Home >>Odisha National-International

Sugar Price Hike: ଦେଶରେ ଚିନ୍ତା ବଢାଇଛି ଚିନି ଦର, କେଜି ପ୍ରତି ବଢିଲା ଏତିକି ଟଙ୍କା

Sugar Price Hike: ପୂର୍ବରୁ ସାଧାରଣ କିସମ ଚିନିର ଦାମ୍‌ କ୍ବିଣ୍ଟାଲ ପିଛା ୩୮୫୦ ଟଙ୍କା ରହିଥିବା ବେଳେ ଏବେ ତାହା ୪୦୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ ଡବଲ୍‌ ଫିଲ୍‌ଟର ଚିନି ଦାମ୍‌ ପୂର୍ବରୁ କ୍ବିଣ୍ଟାଲ ପିଛା ୪୧୦୦ ଟଙ୍କା ଥିବାବେଳେ ଏବେ ତାହା ୪୪୦୦ ଟଙ୍କାରେ ପହଞ୍ଚିଛି। 

Advertisement
Sugar Price Hike: ଦେଶରେ ଚିନ୍ତା ବଢାଇଛି ଚିନି ଦର, କେଜି ପ୍ରତି ବଢିଲା ଏତିକି ଟଙ୍କା
Payal Priyadarshini|Updated: Apr 24, 2024, 06:51 AM IST
Share

Sugar Price Hike: ଦେଶରେ ଗତ କିଛିଦିନ ହେବ ଉପରମୁହାଁ ରହିଛି ଚିନି ଦର । ଦର ବର୍ତ୍ତମାନ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବୃଦ୍ଧି ହୋଇଛି। ସୂଚନା ଥାଉ କି, ପୂର୍ବରୁ ସାଧାରଣ କିସମ ଚିନିର ଦାମ୍‌ କ୍ବିଣ୍ଟାଲ ପିଛା ୩୮୫୦ ଟଙ୍କା ରହିଥିବା ବେଳେ ଏବେ ତାହା ୪୦୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ ଡବଲ୍‌ ଫିଲ୍‌ଟର ଚିନି ଦାମ୍‌ ପୂର୍ବରୁ କ୍ବିଣ୍ଟାଲ ପିଛା ୪୧୦୦ ଟଙ୍କା ଥିବାବେଳେ ଏବେ ତାହା ୪୪୦୦ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ପରିବହନ ଖର୍ଚ୍ଚ କ୍ବିଣ୍ଟାଲ ପିଛା ୨୫୦ରୁ ୩୫୦ ଟଙ୍କାକୁ ବୃଦ୍ଧି ପାଇବା ମଧ୍ଯ ଚିନି ଦରକୁ ପ୍ରଭାବିତ କରିଛି। ଦେଶରେ ବର୍ତ୍ତମାନ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମୃଦୁପାନୀୟର ବିକ୍ରି ବେଶ ବୃଦ୍ଧି ପାଇଛି। ଅନ୍ୟପଟେ ଏବେ ଦେଶରେ ନିର୍ବାଚନୀ ମାହୋଲ ରହିଛି। ଏହି କାରଣରୁ ଅନ୍ୟ ବର୍ଷ ଖରା ଦିନ ତୁଳନାରେ ବର୍ତ୍ତମାନ ଚିନିର ବ୍ୟବହାର ବେଶ ବଢ଼ିଯାଇଛି।

ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବା ଅନୁଯାୟୀ, ‘ରାଜ୍ୟରେ ବର୍ଷକୁ ୧୦ ଲକ୍ଷ ଟନ୍ ଚିନି ଆବଶ୍ୟକ ହୋଇଥାଏ। ସରକାର ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି କରୁଛନ୍ତି। ପରିବହନ ଖର୍ଚ୍ଚ ବି ବଢ଼ିଛି। ଏସବୁ କାରଣରୁ ଚିନି ଦାମ ବଢି ଚାଲିଛି । ରାଜ୍ୟର ଚିନି ଆବଶ୍ୟକତା ପୂରଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। କାରଣ ରାଜ୍ୟରେ ଅତି ଅଳ୍ପ ପରିମାଣର ଚିନି ଉତ୍ପାଦନ ହେଉଛି’।

Also Read- Summer Special Trains 2024: ଗଡ଼ିବ ଏତିକିଟି ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

 

 

Read More
{}{}