Home >>Odisha National-International

T20 WC 2024 ଦଳରେ ହୋଇପାରେ ପରିବର୍ତ୍ତନ, ଏହି ଖେଳାଳିଙ୍କ ପାଖରେ ରହିଛି ଶେଷ ସୁଯୋଗ

T20 World Cup 2024: ବିସିସିଆଇ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଯେଉଁଥିରେ ଆଇସିସି ନିୟମ ଅନୁଯାୟୀ, ଜଣେ ଖେଳାଳି ତଥାପି ଟିମ୍ ଇଣ୍ଡିଆରେ ପ୍ରବେଶ କରିପାରିବେ। ସମସ୍ତ ଦଳ ୨୫ ମଇ ପର୍ଯ୍ୟନ୍ତ ସେମାନଙ୍କ ସ୍କ୍ୱର୍ଡରେ ପରିବର୍ତ୍ତନ କରିପାରିବେ।  

Advertisement
T20 World Cup 2024 squad
T20 World Cup 2024 squad
Zee Odisha Desk|Updated: May 01, 2024, 08:56 PM IST
Share

T20 World Cup 2024: ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ କିଛି ଦଳର ସ୍କ୍ୱାର୍ଡ ପ୍ରକାଶ ପାଇଥିବାବେଳେ ଆଉ କିଛି ଦଳଙ୍କ ଘୋଷଣା ବାକି ରହିଛି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ବଡ ଦଳର ସ୍କ୍ୱାର୍ଡ ପ୍ରକାଶ ପାଇଛି। ଦଳ ଘୋଷଣା କରିବା ପରେ ମଧ୍ୟ ଏଥିରେ ଖେଳାଳିଙ୍କୁ ବୋର୍ଡ ପରିବର୍ତ୍ତନ କରିପାରିବ। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆରେ ଖେଳାଳି ପରିବର୍ତ୍ତନ ହେବାର ସମ୍ଭାବନା ଅଛି, ଯାହା ପରେ ଜଣେ ଖେଳାଳିଙ୍କୁ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ଦେବାର ଶେଷ ସୁଯୋଗ ବାକି ଅଛି।

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ପୂର୍ବରୁ ପ୍ରଶଂସକଙ୍କ ସମ୍ପୂର୍ଣ୍ଣ ଆଶା ଥିଲା ଯେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ନିଶ୍ଚିତ ଭାବରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ, କିନ୍ତୁ ଦଳ ଘୋଷଣା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରିଙ୍କୁଙ୍କୁ ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଇଣ୍ଡିଆରେ ଚୟନକର୍ତ୍ତା ମାନେ ସାମିଲ କରିନଥିଲେ। ଯେଉଁ କାରଣରୁ ପ୍ରଶଂସକମାନେ ଟିକେ ନିରାଶ ରହିଛନ୍ତି।

ଯଦିଓ ରିଙ୍କୁଙ୍କ ବ୍ୟାଟ୍ ଆଇପିଏଲ୍ ୨୦୨୪ ରେ ସେଭଳି ଚତ୍ମକାର ରନ୍ କରିନାହିଁ, ତଥାପି ରିଙ୍କୁ ତାଙ୍କ ବିସ୍ଫୋରକ ବ୍ୟାଟିଂ ଆଧାରରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇପାରିଥାନ୍ତେ। ଏହା ସହିତ, ଯେତେବେଳେ ବି ରିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ରେ ସୁଯୋଗ ପାଆନ୍ତି, ସେ ଦଳ ପାଇଁ ଭଲ ପ୍ରଦର୍ଶନ କରି ଆସିଛନ୍ତି।

କ’ଣ କହୁଛି ଆଇସିସି ନିୟମ?
ଟି-୨୦ ବିଶ୍ୱକପ ୨୦୨୪ ଜୁନ୍ ୨ ରୁ ଆରମ୍ଭ ହେବାକୁ ଯାଉଛି। ଏଥର ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତ ଭାବେ ଟି-୨୦ ବିଶ୍ୱକପ ଆୟୋଜନ କରୁଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦେଶକୁ ଆସନ୍ତା ୨ ତାରିଖ ସୁଦ୍ଧା ଘୋଷଣା କରିବାକୁ ପଡିବ। ଏହା ବ୍ୟତୀତ, ଆଇସିସି ନିୟମ ଅନୁଯାୟୀ, ସମସ୍ତ ଦଳ ମେ ୨୫ ପର୍ଯ୍ୟନ୍ତ ନିଜ ସ୍କ୍ୱାର୍ଡରେ ପରିବର୍ତ୍ତନ କରିପାରିବେ।

ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳେ। ଯଦି ଏଠାରୁ ଆଇପିଏଲରେ ରିଙ୍କୁ ସିଂ ଭଲ ପ୍ରଦର୍ଶନ କରନ୍ତି, ତେବେ ହୁଏତ ତାଙ୍କୁ ବିଶ୍ୱକପ୍ ଦଳରେ ସୁଯୋଗ ଦିଆଯିବ। ବର୍ତ୍ତମାନ ରିଙ୍କୁ ବିଶ୍ୱକପ ପାଇଁ ରିଜର୍ଭ ଖେଳାଳି ତାଲିକାରେ ରଖାଯାଇଛି।

Read More
{}{}