Hindi News >>Home >>Odisha National-International

ସେନାବାହିନୀକୁ ବଡ଼ ସଫଳତା, ଆତଙ୍କବାଦୀ ନିହତ

ଆଜି ଆତଙ୍କବାଦୀମାନେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ଯବାନ ସମଗ୍ର ଅଞ୍ଚଳକୁ ଧ୍ୱଂସ କରିଦେଇଛନ୍ତି । ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ଆସୁଛି ।

Advertisement
ସେନାବାହିନୀକୁ ବଡ଼ ସଫଳତା, ଆତଙ୍କବାଦୀ ନିହତ
Soubhagya Ranjan Mishra|Updated: Oct 28, 2024, 04:49 PM IST
Share

jammu kashmir: ପାକିସ୍ତାନୀ ଆତଙ୍କବାଦୀଙ୍କୁ ବଡ଼ ଜବାବ ଦେଇଛି ଭାରତୀୟ ସେନା । ଜାମ୍ମୁ କାଶ୍ମୀରର ପ୍ରତ୍ୟେକ କୋଣ ଅନୁକୋଣରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଛି। ଆଜି ଆତଙ୍କବାଦୀମାନେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଭାରତୀୟ ଯବାନ ସମଗ୍ର ଅଞ୍ଚଳକୁ ଧ୍ୱଂସ କରିଦେଇଛନ୍ତି । ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ଆସୁଛି ।

ଜାମ୍ମୁର ଅଖନୋର ସେକ୍ଟରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ଥିବା ଏକ ଗାଁରେ ସର୍ଚ୍ଚ ଅପରେସନ୍ ବେଳେ ସୋମବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ସେନାର ସର୍ଚ୍ଚ ଅପରେସନ୍ ଚାଲିଛି। ସେନା ଅଧିକାରୀ କହିଛନ୍ତି ଯେ, ଖୋରର ଭଟ୍ଟାଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହାପୂର୍ବରୁ ଜଗୱାନର ଆସାନ ମନ୍ଦିର ନିକଟ ମୁଖ୍ୟ ରାସ୍ତା ଦେଇ ଯାଉଥିବା ଏକ ସେନା ଆମ୍ବୁଲାନ୍ସ ଉପରେ ତିନି ଆତଙ୍କବାଦୀ ଗୁଳି ଚଳାଇଥିଲେ। ତେବେ ସେନାବାହିନୀର କୌଣସି କ୍ଷୟକ୍ଷତିର ଖବର ନାହିଁ। ଅଧିକାରୀ କହିଛନ୍ତି ଯେ, ଅତ୍ୟଧିକ ସଶସ୍ତ୍ର ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଏହି ଅଞ୍ଚଳକୁ ଅତିରିକ୍ତ ବାହିନୀ ପଠାଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ୩ଜଣ ଆତଙ୍କବାଦୀ ସୀମା ପାର ହୋଇ ରବିବାର ମଧ୍ୟରାତ୍ରିରେ ଜାମ୍ମୁରେ ପ୍ରବେଶ କରିଥିଲେ।

Also Read- ଦୋକାନରେ ୩୦୦ କେଜିରୁ ଅଧିକ ବାଣ ମନା

Also Read- ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ- ମୁଖ୍ୟମନ୍ତ୍ରୀ

Read More
{}{}