Hindi News >>Home >>Odisha National-International

Allahabad HC: ପତ୍ନୀଙ୍କ ନାଁରେ କିଣାଯାଇଥିବା ସମ୍ପତ୍ତିରେ ରହିଛି ପରିବାରର ହକ୍‍

Allahabad HC: ଗୃହକର୍ତ୍ତୀ ପତ୍ନୀ ତଥା ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ। ଆଲ୍ଲାହାବାଦ ହାଇକୋର୍ଟ (Allahabad HC) ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ହିନ୍ଦୁ ପରିବାରରେ ପତ୍ନୀଙ୍କ ନାଁରେ ଘର କିଣାଯିବା ଏକ ସ୍ୱଭାବିକ ଘଟଣା। ବାପା ଚାଲିଗଲା ପରେ ଜଣେ ପୁତ୍ର ମା’ଙ୍କ ନାଁରେ କିଣାଯାଇଥିବା ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପତ୍ତିକୁ ତୃତୀୟ ପକ୍ଷକୁ ବିକ୍ରି କରିବାକୁ ଯାଉଥିବାରୁ ପୁଅ ଏପରି ଆବେଦନ କରିଥିଲେ।  

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
ସୌଜନ୍ୟ- ସୋସିଆଲ ମିଡି଼ଆ
Zee Odisha Desk|Updated: Feb 24, 2024, 07:57 AM IST
Share

ଭୁବନେଶ୍ୱର: ଗୃହକର୍ତ୍ତୀ ପତ୍ନୀ ତଥା ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ। ଆଲ୍ଲାହାବାଦ ହାଇକୋର୍ଟ (Allahabad HC) ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ହିନ୍ଦୁ ପରିବାରରେ ପତ୍ନୀଙ୍କ ନାଁରେ ଘର କିଣାଯିବା ଏକ ସ୍ୱଭାବିକ ଘଟଣା। ବାପା ଚାଲିଗଲା ପରେ ଜଣେ ପୁତ୍ର ମା’ଙ୍କ ନାଁରେ କିଣାଯାଇଥିବା ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପତ୍ତିକୁ ତୃତୀୟ ପକ୍ଷକୁ ବିକ୍ରି କରିବାକୁ ଯାଉଥିବାରୁ ପୁଅ ଏପରି ଆବେଦନ କରିଥିଲେ।

ଆବେଦନକାରୀ ସୌରଭ ଗୁପ୍ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ଅରୁଣ କୁମାର ସିଂହ ଦେଶଓ୍ୱାଲ୍‍ କହିଛନ୍ତି, ଭାରତୀୟ ସାକ୍ଷ ଆଇନର ଧାରା ୧୧୪ ଅନୁସାରେ କୋର୍ଟ ଏହା ଗ୍ରହଣ କରୁଛି ଯେ, ଜଣେ ହିନ୍ଦୁ ସ୍ୱାମୀଙ୍କ ଦ୍ୱାରା ତାଙ୍କ ଗୃହକର୍ତ୍ତୀ ତଥା ଅନ୍ୟ କୌଣସି ରୋଜଗାର କରୁ ନଥିବା ପତ୍ନୀଙ୍କ  ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି।  ଯେ ପର୍ଯ୍ୟନ୍ତ ପତ୍ନୀ ଏହା ନିଜ ରୋଜଗାରରେ କିଣାଯାଇଥିବା ପ୍ରମାଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ସେ ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ।  ଶ୍ରୀ ଗୁପ୍ତା ନିଜ ବାପାଙ୍କ ଦ୍ୱାରା କିଣାଯାଇଥିବା ସମ୍ପତ୍ତି ଉପେ ଏକ ଚତୁର୍ଥଂଶ ଅଂଶ ଦାବି ସହ ତୃତୀୟ ପକ୍ଷକୁ ଏହି ସମ୍ପତ୍ତି ବିକ୍ରୀ ଉପରେ ରୋକ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର କାରଣ ଥିଲା, ଯେଉଁ ସମ୍ପତ୍ତିଉପରେ ସେ ନିଜର ଦାବି ଉପସ୍ଥାପନ କରିଥିଲେ ତାହା ତାଙ୍କ ମାଁଙ୍କ ନାଁରେ ଥିଲା। ମା’ ଏହାକୁ ନିଜ ରୋଜଗାରର ଉତ୍ସ ଭାବେ ଅଭିହିତ କରିବା ସହ ପତିଙ୍କ ଦ୍ୱାରା ତାହା ତାଙ୍କ ବେରାଜଗାର ପତ୍ନୀଙ୍କୁ ଉପହାର ଭାବେ ଦିଆଯାଇଥିବା ନିଜ ପକ୍ଷରେ କହିଥିଲେ।

Read More
{}{}