Hindi News >>Home >>Odisha National-International

Hospital Fire: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ

Hospital Fire: ଏ-ମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲାଟପାଲଟ ହୋଇଗଲା ସବୁକିଛି। ଚାହୁଁଚାହୁ ଚାଲିଗଲା ଜୀବନ। ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଚାଲିଗଲା ୭ ଜଣଙ୍କ ଜୀବନ । 

Advertisement
Hospital Fire: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ
Narmada Behera|Updated: Dec 13, 2024, 08:48 AM IST
Share

Hospital Fire: ଏ-ମିତି ବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲାଟପାଲଟ ହୋଇଗଲା ସବୁକିଛି। ଚାହୁଁଚାହୁ ଚାଲିଗଲା ଜୀବନ। ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଚାଲିଗଲା ୭ ଜଣଙ୍କ ଜୀବନ । ଏହି ଅଗ୍ନିକାଣ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି।  ୨୯ ଜଣଙ୍କୁ ଉଦ୍ଧାର କରି ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି। ତାମିଲନାଡ଼ୁର ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି।

 

ALSO READ: Dhanu Sankranti 2024: ଧନୁ ସଂକ୍ରାନ୍ତିରେ ପଡୁଛି ତିନି ଦୁର୍ଲଭ ଯୋଗ, ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା!

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁର ଡିଣ୍ତିଗୁଲ୍ ସ୍ଥିତ ଏକ ଘରୋଇ ହସପିଟାଲରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ, କ୍ଷଣିକ ମଧ୍ୟରେ ଉପର ମହଲାକୁ ବ୍ୟାପି ଯାଇଥିଲା। ଏନେଇ ଖବର ପାଇ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ ନିଆଁ ଓ ପ୍ରବଳ ଧୂଆଁ ଯୋଗୁଁ ଅଣନିଶ୍ବାସୀ ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ କିଛି ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁତର ରହିଛନ୍ତି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୯ ଜଣ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। 

ତେବେ, ମୃତକଙ୍କ ମଧ୍ୟରେ  ତିନି ଜଣ ପୁରୁଷ ଓ ତିନି ଜଣ ମହିଳା ରହିଥିବା ବେଳେ ଆଉ ଜଣେ ଶିଶୁ ରହିଛି। ସେପଟେ,  ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ହେଲେ, ଅଗ୍ନିକାଣ୍ଡର କାରଣ ଏ-ପର୍ଯ୍ୟନ୍ତ ଜଣା ପଡିନାହିଁ। ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥାଇପାରେ ବୋଲି ଆଶଙ୍କା କରାଯାଉଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। 

Read More
{}{}