍ଲୀ: ଋଷରେ ବିମାନ ଦୁର୍ଘଟଣାର ଖବରକୁ ଦୁଇ ପୁରି ନଥିବା ବେଳେ ଆଉ ଏକ ଛାତିଥରା ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଏହି ବିମାନ ଦୁର୍ଘଟଣାର ଖବର ଦକ୍ଷିଣ କୋରିଆରୁ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ପ୍ରାରମ୍ଭିକ ସୁଚନା ଅନୁସାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଖବର ସରବରାହ ସଂସ୍ଥା ରୟଟର୍ସ ମୁତାବକ ଜେଜୁ ଏୟାର ଲାଇନ୍ସର ୨୨୧୬ ନମ୍ବର ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଛାତିଥରା ଭିଡିଓ ସାମନାକୁ ଆସିଛି। 

 

ମିଳିଥିବା ସୂଚନା ଅନୁଯାୟୀ ବ୍ୟାଙ୍ଗକକୁ ଆସୁଥିବା ଏହି ବିମାନଟି ରବିବାର ଦକ୍ଷିଣ କୋରିଆର ଜିଓଲାରେ ଥିବା ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଅବତରଣ ପରେ ନିୟନ୍ତ୍ରଣ ହରାଇ ରନୱେରୁ ଖସି ଯାଇଥିଲା। ଏହାପରେ ବିମାନଟିରେ ନିଆଁ ଲାଗିଯାଇଥିଲା। ଏହି ବିମାନରେ ୧୭୫ ଜଣ ଯାତ୍ରୀ ରହିଥିବା ବେଳେ ୬ ଜଣ କ୍ରୁ ମେମ୍ବର ରହିଥିଲେ। ସେପଟେ ଭାଇରାଲ ହେଉଥିବା ଭିଡିଓରେ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ବିମାନଟି ବୋଇଂ ୭୩୭-୮୦୦ ବିମାନ ରହିଥିଲା। ଦକ୍ଷିଣ କୋରିଆର ଉଦ୍ଧାରକାରୀ ଦଳ ଦୁଇ ଜଣଙ୍କୁ ବଞ୍ଚାଇ ଦେଇଛନ୍ତି। ଅନ୍ୟ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

 

 

Read More
{}{}