Hindi News >>Home >>Odisha National-International

CAA: ସୁପ୍ରିମ୍‍ କୋର୍ଟରେ ନାଗରିକତ୍ୱ ସଂଶୋଧନ ଆଇନ, ଆଜି ୨୩୭ ପିଟିସନର ଶୁଣାଣି

CAA: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଲାଗୁ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନକୁ (Citizenship Amendment Act)  ନେଇ ଆଜି ସୁପ୍ରିମ୍‍ କୋର୍ଟ (supreme court) ଶୁଣାଣି କରିବେ। ସରକାର ଲାଗୁ କରିଥିବା ନିୟମ ବେଆଇନ ବୋଲି କହି ୨୩୭ଟି ମାମଲା କୋର୍ଟଙ୍କ ପାଖରେ ଦାଏର ହୋଇଛି। ଏସବୁ ମାମଲାକୁ ମୁଖ୍ୟ ବିଚାରପତି ଜଷଜ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଚାର କରିବେ।

Advertisement
CAA: ସୁପ୍ରିମ୍‍ କୋର୍ଟରେ ନାଗରିକତ୍ୱ ସଂଶୋଧନ ଆଇନ, ଆଜି ୨୩୭ ପିଟିସନର ଶୁଣାଣି
Zee Odisha Desk|Updated: Mar 19, 2024, 10:56 AM IST
Share

CAA: ନିର୍ବାଚନର ଅବ୍ୟବହିତ ପୂର୍ବରୁ ଲାଗୁ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନକୁ (Citizenship Amendment Act)  ନେଇ ଆଜି ସୁପ୍ରିମ୍‍ କୋର୍ଟ (supreme court) ଶୁଣାଣି କରିବେ। ସରକାର ଲାଗୁ କରିଥିବା ନିୟମ ବେଆଇନ ବୋଲି କହି ୨୩୭ଟି ମାମଲା କୋର୍ଟଙ୍କ ପାଖରେ ଦାଏର ହୋଇଛି। ଏସବୁ ମାମଲାକୁ ମୁଖ୍ୟ ବିଚାରପତି ଜଷଜ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଚାର କରିବେ।

ଏହି ପିଟିସନ ଦାୟର କରିଥିବା ଲୋକଙ୍କ ଭିତରେ ରହିଛନ୍ତି, ଏଆଇଏମ୍‍ଏମ୍‍ ମୁଖ୍ୟ ଆଶାଦୁଦ୍ଦିନ ଓଓ୍ୱସୀ, ତୃଣମୂଳ କଂଗ୍ରେସ ନେତା ମହୂଆ ମୈତ୍ର, କଂଗ୍ରେୌସ ନେତା ଜୟରାମ ରମେଶ, ଇଣ୍ଡିଆନ ୟୁନିୟନ ଅଫ୍‍ ମୁସ୍‍ଲିମ୍‍ ଲିଗ୍‍, ଡିଓ୍ୱାଇଏଫ୍‍ଆଇ ଭଳି ପ୍ରମୁଖ ସଂଗଠନ। ୨୦୧୯ ମସିହାରେ ନାଗରିକତ୍ୱ ସଂଶୋଧନ ବିଲ୍‍ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଥିଲା। ସେତେବେଳେ ଏହାକୁ ନେଇ ଅନେକ ବିବାଦ ହୋଇଥିଲା। ଦୀର୍ଘ ପାଞ୍ଚ ବର୍ଷ ପରେ ଏବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଆଇନକୁ ଲାଗୁ କରିବା ଲାଗି ସରକାର ନିୟମ ପ୍ରଣୟନ କରିଛନ୍ତି। ଏହାଦ୍ୱାରା ଗୁଜରାଟରେ କିଛି ପାକିସ୍ତାନରୁ ଆସି ଏଠାରେ ଶରଣାର୍ଥୀ ସାଜିଥିବା ଲୋକେ ନାଗରିକତ୍ୱ ପାଇଛନ୍ତି।

ନିୟମ ଅନୁସାରେ ଡିସେମ୍ବର ୩୧, ୨୦୧୪ ମସିହା ପୂର୍ବରୁ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଭାରତ ଆସି ଏଠାରେ ଶରଣ ନେଇଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ପାର୍ସି ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ଭାରତରେ ନାଗରିକତ୍ୱ ଚାହିଁଲେ ତାଙ୍କୁ ତାହା ମିଳିପାରିବ। କିନ୍ତୁ ଏହାକୁ ରାଜନୀତକି ଉଦ୍ଦେଶ୍ୟ ପ୍ରଣୋଦିତ କହି ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 

 

 

Read More
{}{}