Hindi News >>Home >>Odisha National-International

Toll Tax Rate: ଅକ୍ଟୋବର ୧ରୁ ୪% ବଢିବ ଟୋଲ୍ ଟ୍ୟାକ୍ସ, ଏହି ରୁଟରେ ଲାଗୁ

Toll Tax Rate: ବର୍ତ୍ତମାନ ଯମୁନା ଏକ୍ସପ୍ରେସ ୱେରେ ଯାତ୍ରା କରିବା ହେବ ମହଙ୍ଗା । ବିଶେଷ କରି ଦିଲ୍ଲୀରୁ ଆଗ୍ରା ଯାଉଥିବା ଲୋକମାନେ ପ୍ରଭାବିତ ହେବେ । ଯମୁନା ପ୍ରାଧିକରଣ ଅକ୍ଟୋବର ୧ ରୁ ଟୋଲ ହାରକୁ ୪% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ ।

Advertisement
Toll Tax Rate: ଅକ୍ଟୋବର ୧ରୁ ୪% ବଢିବ ଟୋଲ୍ ଟ୍ୟାକ୍ସ, ଏହି ରୁଟରେ ଲାଗୁ
Soubhagya Ranjan Mishra|Updated: Sep 26, 2024, 08:54 PM IST
Share

Toll Tax Rate: ଅନେକ ଦିନର ବ୍ୟବଧାନ ପରେ ପୁଣି ବଢିଲା ଲୋଟ୍ ଗେଟ୍ ଚାର୍ଜ । ଯମୁନା ଏକ୍ସପ୍ରେସ ୱେରେ ଟୋଲ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଯମୁନା ଏକ୍ସପ୍ରେସୱେରେ ଯାତ୍ରା କରିବା ଗାଡି ଚାଳକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଯଦି ଆପଣ ପ୍ରତିଦିନ ଯମୁନା ଏକ୍ସପ୍ରେସୱେ ଦେଇ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯମୁନା ପ୍ରାଧିକରଣ ଅକ୍ଟୋବର ୧ ତାରିଖରୁ ଟୋଲ ହାରକୁ ୪% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ବୈଠକରେ ଟୋଲ ବୃଦ୍ଧି କରିବା ପାଇଁ ଯମୁନା ପ୍ରାଧିକରଣ ଅନୁମୋଦନ ଦେଇଛି । ୨୦୨୧- ୨୨ ପରେ ଏହି ଏକ୍ସପ୍ରେସୱେରେ ଟୋଲ ହାର କ୍ରମାଗତ ଭାବେ ବୃଦ୍ଧି କରାଯାଉଛି।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ମାର୍ଚ୍ଚ ୨୦୨୨ ରେ ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସୱେରେ ଟୋଲ ଟ୍ୟାକ୍ସ ୧୨ ପ୍ରତିଶତ ବୃଦ୍ଧି କରାଯାଇଥିଲା। ନୂଆ ହାର ଲାଗୁ ହେବା ପରେ ଅର୍ଥାତ୍ ଅକ୍ଟୋବର ୧ ରୁ ଗ୍ରେଟର ନୋଏଡା ଠାରୁ ଆଗ୍ରା ପର୍ଯ୍ୟନ୍ତ କାର ଟୋଲ ଟ୍ୟାକ୍ସ ୨୭୦ ଟଙ୍କା ବଦଳରେ ବର୍ତ୍ତମାନ ୨୯୫ ଟଙ୍କା ଦେବାକୁ ପଡିବ । ଏଥିସହିତ ବସ୍‌ ପାଇଁ ଟୋଲ୍‌ ଚାର୍ଜ୍ ୮୯୫ ରୁ ୯୩୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକ ଭାରିଯାନ ଗୁଡିକର ଚାର୍ଜ ୧୭୬୦ରୁ ୧୮୩୫ଟଙ୍କାକୁ ବୃଦ୍ଧି କରାଯାଇଛି।

ଯମୁନା ଏକ୍ସପ୍ରେସୱେ ଦିଲ୍ଲୀକୁ ଆଗ୍ରା ସହିତ ସଂଯୋଗ କରିଥାଏ । ୧୬୫ କିଲୋମିଟର ଲମ୍ବା ୬ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ମଥୁରା ଏବଂ ଆଲିଗଡ ଦେଇ ଯାଇଛି । ଏହାକୁ ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (YEIDA) ଦ୍ୱାରା ନିର୍ମାଣ କରାଯାଇଛି । ଜୟପି ଇନଫ୍ରାଟେକ୍ ଲିମିଟେଡ୍ କୁ ଏହି ଏକ୍ସପ୍ରେସୱେର ଚୁକ୍ତିନାମା ଦିଆଯାଇଛି । ଏହି ଏକ୍ସପ୍ରେସୱେ ନିର୍ମାଣ ସହିତ ଦିଲ୍ଲୀରୁ ଆଗ୍ରା ଯାତ୍ରା ଅଧିକ ସୁବିଧା ହୋଇପାରିଛି । ପୂର୍ବରୁ ଦିଲ୍ଲୀରୁ ଆଗ୍ରା ଯାତ୍ରା କରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗୁଥିବା ସମୟରେ ବର୍ତ୍ତମାନ ମାତ୍ର ୨.୫ ଘଣ୍ଟା ସମୟ ଲାଗୁଛି । ଯମୁନା ଏକ୍ସପ୍ରେସୱେରେ ପ୍ରତିଦିନ ପ୍ରାୟ ୩୦ ହଜାରରୁ ଅଧିକ ଗାଡି ଯାତାୟାତ କରିଥାଏ । ସପ୍ତାହ ଶେଷରେ ଯାନ ସଂଖ୍ୟା ପଚାଶ ହଜାର ପାର୍ କରିଥାଏ । ବର୍ତ୍ତମାନ ଯମୁନା ଏକ୍ସପ୍ରେସୱେ ଜୟପି ଇନଫ୍ରାଟେକ୍ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । କର୍ତ୍ତୃପକ୍ଷଙ୍କୁ ଟୋଲ ହାର ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିଲେ, ଯାହା ଗ୍ରହଣ କରାଯାଇଛି। ବର୍ତ୍ତମାନ ଯମୁନା ଏକ୍ସପ୍ରେସୱେରେ ହାଲୁକା ଯାନଗୁଡିକର ଟୋଲ ହାର କିଲୋମିଟର ପିଛା ୩.୨୫ ଟଙ୍କା ରହିଛି। ବସ୍, ଟ୍ରକ୍ ଏବଂ ଭାରୀ ଯାନ ପାଇଁ କିଲୋମିଟର ପିଛା ୮.୪୫ ଟଙ୍କା ଏବଂ କାର ଏବଂ ଅନ୍ୟାନ୍ୟ ହାଲୁକା ଯାନଗୁଡିକର ଟୋଲ୍ କିଲୋମିଟର ପିଛା ୨.୬୫ ଟଙ୍କା ରହିଛି ।

Also Read- ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳରେ ପୁଣି ଛନକା !

Also Read- ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର

Read More
{}{}