Hindi News >>Home >>Odisha National-International

Cancer Vaccine: ଖୁସି ଖବର, ଏଣିକି ୧୦ ହଜାର ଟଙ୍କାରେ ମିଳିବ କ୍ୟାନସର ଟିକା!

Cancer Vaccine: ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନସର ଟିକା ପ୍ରସ୍ତୁତ କରାଯାଉଛି। ଦିର୍ଘ ୭୨ ବର୍ଷର ଗବେଷଣା ପରେ  ଏହା ସଫଳ ହେବାକୁ ଯାଉଛି। ଯଦି ଟିକା ପ୍ରସ୍ତୁତି ସମ୍ପୁର୍ଣ୍ଣ ସଫଳ ହୁଏ।  ତେବେ, ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ।  

Advertisement
Cancer Vaccine: ଖୁସି ଖବର, ଏଣିକି ୧୦ ହଜାର ଟଙ୍କାରେ ମିଳିବ କ୍ୟାନସର ଟିକା!
Narmada Behera|Updated: Feb 14, 2025, 01:27 PM IST
Share

Cancer Vaccine: ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନସର ଟିକା ପ୍ରସ୍ତୁତ କରାଯାଉଛି। ଦିର୍ଘ ୭୨ ବର୍ଷର ଗବେଷଣା ପରେ  ଏହା ସଫଳ ହେବାକୁ ଯାଉଛି। ଯଦି ଟିକା ପ୍ରସ୍ତୁତି ସମ୍ପୁର୍ଣ୍ଣ ସଫଳ ହୁଏ।  ତେବେ, ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ।  ଜୟପୁର ସ୍ଥିତ ମହାତ୍ମା ଗାନ୍ଧୀ ମେଡିକାଲ୍  କଲେଜକୁ  ଡେଣ୍ଟ୍ରିଟିକ୍ ସେଲ୍  ଟିକା ପ୍ରସ୍ତୁତି ପାଇଁ ଡିସିଜିଆଇର  ଅନୁମତି ମିଳିଛି। ଏହି ଟିକା ଦ୍ବାରା ୫ ହଜାର ପ୍ରକାରର କ୍ୟାନସର  ଚିକିତ୍ସା ସମ୍ଭବ ହେବ। ଏହା ଦେଶର ପ୍ରଥମ ସ୍ବଦେଶୀ କ୍ୟାନସର ଟିକା ବୋଲି ଦାବି କରାଯାଉଛି। 

ALSO READ: Ketu Gochar 2025: ଗୋଚର କରିବେ କେତୁ, ଏହି ତିନି ରାଶି ହେବେ ମାଲାମାଲ୍ ସହ ପୂରଣ ହେବ ସବୁ ସ୍ବପ୍ନ

ALSO READ: Viral Video: ରୋମାଣ୍ଟିକ୍ ଅନ୍ଦାଜରେ ସୂର୍ଯ୍ୟମୁଖି କ୍ଷେତରୁ ଭାଇରାଲ ହେଲା କଣ୍ଠଶିଳ୍ପୀ ପ୍ରଜ୍ଞାଙ୍କ ଏହି ଭିଡିଓ, ଦେଖନ୍ତୁ

ବଡ଼ କଥା ହେଉଛି ଆମେରିକାରେ  କ୍ୟାନସର ଟିକାର ଦାମ୍ ୨୫ ରୁ ୩୦ ଲକ୍ଷ ଟଙ୍କା ରହିଥିବା ବେଳେ  ଭାରତରେ କ୍ୟାନସରର ପ୍ରକାର ଆଧାରରେ ୧୦ ହଜାରରୁ ୫୦ ହଜାର ଟଙ୍କା ଖର୍ଚ୍ଚରେ ଟିକା ପ୍ରସ୍ତୁତ ହେବ। ଏହି ଟିକା ଉପରେ ଗବେଷଣା କରୁଥିବା ମହାତ୍ମା ଗାନ୍ଧୀ ୟୁନିଭରସିଟି ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ତ  ଟେକନୋଲୋଜିର ସେଣ୍ଟର ଫଲ କ୍ୟାନସର ଇମ୍ୟୁନୋଥେରାପି ନିର୍ଦ୍ଦେଶକ ଡା . ଅନୀଲ ସୁରି କହିଛନ୍ତି, ଏହି 'ଡେଣ୍ଟ୍ରିଟିକ୍  ସେଲ୍ ଭାକ୍ସିନ୍' ଏକ ଇମ୍ୟୁନଥେରାପି ଆଧାରିତ ଟିକା।  ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ  କ୍ୟାନସର କୋଷିକା କୁ ଚିହ୍ନିବା ଏବଂ ନଷ୍ଟ କରିବା ଲାଗି ପ୍ରଭାବୀ କରିଥାଏ। ଏହି ଭଳିର ଟିକା ଦ୍ବାରା  ପିତ୍ତ କୋଷ, ମୁଣ୍ତ, ଗଳା ଏବଂ ଗର୍ଭାଶୟ କ୍ୟାନସରର ଚିକିତ୍ସା କରାଯାଇପାରିବ। ଏଥିରେ ପ୍ରଭାବୀ ଫଳ ମିଳିବା ଆଶା କରାଯାଇଛି। ମହାତ୍ମା ଗାନ୍ଧୀ ୟୁନିଭରସିଟି ଅଫ ମେଡିକାଲ୍ ସାଇନ୍ସରେ ଫେବୃଆରୀ ୧୦ ରୁ ଆରମ୍ଭ ହୋଇଥିବା ଡବ୍ୟୁସିଟିସିଆଆଇ-୨୦୨୫ ସମ୍ମିଳନୀରେ ଏହି ସୂଚନା ମିଳିଛି।

Read More
{}{}