Hindi News >>Home >>Odisha National-International

New Maternity Leave Rules : ମାତୃତ୍ୱ ଛୁଟି ନିୟମ ପରିବର୍ତ୍ତନ କଲେ ସରକାର : ମିଳିବ ୧୮୦ ଦିନ ଛୁଟି

New Maternity Leave Rules : ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ସଂଶୋଧନ କରିଛନ୍ତି ଭାରତ ସରକାର। ଏଣିକି କେନ୍ଦ୍ର ସରକାରଙ୍କ ନିକଟରେ ଚାକିରୀ କରୁଥିବା ମହିଳା ମାନେ ସରୋଗେସି କିମ୍ବା ଶିଶୁ ଜନ୍ମ କଲେ ସେମାନଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ପାଇବେ।

Advertisement
Surrogacy and Maternity Leave Rules
Surrogacy and Maternity Leave Rules
Zee Odisha Desk|Updated: Jun 23, 2024, 06:00 PM IST
Share

Surrogacy and Maternity Leave Rules ; ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ସଂଶୋଧନ କରିଛନ୍ତି ଭାରତ ସରକାର। ଏଣିକି କେନ୍ଦ୍ର ସରକାରଙ୍କ ନିକଟରେ ଚାକିରୀ କରୁଥିବା ମହିଳା ମାନେ ସରୋଗେସି କିମ୍ବା ଶିଶୁ ଜନ୍ମ କଲେ ସେମାନଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ପାଇବା ପାଇଁ କମିଶନ ନିୟମ ସଂଶୋଧନ କରିଛନ୍ତି।

ସରୋଗେସି ମାତାଙ୍କ ବ୍ୟତୀତ ଯେଉଁମାନେ ସରକାରୀ କର୍ମଚାରୀ ଏବଂ ତାଙ୍କର ଦୁଇରୁ କମ୍ ପିଲା ଅଛନ୍ତି, ସେମାନଙ୍କୁ ମଧ୍ୟ ୧୮୦ ଦିନ ଛୁଟି ମିଳିବ।

ଏଥିପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍  ନିୟମ, ୧୯୭୨ ରେ ସଂଶୋଧନ କରାଯାଇଛି।ଯାହା ଦ୍ୱାରା କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ସୁବିଧା ମିଳିବ।

ସରୋଗେସି ଶିଶୁର ଛୁଟି ପାଇଁ ପିତାଙ୍କୁ ୬ ମାସର କାର୍ଯ୍ୟକାଳରେ ୧୫ ଦିନର ପିତୃତ୍ୱ ଅବକାଶ ମିଳିବ। ସେହିପରି ଯେଉଁମାନଙ୍କର ଦୁଇଟିରୁ କମ୍ ପିଲା ଅଛନ୍ତି ପିଲା ଜନ୍ମ ହେବାର ୬ ମାସ କାର୍ଯ୍ୟକାଳ ମଧ୍ୟରେ ୧୫ ଦିନର ପିତୃତ୍ୱ ଅବକାଶ ମିଳିବ।

Read More
{}{}