Hindi News >>Home >>Odisha National-International

Crorepati: ଦେଶରେ ବଢୁଛି କୋଟିପତିଙ୍କ ସଂଖ୍ୟା, ୩୨ ହଜାରରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ରହିଛି ୧୦ କୋଟିରୁ ଊର୍ଦ୍ଧ୍ୱ ରାଶି

Crorepati: ଦେଶବାସୀଙ୍କ ଏକ ବଡ଼ ଖବର। ଦେଶରେ ବଢିବାର ଲାଗିଛି କୋଟିପତିଙ୍କ ସଂଖ୍ୟା।  ଏକ ରିପୋର୍ଟ ଅନୁସାରେ,  ବର୍ଷକୁ  ୧୦ କୋଟିରୁ ଉର୍ଦ୍ଧ୍ବ ଆୟ କରୁଥିବା ଭାରତୀୟଙ୍କ ସଂଖ୍ୟାରେ ୬୩ ପ୍ରତିଶତ ବୃଦ୍ଧି ଘଟିଛି।  

Advertisement
Crorepati: ଦେଶରେ ବଢୁଛି କୋଟିପତିଙ୍କ ସଂଖ୍ୟା, ୩୨ ହଜାରରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ରହିଛି ୧୦ କୋଟିରୁ ଊର୍ଦ୍ଧ୍ୱ ରାଶି
Narmada Behera|Updated: Sep 18, 2024, 08:22 AM IST
Share

Crorepati: ଦେଶବାସୀଙ୍କ ପାଇଁ ଏକ ବଡ଼ ଖବର। ଦେଶରେ ବଢିବାର ଲାଗିଛି କୋଟିପତିଙ୍କ ସଂଖ୍ୟା।  ଏକ ରିପୋର୍ଟ ଅନୁସାରେ,  ବର୍ଷକୁ  ୧୦ କୋଟିରୁ ଉର୍ଦ୍ଧ୍ବ ଆୟ କରୁଥିବା ଭାରତୀୟଙ୍କ ସଂଖ୍ୟାରେ ୬୩ ପ୍ରତିଶତ ବୃଦ୍ଧି ଘଟିଛି।  ଗତ ୫ ବର୍ଷରେ ଏହି ଅଭିବୃଦ୍ଧି  ଦେଖିବାକୁ ମିଳିଥିବା  ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ୍  ରିସର୍ଚ୍ଚ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

ରିପୋର୍ଟ ଅନୁସାରେ,  ଦେଶରେ ବର୍ତ୍ତମାନ ପ୍ରାୟ ୩୧,୮୦୦ ଜଣ ବ୍ୟକ୍ତି ବିଶେଷ ଅଛନ୍ତି। ଯେଉଁମାନଙ୍କର ବାର୍ଷିକ ଆୟ ୧୦ କୋଟି ଟଙ୍କାରୁ ଅଧିକ। ୨୦୧୮-୧୯ ରୁ ୨୦୨୩-୨୪ ମଧ୍ୟରେ  ଏ କ୍ଷେତ୍ରରେ ଉଲ୍ଲେଖନୀ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଏହି ଅଭିବୃଦ୍ଧି ଭାରତରେ ଧନୀଙ୍କ ସଂଖ୍ୟା ବିଶାଳ ବୃଦ୍ଧିକୁ ଦର୍ଶାଉଛି। ସେହିଭଳି ବର୍ଷକୁ ୫ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୫ ବର୍ଷରେ ଏହା ୪୯ ପ୍ରତିଶକୁ ବୃଦ୍ଧି ପାଇ ୫୮,୨୦୦ରେ ପହଞ୍ଚିଥିବା ଜଣାପଡିଛି।  

ALSO READ: Budh Uday 2024: ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସାଙ୍ଗକୁ...

ALSO READ: Weather Update: ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ସେହିଭଳି ବର୍ଷକୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ପ୍ରାୟ ୧୦ ଲକ୍ଷ ଲୋକ ଅଛନ୍ତି। ଯେଉଁମାନଙ୍କର ବାର୍ଷିକ ଆୟ ୫୦ ଲକ୍ଷ ଟଙ୍କାରୁ ଅଧିକ। ଧନୀ ଭାରତୀୟଙ୍କ ସମ୍ପତ୍ତି ଦ୍ରୃତ ବେଗରେ ବଢି ଚାଲିଛି। ଅନ୍ୟପକ୍ଷରେ, ଜନସଂଖ୍ୟାର ବୃହତ ଭାଗ ଲକୋ ଆୟ କ୍ଷେତ୍ର ନିମ୍ନରେ ଅଛନ୍ତି। ଏଥିସହିତ  ଦେଶରେ ଆୟ ଅସମାନତା ସ୍ତର ଚିନ୍ତାଜନକ ରହିଛି। ବିଶେଷଜ୍ଞଙ୍କ ମତରେ ସଭିଙ୍କ ଅଭିବୃଦ୍ଧି ସହିତ ଦେଶର ଅଗ୍ରଗତି ହେବା ଦରକାର। ସୀମିତ ଭାଗ ଲୋକଙ୍କ ଅଭିବୃଦ୍ଧିରେ ଦେଶର ପୂର୍ଣ୍ଣାଙ୍ଗ ବିକାଶ ହେବା କଷ୍ଟକର।

Read More
{}{}