Home >>Odisha National-International

Sudha Murthy: ରାଜ୍ୟସଭା ଯିବେ ସୁଧା ମୁର୍ତ୍ତୀ, ମହିଳା ଦିବସ ଅବସରରେ ମିଳିଲା ଏକ ବଡ ସମ୍ମାନ

Sudha Murthy In Rajya Sabha: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀ ବର୍ତ୍ତମାନ ରାଜ୍ୟସଭାରେ ନଜର ଆସିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ସୂଚନା ଦେଇଛନ୍ତି।  

Advertisement
Sudha Murthy Nominated For Rajya Sabha
Sudha Murthy Nominated For Rajya Sabha
Zee Odisha Desk|Updated: Mar 08, 2024, 02:51 PM IST
Share

Sudha Murthy Nominated For Rajya Sabha: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀ ବର୍ତ୍ତମାନ ରାଜ୍ୟସଭାରେ ନଜର ଆସିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ X ରେ ଲେଖିଛନ୍ତି, 'ମୁଁ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସାମାଜିକ କାର୍ଯ୍ୟ, ବଞ୍ଚିତ ତଥା ଶିକ୍ଷା ପାଇଁ ଆର୍ଥିକ ସହାୟତା କ୍ଷେତ୍ରରେ ସୁଧା ଜୀଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି। ଯାହା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଏ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, 'ରାଜ୍ୟସଭାରେ ସୁଧା ମୁର୍ତ୍ତୀଙ୍କ ଉପସ୍ଥିତି ମହିଳା ଶକ୍ତି ପାଇଁ ଏକ ସମ୍ମାନ ହେବ। ଭାରତର ଭବିଷ୍ୟତ ଗଠନରେ ମହିଳାମାନେ କିପରି ସହଯୋଗ କରିଛନ୍ତି ଏହାର ଏକ ଉଦାହରଣ ହେବ। ୭୩ ବର୍ଷୀୟା ସୁଧା ମୁର୍ତ୍ତୀ ବୃତ୍ତି ଅନୁଯାୟୀ ଜଣେ ଇଞ୍ଜିନିୟର ଓ ଜଣେ ଲେଖକ ମଧ୍ୟ। ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଦିଆଯାଇଛି। ସେ ଇନଫୋସିସ୍ ଫାଉଣ୍ଡେସନର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହି ଫାଉଣ୍ଡେସନ ସେବା କାର୍ଯ୍ୟରେ ସହଯୋଗ କରିଥାଏ ଏବଂ ଏକ ବୃହତ ପରିମାଣରେ ଅର୍ଥ ମଧ୍ୟ ଦାନ କରିଆସୁଛି। ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ସୁଧା ମୁର୍ତ୍ତୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ 'ବର୍ତ୍ତମାନ ମୁଁ ଦେଶରେ ନାହିଁ, କିନ୍ତୁ ମହିଳା ଦିବସରେ ଏହି ସମ୍ମାନ ପାଇଁ ମୁଁ କୃତଜ୍ଞ।'

ଦେଶର ସେହି ପ୍ରତିଷ୍ଠିତ ମହିଳାମାନଙ୍କ ମଧ୍ୟରୁ ସୁଧା ମୁର୍ତ୍ତୀ ଅନ୍ୟତମ, ଯିଏ ବ୍ୟବସାୟରେ ମଧ୍ୟ ଏକ ବଡ଼ ଅବଦାନ ରଖିଛନ୍ତି। ସେ ଅନେକ ଟିଭି କାର୍ଯ୍ୟକ୍ରମରେ ଇନଫୋସିସ୍ ପ୍ରତିଷ୍ଠାର କାହାଣୀ ମଧ୍ୟ କହିଛନ୍ତି। ସେ କହିଥିଲେ ଯେ ସେ କିପରି ତାଙ୍କ ସ୍ୱାମୀ ନାରାୟଣ ମୁର୍ତ୍ତୀଙ୍କୁ ୧୦,୦୦୦ ଟଙ୍କା ଋଣ ଦେଇଥିଲେ ଓ ଏହିଭଳି ଇନଫୋସିସ୍ ପ୍ରତିଷ୍ଠା କରାଯାଇଥିଲା। ସୁଧା ମୁର୍ତ୍ତୀ ଓ ନାରାୟଣ ମୁର୍ତ୍ତୀଙ୍କ ଦୁଇଟି ସନ୍ତାନ ଅଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ତାଙ୍କ ଝିଅ ଅକ୍ଷତା ମୁର୍ତ୍ତୀ ହେଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ। କିଛି ମାସ ପୂର୍ବେ ଜି-୨୦ ଶିଖର ସମ୍ମିଳନୀରେ ଦୁହେଁ ଭାରତ ଗସ୍ତ କରିଥିଲେ ଓ ଅକ୍ଷରଧାମ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।

Read More
{}{}