Hindi News >>Home >>Odisha National-International

Mahakumbha 2025: ବୁଡ ପକାଇବେ ଷ୍ଟିଭ ଜବ୍ସଙ୍କ ପତ୍ନୀ, ୪୦ ସହଯୋଗୀଙ୍କ ସହ ପହଞ୍ଚିଛନ୍ତି ପ୍ରୟାଗରାଜରେ

Mahakumbha 2025: ବୁଡ ପକାଇବେ ଷ୍ଟିଭ ଜବ୍ସଙ୍କ ପତ୍ନୀ

Advertisement
Mahakumbha 2025: ବୁଡ ପକାଇବେ ଷ୍ଟିଭ ଜବ୍ସଙ୍କ ପତ୍ନୀ, ୪୦ ସହଯୋଗୀଙ୍କ ସହ ପହଞ୍ଚିଛନ୍ତି ପ୍ରୟାଗରାଜରେ
Prabhudatta Moharana|Updated: Jan 13, 2025, 12:14 PM IST
Share

mahakumbha 2025: ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ମହାକୁମ୍ଭ-୨୦୨୫ ୧୩ ଜାନୁଆରୀ ସୋମବାର ଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଇବେ। ଏହା ସହିତ, ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ କୂଳରେ ମହାକୁମ୍ଭର ପ୍ରାଚୀନ କଳ୍ପବାସ ପରମ୍ପରା ମଧ୍ୟ ପ୍ରଦର୍ଶନ କରିବେ। ମହାକୁମ୍ଭ ୨୦୨୫ର ପ୍ରଥମ ରାଜକୀୟ ସ୍ନାନ ସୋମବାର, ୧୩ ଜାନୁଆରୀରେ ହେଉଛି। ଏହା ପୌଷ ପୂର୍ଣ୍ଣିମାରେ ଘଟୁଛି। ପୂର୍ଣ୍ଣିମା ତିଥି ଜାନୁଆରୀ ୧୩ ତାରିଖ ଅର୍ଥାତ୍ ସକାଳ ୫ଟା ୩ ମିନିଟରେ ଆରମ୍ଭ ହେବ।ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ପ୍ରୟାଗରାଜରେ ପହଞ୍ଚି ସାରିଛନ୍ତି। ଏମାନଙ୍କ ମଧ୍ୟରେ ବଲିଉଡ଼ କଳାକାରଙ୍କ ସମେତ ଭିଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। 

ଏହି କ୍ରମରେ ଆଜି ବିଶ୍ୱର ସବୁଠାରୁ ଧନୀ ମହିଳା ତଥା ଆପଲର ସହ ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ପ୍ରୟାଗରାଜରେ ପହଞ୍ଚିଛନ୍ତି। ସେ ସ୍ୱାମୀ କୈଳାଶନନ୍ଦ ଜୀଙ୍କ ଶିବିରରେ ନିରଞ୍ଜନୀ ଅକ୍ଷରା ନାମରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରହିବେ। ସାଧୁସନ୍ଥ ମାନଙ୍କୁ ସାକ୍ଷାତ କରି ଭାରତୀୟ ପରମ୍ପରାକୁ ବୁଝିବାର ପ୍ରୟାସ କରିବେ ସେ। ପୌଷ ପୂର୍ଣ୍ଣିମା ଅବସରରେ ସଙ୍ଗମରେ ପ୍ରଥମ ବୁଡ ବି ପକାଇବେ। ଲରେନଙ୍କ ସମେତ ଇନଫୋସିସ ଫାଉଣ୍ଡେସନର ସଂସ୍ଥାପକ ସୁଧା ମୂର୍ତ୍ତି ଓ ଓପି ଜିନ୍ଦଲ ଗୃପର ଅଧ୍ୟକ୍ଷା ସାବିତ୍ରୀ ଦେବୀ ଜିନ୍ଦଲ ମଧ୍ୟ ଆସ୍ଥାର ଅନୁଭବ ପାଇବା ଲାଗି ସଙ୍ଗମ ସ୍ଥଳରେ ପହଞ୍ଚିବେ। ଏମାନଙ୍କ ବ୍ୟତୀତ ବଲିଉଡର ବହୁ କଳାକାର ମଧ୍ୟ ସଙ୍ଗମରେ ବୁଡ଼ ପକାଇବେ। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ହେମାମାଳିନୀ, ମହାନାୟକ ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ ପ୍ରମୁଖ। 

Read More
{}{}