Hindi News >>Home >>Odisha National-International

Supreme Court: ଭାରତର ଜେଲରେ ୫୬୪ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ବନ୍ଦୀ, ସୁପ୍ରିମ୍‍ କୋର୍ଟରେ ଦୁଇବର୍ଷ ହେଲା କାହାକୁ ହୋଇନି ଫାଶି ଆଦେଶ

ଭୁବନେଶ୍ୱର: ଭାରତର ବିଭିନ୍ନ ଜେଲ୍‍ରେ ଏବେ ୫୬୪ଜଣ ବନ୍ଦୀ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଛି। ବିଶେଷକରି ହତ୍ୟା ଓ ବଳାତ୍କାର ଭଳି ଜଘନ୍ୟ ଅପରାଧିକ ମାମଲାରେ ଏହି ବନ୍ଦୀମାନେ ଦେଷୀ ସାବ୍ୟସ୍ତ ହୋଇଛନ୍ତି, କିନ୍ତୁ ବିଭିନ୍ନ ତଳ କୋର୍ଟରେ। 

Advertisement
Supreme Court: ଭାରତର ଜେଲରେ ୫୬୪ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ବନ୍ଦୀ, ସୁପ୍ରିମ୍‍ କୋର୍ଟରେ ଦୁଇବର୍ଷ ହେଲା କାହାକୁ ହୋଇନି ଫାଶି ଆଦେଶ
Prabhudatta Moharana|Updated: Feb 11, 2025, 09:57 AM IST
Share

Supreme Court: ଭୁବନେଶ୍ୱର: ଭାରତର ବିଭିନ୍ନ ଜେଲ୍‍ରେ ଏବେ ୫୬୪ଜଣ ବନ୍ଦୀ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଛି। ବିଶେଷକରି ହତ୍ୟା ଓ ବଳାତ୍କାର ଭଳି ଜଘନ୍ୟ ଅପରାଧିକ ମାମଲାରେ ଏହି ବନ୍ଦୀମାନେ ଦେଷୀ ସାବ୍ୟସ୍ତ ହୋଇଛନ୍ତି, କିନ୍ତୁ ବିଭିନ୍ନ ତଳ କୋର୍ଟରେ। ସୁପ୍ରିମକୋର୍ଟଙ୍କ ଦ୍ୱାରା କୌଣସି ଗତ ଦୁଇବର୍ଷ ଭିତରେ କୌଣସି ଦୋଷୀଙ୍କ ବିଚାର କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇ ନାହିଁ। ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରୋଜେକ୍ଟ ୩୯ ଏ ଦ୍ୱାରା ଏହା ସ୍ପଷ୍ଟ କରାଯାଇଛି। 

ଏଥିରେ କୁହାଯାଇଛି ଯେ ସର୍ବୋଚ୍ଚ ନ୍ୟାୟାଳୟ ୨୦୨୪ ବର୍ଷରେ ମୃତ୍ୟୁ ଦଣ୍ଡରେ ଦଣ୍ଠଠିତ ୫ଟି ମାମଲାର ଶୁଣାଣି କରିଥିଲା। ଏଥିରୁ ୪ଟିକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିବା ବେଳେ ଜଣଙ୍କୁ ଖଲାସ କରିଥିଲା। ସମ୍ପୃକ୍ତ ଅପରାଧିଙ୍କ ଜୀବନ କାହାଣୀ, ଜେଲରେ ଆଚରଣ ଓ ବ୍ୟବହାରକୁ ଲକ୍ଷ୍ୟରେ ରଖି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। 

କିନ୍ତୁ ସେହି ବର୍ଷ ଅର୍ଥାତ୍‍ ୨୦୨୪ରେ ବିଭିନ୍ନ ବିଚାରାଳୟ ଦ୍ୱାରା ୧୩୯ଟି ମାମଲାରେ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଥିଲା। ଏଥିରୁ ୮୭ ଟି ମାମଲା ଅର୍ଥାତ୍‍ ୬୨% ମାମଲା ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କ ପାଇଁ ରହିଥିବାବେଳେ ୩୫ଟି ମାମଲାରେ ଦୋଷୀ ବଳାତ୍କାର ଅଭିଯୋଗରେ ଦଣ୍ଡିତ ହୋଇଥିଲେ। ୨୦୨୩ ମସିହାରେ ସମୁଦାୟ ୧୨୨ଟି ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ଇଣ୍ଡିଆନ୍‍ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। 

୨୦୧୯ ମସିହା ପରଠାରୁ ଏହିପରି ଭାବେ ମୃତ୍ୟୁ ଦଣ୍ଡ ପାଇଥିବା ଦୋଷୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ସେହି ବର୍ଷ ସମୁଦାୟ ୩୭୮ ଜଣ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ଅପରାଧୀ ଜେଲ ଭିତରେ ରହିଥିଲେ। 

ଭାରତୀୟ ନ୍ୟାୟ ସଂହିତାର ଧାରା ୪୦୭ ଅନୁସାରେ କୌଣସି ମୃତ୍ୟୁଦଣ୍ଡକୁ ନିଣ୍ଚିତ କରିବା ଲାଗି ହାଇକୋର୍ଟଙ୍କ ଆଦେଶ ଆବଶ୍ୟକ। ୨୦୨୪ରେ ୧୨୪ଟି ଏପରି ମାମଲା ତଳ କୋର୍ଟରୁ ହାଇକୋର୍ଟକୁ ଆସିଥିଲା। ଯେଉଁଥିରୁ ୮୭ଟି ମାମଲାରେ ହାଇକୋର୍ଟ ବିଚାର କରିଥିଲେ।

Read More
{}{}