Hindi News >>Home >>Odisha National-International

Tihar Jail: ତିହାର ଜେଲରେ ଗ୍ୟାଙ୍ଗ ୱାର୍, କଏଦୀ ଗୁରୁତର

Tihar Jail: ଦିଲ୍ଲୀର ତିହାର ଜେଲରେ ଏକ ଗ୍ୟାଙ୍ଗ ୱାର ଘଟଣା ସାମ୍ନାକୁ ଆସିଛି। ଦୁଇ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷରେ ଜଣେ କଏଦୀଙ୍କୁ ଛୁରାମାଡ଼ କରାଯାଇଛି। ତିହାର ଜେଲରେ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ପୋଲିସ କହିଛି।  

Advertisement
Tihar Jail Gang War
Tihar Jail Gang War
Zee Odisha Desk|Updated: Jun 06, 2024, 04:59 PM IST
Share

Tihar Jail Gang War: ଦିଲ୍ଲୀର ତିହାର ଜେଲରେ ପୁଣି ଥରେ ରକ୍ତାକ୍ତ ସଂଘର୍ଷ ଦେଖାଦେଇଛି। କଏଦୀମାନଙ୍କ ଗ୍ୟାଙ୍ଗକୁ ନେଇକି ପରସ୍ପର ମଧ୍ୟରେ ସଂଘର୍ଷ ହୋଇଛି। ଯେଉଁଥିରେ ଗୋଗି ଗ୍ୟାଙ୍ଗର ଜଣେ ସଦସ୍ୟ  ଗୁରୁତର ଭାବରେ ଆହତ ହୋଇଛନ୍ତି। ଆହତ କଏଦୀଙ୍କୁ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦିଲ୍ଲୀ ପୋଲିସ ଟିମ୍ ମଧ୍ଯ ହସ୍ପିଟାଲରେ ପହଞ୍ଚି କଏଦୀଙ୍କୁ ପଚରାଉଚରା କରିଥିଲା। ଏହି ମାମଲାରେ ହରିନଗର ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ ହୋଇଛି।ଏନେଇ ଦିଲ୍ଲୀ ପୋଲିସ କହିଛି ଯେ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।

ତେବେ ସୂଚନାଅନୁସାରେ, ତିହାର ଜେଲରେ ରହୁଥିବା ଗୋଗି ଗ୍ୟାଙ୍ଗର ସଦସ୍ୟ ହିତେଶ ଓରଫ ହାପିଙ୍କୁ ବିରୋଧ୍ ଗ୍ୟାଙ୍ଗର ଲୋକମାନେ ଘେରି ରହି ତାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସୁରକ୍ଷା କର୍ମୀମାନେ ଯାଇ ତେଶଙ୍କ ଜୀବନ ରକ୍ଷା କରିଥିଲେ। ପରେ ହିତେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ,ଜୁନ ୫ ତାରିଖ ଅପରାହ୍ନରେ ହରିନଗର ପୋଲିସ ଷ୍ଟେସନକୁ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆହତ ବ୍ଯକ୍ତିଙ୍କ ଆଡମିଶନ ସମ୍ପର୍କରେ ସୂଚନା ଦିଆଯାଇଥଲା।

ସ୍ଥାନୀୟ ପୋଲିସ ଟିମ୍ ଡାକ୍ତରଖାନାରେ ପହଞ୍ଚି ଏ ସମ୍ପର୍କରେ ସୂଚନା ନେଇଥିଲେ। ତଦନ୍ତରୁ ଜଣାପଡିଛି ଯେ ତିହାର ଜେଲରେ ଜଣେ କଏଦୀ ହିତେଶଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀମାନେ ଗୌରବ ଲୋହରା ଗ୍ୟାଙ୍ଗର ବୋଲି ଜଣାପଡିଥିବା ବେଳେ ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ଏବଂ ଆକ୍ରମଣରେ ଉଭୟଙ୍କ ସମ୍ପୃକ୍ତି ନିଶ୍ଚିତ ହୋଇଛି। ହିତେଶଙ୍କୁ ହୋଇଥିବା ଆଘାତ ଆଧାରରେ ଆଇପିସିର ଧାରା ୩୦୭ ଅନୁଯାୟୀ ହତ୍ୟାକାଣ୍ଡ ପାଇଁ ଏଫଆଇଆର ପଞ୍ଜୀକୃତ ହୋଇଥିବାବେଳେ ଏନେଇ ଅଧିକ ତଦନ୍ତ ଚାଲିଛି।

Read More
{}{}