Home >>Odisha National-International

Supreme Court: ସୁପ୍ରିମକୋର୍ଟ-ଆହ୍ଲାବାଦ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ, ପାକିସ୍ତାନରୁ ଆସିଲା ମେସେଜ

ନୂଆଦିଲ୍ଲୀ: ପ୍ରୟାଗରାଜ ରେଲୱେ ଷ୍ଟେସନ, ଆହ୍ଲାବାଦ ହାଇକୋର୍ଟ ଓ ସୁପ୍ରିମକୋର୍ଟକୁ ଉଡ଼ାଇ ଦେବାକୁ ଧମକ। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନରୁ ଆସିଲା ଏଭଳି ଧମକ। ଏହି ଧମକ ଶ୍ରୀକୃଷ୍ଣ ଜନ୍ମଭୂମୀ ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ଓ ଇଦଗାହ ମାମଲା ଦାୟର କରିଥିବା ଆଶୁତୋଷ ପାଣ୍ଡେଙ୍କ ମୋବାଇଲକୁ ଆସିଥିବା ନେଇ ସୂଚନା ରହିଛି। ସୋମବାର ବିଳମ୍ବିତ ର

Advertisement
Supreme Court: ସୁପ୍ରିମକୋର୍ଟ-ଆହ୍ଲାବାଦ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ, ପାକିସ୍ତାନରୁ ଆସିଲା ମେସେଜ
Prabhudatta Moharana|Updated: Nov 19, 2024, 02:15 PM IST
Share

Supreme Court: ନୂଆଦିଲ୍ଲୀ: ପ୍ରୟାଗରାଜ ରେଲୱେ ଷ୍ଟେସନ, ଆହ୍ଲାବାଦ ହାଇକୋର୍ଟ ଓ ସୁପ୍ରିମକୋର୍ଟକୁ ଉଡ଼ାଇ ଦେବାକୁ ଧମକ। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନରୁ ଆସିଲା ଏଭଳି ଧମକ। ଏହି ଧମକ ଶ୍ରୀକୃଷ୍ଣ ଜନ୍ମଭୂମୀ ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ଓ ଇଦଗାହ ମାମଲା ଦାୟର କରିଥିବା ଆଶୁତୋଷ ପାଣ୍ଡେଙ୍କ ମୋବାଇଲକୁ ଆସିଥିବା ନେଇ ସୂଚନା ରହିଛି। ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏରୁ ଗୋଟାଏ ୪୦ ମିନିଟରେ ମଧ୍ୟରେ ଏହି ମେସେଜ ଆସିଥିବା ନେଇ ଜଣାପଡ଼ିଛି। ଏଠାରେ କହି ରଖୁ କି ଆଜି ଇଦଗାହ ମାମଲାରେ ଶୁଣାଣୀ ହେବାର ଅଛି। 

ହ୍ୱାଟସଆପ ମେସେଜ ବ୍ୟତୀତ ଆଶୁତୋଷ ପାଣ୍ଡେଙ୍କୁ ହ୍ୱାଟସଆପ କଲ କରିକି ମଧ୍ୟ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି। ଶ୍ରୀ ପାଣ୍ଡେ ଶ୍ରୀକୃଷ୍ଣ ଜନ୍ମଭୂମୀ ଶାହୀ ଇଦଗାର ମାମଲାରେ ପକ୍ଷକାର ରହିଛନ୍ତି। ଶ୍ରା ପାଣ୍ଡେଙ୍କୁ ୪ ରୁ ୧୪ ସେକେଣ୍ଡ ପର୍ଯ୍ୟନ୍ତ ୬ଟି ଭଏସ ମେସେଜ ମିଳିଥିବା ସୂଚନା ରହିଛି। ଏଥିରେ କୁହାଯାଇଛି କି ହାଇକୋର୍ଟ କଣ, ଆପଣଙ୍କର ସୁପ୍ରିମକୋର୍ଟକୁ ମଧ୍ୟ ବୋମାମାଡ଼ କରି ଉଡ଼ାଇ ଦିଆଯିବ। ୧୯ ନଭେମ୍ବରରେ ଆପଣଙ୍କୁ କୁହାଯିବ ଓ ବୋମା ଧମାକା କରାଯିବ ବୋଲି ହ୍ୱାଟସଆପ ମେସେଜରେ ଧମକ ଆସିଥିଲା। ରାତି ସାଢେ ଦୁଇଟାରେ ମଧ୍ୟରେ ଏକ ପ୍ରୟାଗରାଜ ଷ୍ଟେସନ ଓ ହାଇକୋର୍ଟକୁ ଉଡ଼ାଇ ଦିଆଯାଇଥିବା ନେଇ ମେସେଜ ଆସିଛି। 

୧୩ ନଭେମ୍ବରରେ ମଧ୍ୟ ମିଳିଥିଲା ଧମକ
ଏଠାରେ କହି ରଖୁ ୬ ଦିନ ପୂର୍ବରୁ ଅର୍ଥାତ ୧୩ ନଭେମ୍ବର ରାତିରେ ହ୍ୱାଟସଆପରେ ୨୨ଟି ଅଡିଓ ମେସେଜ ଆସିଥିଲା। ଏ ସମସ୍ତ ବାର୍ତ୍ତା ପାକିସ୍ତାନର ଏକ ନମ୍ବରରୁ ଆସିଥିବା ନେଇ ଜଣାପଡ଼ିଛି। ଏହି ଅଡିଓ ମେସେଜରେ ହାଇକୋର୍ଟକୁ ବୋମା ମାଡ଼ କରିବା ସହିତ ଉଡାଇ ଦେବାକୁ ଧମକ ଦେଇଥିଲେ। ଆଶୁତୋଷ ପାଣ୍ଡେ ଶାମଲିର କାନ୍ଦଲା ନିବାସୀ। ସେ କହିଛନ୍ତି ଯେ ଏହି ଧମକ ସମ୍ପର୍କରେ ସୂଚନା ଶାମଲି ପୋଲିସକୁ ଦିଆଯାଇଛି। ବରିଷ୍ଠ ଅଧିକାରୀଙ୍କ ନିକଟକୁ ଏକ ମେଲ୍ ମଧ୍ୟ ପଠାଯାଇଛି। ପୂର୍ବରୁ ମଧ୍ୟ ଧମକ ଦିଆଯାଇଛି। ପ୍ରୟାଗରାଜ, କୌଶମ୍ବୀ, ଫତେହପୁର, ମଥୁରାରେ ମାମଲା ରୁଜୁ ହୋଇଛି।

Read More
{}{}