Hindi News >>Home >>Odisha National-International

Terrorist Attack: ଆର୍ମି କ୍ୟାମ୍ପରେ ଗୁଳିମାଡ, ଯବାନ ଆହତ, ସର୍ଚ୍ଚ ଅପରେସନ ଜାରି

Terrorist Attack on Sunjwan Military Station:  ସେନା ଶିବିର ବାହାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଏହା ପରେ ଯବାନମାନେ ଗୁଳି ଚଳାଇଥିଲେ। ଏହି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ ହେଲା । ଅଧିକାରୀ କହିଛନ୍ତି ଯେ, ସହରର ଉପକଣ୍ଠରେ ଥିବା ସଞ୍ଜୱାନ ଷ୍ଟେସନ ନିକଟରେ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିକୁ ଦେଖି ଯବାନମାନେ ଗୁଳି ଚଳାଇଥିଲେ ।

Advertisement
Terrorist Attack: ଆର୍ମି କ୍ୟାମ୍ପରେ ଗୁଳିମାଡ, ଯବାନ ଆହତ, ସର୍ଚ୍ଚ ଅପରେସନ ଜାରି
Soubhagya Ranjan Mishra|Updated: Sep 02, 2024, 04:44 PM IST
Share

Terrorist Attack on Sunjwan Military Station: ଜାମ୍ମୁ କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ସଞ୍ଜୱାନ ସେନା ଶିବିରରେ ଗୁଳି ମାଡ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି। ଏ ସମ୍ପର୍କରେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜାମ୍ମୁର ସଞ୍ଜୱାନ ମିଲିଟାରୀ ଷ୍ଟେସନରେ ଆତଙ୍କବାଦୀମାନେ ବେସ ବାହାରେ ଗୁଳି ମାଡ କରିବା କାରଣରୁ ଜଣେ ଯବାନ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଘଟଣାସ୍ଥଳରେ କଡା ସର୍ଚ୍ଚ ଅପରେସନ୍ ଚାଲିଛି ।

ରିପୋର୍ଟ ଅନୁଯାୟୀ, ସେନା ଶିବିର ବାହାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଏହା ପରେ ଯବାନମାନେ ଗୁଳି ଚଳାଇଥିଲେ। ଏହି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ଏବଂ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ ହେଲା । ଅଧିକାରୀ କହିଛନ୍ତି ଯେ, ସହରର ଉପକଣ୍ଠରେ ଥିବା ସଞ୍ଜୱାନ ଷ୍ଟେସନ ନିକଟରେ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିକୁ ଦେଖି ଯବାନମାନେ ଗୁଳି ଚଳାଇଥିଲେ ।

ସେନା ଅଧିକାରୀ କହିଛନ୍ତି ଯେ, ଗୁଳି ବିନିମୟ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ନାହିଁ। କିନ୍ତୁ ସେନା ଏବଂ ସ୍ଥାନୀୟ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ତୁରନ୍ତ ଅଞ୍ଚଳକୁ ସିଲ୍ କରିବା ସହ ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ସଞ୍ଜୱାନ ମିଲିଟାରୀ ଷ୍ଟେସନ ଉପରେ ଆକ୍ରମଣ କରାଯାଇଛି। ଏହାପୂର୍ବରୁ ଫେବୃଆରୀ ୨୦୧୮ ରେ ଆତଙ୍କବାଦୀମାନେ ସଞ୍ଜୱାନ ମିଲିଟାରୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣେ ୬ଜଣ ଯବାନ ସହିଦ ହୋଇଥିଲେ । ଜଣେ ସାଧାରଣ ନାଗରିକ ଏବଂ ତିନି ଜଣ ଆତଙ୍କବାଦୀ ଘଟଣାରେ ମୃତ୍ୟୁବରଣ କରିଥିଲେ ।

Also Read- ରାଜ୍ୟବାସୀଙ୍କ ଉପରେ ସବୁଠୁ କମ୍‍ ଋଣ ବୋଝ

Also Read- Top 10 News Today: ଗୁଟଖାରୁ ମିଳିଛି ୧୦୧୨ କୋଟି ରାଜସ୍ୱ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Read More
{}{}