Hindi News >>Home >>Odisha National-International

Arvind Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲା, ଅଦାଲତଙ୍କୁ ବିସ୍ତୃତ ରିପୋର୍ଟ ଦେବେ କେଜ୍ରିଓ୍ୱାଲ

Arvind Kejriwal: ଆସନ୍ତାକାଲି ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ ଦିଲ୍ଲୀ ମଦ ଦୁର୍ନୀତିର ପେଡ଼ି ଖୋଲିବେ। ଏ ବାବଦରେ ସେ ବିସ୍ତୃତ ବିବରଣୀ ରଖିବେ ବୋଲି ସୂଚନା ଦେଇଛନ୍ତି ଅରବିନ୍ଦଙ୍କ ପତ୍ନୀ ସୁନୀତା। ଗତକାଲି ସନ୍ଧ୍ୟାରେ ସେ ଇଡି ହେପାଜତରେ ଥିବା ଅରବିନ୍ଦଙ୍କୁ ସାକ୍ଷାତ କରିଥିଲେ।   

Advertisement
ସୌଜନ୍ୟ-ସୋସିଆଲ ମିଡି଼ଆ
ସୌଜନ୍ୟ-ସୋସିଆଲ ମିଡି଼ଆ
Zee Odisha Desk|Updated: Mar 27, 2024, 01:39 PM IST
Share

Arvind Kejriwal: ଆସନ୍ତାକାଲି ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ ଦିଲ୍ଲୀ ମଦ ଦୁର୍ନୀତିର ପେଡ଼ି ଖୋଲିବେ। ଏ ବାବଦରେ ସେ ବିସ୍ତୃତ ବିବରଣୀ ରଖିବେ ବୋଲି ସୂଚନା ଦେଇଛନ୍ତି ଅରବିନ୍ଦଙ୍କ ପତ୍ନୀ ସୁନୀତା। ଗତକାଲି ସନ୍ଧ୍ୟାରେ ସେ ଇଡି ହେପାଜତରେ ଥିବା ଅରବିନ୍ଦଙ୍କୁ ସାକ୍ଷାତ କରିଥିଲେ। 

ଏକ ସାମ୍ବାଦିକ ସମ୍ମିଳନୀରେ ସୁନୀତା କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଥର ଦିଲ୍ଲୀ ମଦ ଦୁର୍ନୀତିକୁ ଆଳ କରି ଚଢ଼ଉ କରାଯାଇଛି। ହେଲେ ତାଙ୍କୁ ଏ ବାବଦରେ କିଛି ମିଳି ନାହିଁ। ସେମାନେ ଟଙ୍କା କେଉଁଠି ଅଛି ତାହାକୁ ନେଇ ଖୋଜିଛନ୍ତି। ହେଲେ କିଛି ପ୍ରମାଣ ପାଇପାରି ନାହାନ୍ତି। ଆସନ୍ତାକାଲି ଅରବିନ୍ଦ କୋର୍ଟରେ ଏ ବିଷୟରେ ସ୍ପଷ୍ଟ କରିବେ। କେଉଁଠି ଏ କପୋଳକଳ୍ପିତ ମଦ ଦୁର୍ନୀତିର ଅର୍ଥ ଛୁପିଛି ତାହା କହିବେ। ପ୍ରମାଣବି ଦେବେ ବୋଲି କହିଛନ୍ତି ସୁନୀତା।

ମାର୍ଚ୍ଚ ୨୧ ତାରିଖରେ ଶ୍ରୀ କେଜ୍ରିଓ୍ୱାଲ୍‍ଙ୍କୁ ଇଡି ଗିରଫ କରିଛି। କୋର୍ଟ ତାଙ୍କୁ ୨୮ ତାରିଖ ଯାଏ ଇଡି ରିମାଣ୍ଡରେ ପଠାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ମଦ ଦୁର୍ନୀତି ଏବଂ ଏ ଯୋଗୁ ହୋଇଥିବା ଆର୍ଥିକ ହେରଫେରକୁ ଭିତ୍ତି କରାଯାଇଛି। ତତ୍‍କାଳୀନ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାର ଜୁଲାଇ ୨୦୨୨ରେ ଏ ସମ୍ବନ୍ଧରେ ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ଏଥିରେ ମଦ ଦୁର୍ନୀତି ଓ  ପ୍ରାୟ ୫୮୦ କୋଟି ଅର୍ଥ ହେରଫେରକୁ ଉଲ୍ଲେଖ କରାଯାଇଛି। ଅଭିଯେଗ ଆସିବା ପରେ ଦିଲ୍ଲୀ ସରକାର ନୂତନ ମଦ ନୀତିକୁ ହଟାଇଛନ୍ତି। 

ଇଡି ଦ୍ୱାରା ଦାୟର ହୋଇଥିବା ଏତଲାରେ ଶ୍ରୀ କେଜ୍ରିଓ୍ୱାଲ୍‍ଙ୍କ ନାଁ ନଥିଲା। କିନ୍ତୁ ଯେତେବେଳେ ଇଡି ତଦନ୍ତ ସମୟରେ ଜାଣିଥିଲା ଯେ ସେ ଜଣେ ପ୍ରମୁଖ ଅଭିଯୁକ୍ତ ସମୀର ମହେନ୍ଦ୍ରୁଙ୍କ ସହ କଥା ହୋଇଥିଲେ।  ଏକ ଭିଡିଓ କଲରେ ସେ ତାଙ୍କୁ ବିଜୟ ନାୟାରଙ୍କ ସହ କାର୍ଯ୍ୟ ଜାରି ରଖିବାକୁ କହିଥିଲେ।  ଏଣୁ ଚାର୍ଜସିଟରେ ତାଙ୍କ ନାଁ ଲେଖାଯାଇଥିଲା।

Read More
{}{}