Home >>Odisha National-International

୩୫ ହଜାର କୋଟି ବରବାଦ କରି ୟୁକ୍ରେନ୍‍ ଯୁଦ୍ଧ ବାବଦରେ ଏମିତି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ୟୁକ୍ରେନ- ଋଷ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍‍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍‍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍‍ସ୍କିଙ୍କ ଏହି ଅହଙ୍କାର ଯୋଗୁ ଦେଶ ଛାରଖାର ହୋଇଛି ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। 

Advertisement
୩୫ ହଜାର କୋଟି ବରବାଦ କରି ୟୁକ୍ରେନ୍‍ ଯୁଦ୍ଧ ବାବଦରେ ଏମିତି କହିଲେ ଟ୍ରମ୍ପ
Narmada Behera|Updated: Feb 20, 2025, 08:50 AM IST
Share

ନୂଆଦିଲ୍ଲୀ: ୟୁକ୍ରେନ- ଋଷ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍‍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍‍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍‍ସ୍କିଙ୍କ ଏହି ଅହଙ୍କାର ଯୋଗୁ ଦେଶ ଛାରଖାର ହୋଇଛି ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍‍ ଏହି ଅଞ୍ଚଳରେ କେବେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହିନାହାନ୍ତି ବୋଲି କହିବା ସହ ଟ୍ରମ୍ପ କହିଛନ୍ତି, ‘ଏ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ଏହା କେବେ ଆରମ୍ଭ ହେବା ବି ଆବଶ୍ୟକ ନଥିଲା’।  ୟୁକ୍ରେନର ରାଷ୍ଟ୍ରପତିଙ୍କୁ ସିଧା ଏ ଯୁଦ୍ଧ ପାଇଁ ଦାୟୀ କରି ସେ କହିଛନ୍ତି ଯେ, ଏହି ଯୁଦ୍ଧକୁ ସେ ଆମେରିକା କିମ୍ବା ଟ୍ରମ୍ପଙ୍କ ବିନା କେବେ ସମାପ୍ତ କରିପାରିବେ ନାହିଁ। 

ଦ୍ୱିତୀୟଥର କ୍ଷମତାକୁ ଆସିବା ପରେ ୟୁକ୍ରେନ୍‍ ଓ ଋଷ ଭିତରେ ଚାଲିଥିବା ଯୁଦ୍ଧକୁ ସମାଧାନ କରି ସେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି ଟ୍ରମ୍ପ।ଏଥିପାଇଁ ନିକଟରେ ଆମେରିକା ଓ ଋଷର ଶୀର୍ଷ ପ୍ରତିନିଧି ଦଳ ସାଉଦି ଆରବର ରିୟାଦ୍‍ଠାରେ ଏକାଠି ହୋଇ ସମାଧାନର ବାଟ କାଢ଼ିଛନ୍ତି। 

ଟ୍ରମ୍ପ କହିଛନ୍ତି ଜଣେ ବ୍ୟଙ୍ଗ କଳାକାର ଭାବେ ମଧ୍ୟମ ଧରଣର ସଫଳତା ପାଇଥିବା ଜେଲେନ୍‍ସ୍କି ଆମେରିକାକୁ ୩୫୦ ମିଲିୟନ ଡଲାର ଖର୍ଚ୍ଚ କରିବା ଲାଗି ବାଧ୍ୟ କରିଛି। ଏ ଖର୍ଚ୍ଚର ରିଟର୍ଣ୍ଣ କିଛି ନାହିଁ ଅର୍ଥାତ୍‍ ଏ ଯୁଦ୍ଧ ବଦଳରେ ଆମେରିକା କିଛି ପାଇବ ନାହିଁ। ଏହି ଯୁଦ୍ଧ ୟୁରୋପ୍‍ ପାଇଁ ଅଧିକ ଆବଶ୍ୟକ। ଆମକୁ ଏକ ବିଶାଳ ମହାସାଗର ବିଭାଜନ କରୁଛି। କାହିଁକି ଶୋଇଥିବା ବାଇଡେନ୍‍ ଏ ବାବଦରେ ସମାନତା ଦାବି କରି ନଥିଲେ।

ଆମେରିକା ୟୁକ୍ରେନ୍‍କୁ ଦେଇଥିବା ଅର୍ଥର ଅଦ୍ଧାଧିକର ହିସାବ ମିଳୁନାହିଁ। ଏହା ଜେଲେନେସ୍କି ମାନିଛନ୍ତି। ନିର୍ବାଚନ ପାଇଁ ସେ ମନା କରୁଛନ୍ତି। ବାଇଡେନ୍‍ଙ୍କୁ ଏକ ବୀଣା ଭଳି ସେ ବଜାଇଛନ୍ତି।  ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରୁଥିବା ଏହି ନେତା ଜେଲେନସ୍କିଙ୍କୁ ଖୁବ୍‍ ଶୀଘ୍ର ନିଷ୍ପତ୍ତି ନେବାକୁ ହେବ ନହେଲେ ଦେଶ ତାଙ୍କ ହାତରୁ ଚାଲିଯିବ ବୋଲି କହିଛନ୍ତି  ଟ୍ରମ୍ପ। ଆମେ ଋଷ ସହ ଯୁଦ୍ଧ ଶେଷ କରି ଶାନ୍ତି ପ୍ରତିଷ୍ଠା ପାଇଁ କଥା ହେଉଛୁ। ସମସ୍ତେ ଜାଣିଛନ୍ତି ଟ୍ରମ୍ପ କେବଳ ଟ୍ରମ୍ପ ହିଁ ଯୁଦ୍ଧରେ ସମାଧାନ ଆଣିପାରିବେ। , ଦିଗରେ ବାଇଡେନ୍‍ କେବେ ଚେଷ୍ଟା କରିନାହାନ୍ତି ଆଉ ୟୁରୋପ୍‍ ବିଫଳ ହୋଇଛି। ଆଉ ଜେଲେନେସ୍କି ଏହି ମୃତ୍ୟୁ ଜନ୍ତାକୁ ଆଗକୁ ବଢ଼ାଇ ଚାଲିଛନ୍ତି। ‘ମୁଁ ୟୁକ୍ରେନ୍‍କୁ ଭଲପାଏ କିନ୍ତୁ ଜେଲେନ୍ସ୍କି ଯାହା କରିଛନ୍ତି ତାହା ଦେଶକୁ ଧ୍ୱଂସାଭିମୁଖୀ କରିଛି ବୋଲି କହିଛନ୍ତି ଟ୍ରମ୍ପ।

Read More
{}{}