Home >>Odisha National-International

Suspect of Trump rally shooting identified : ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ବ୍ଯକ୍ତିର ମିଳିଲା ପରିଚୟ

Trump rally shooter identified : ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ବ୍ଯକ୍ତିର ମିଳିଲା ପରିଚୟ।ଆକ୍ରମଣକାରୀଙ୍କ ପରିଚୟ ୨୦ ବର୍ଷୀୟ ଥମାସ ମାଥ୍ୟୁ କ୍ରୁକ୍ସ ବୋଲି ଜଣାପଡିଛି। ସମ୍ପୂର୍ଣ ପଢନ୍ତୁ...

Advertisement
donald trump
donald trump
Zee Odisha Desk|Updated: Jul 14, 2024, 07:18 PM IST
Share

Donald trump : ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ବ୍ଯକ୍ତିର ମିଳିଲା ପରିଚୟ।ଆକ୍ରମଣକାରୀଙ୍କ ପରିଚୟ ୨୦ ବର୍ଷୀୟ ଥମାସ ମାଥ୍ୟୁ କ୍ରୁକ୍ସ ବୋଲି ଜଣାପଡିଛି।
ସେ ପେନସିଲଭାନିଆର ବେଥେଲ ପାର୍କ ଅଞ୍ଚଳର ବାସିନ୍ଦା। ତାଙ୍କର ଫଟୋ ଏବଂ ଭିଡିଓ ମଧ୍ଯ ସାମ୍ନାକୁ ଆସିଛି। ଭିଡିଓରେ, ଥୋମାସ୍ କହୁଛନ୍ତି ଯେ, ସେ ରିପବ୍ଲିକାନ୍ ଏବଂ ଟ୍ରମ୍ପଙ୍କୁ ଘୃଣା କରେ। ଆପଣ ଭୁଲ୍ ବ୍ୟକ୍ତିଙ୍କୁ ପାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ଏଫବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତର କେଉଁ କେଉଁ ମାନଙ୍କ ସହିତ ସମ୍ପର୍କ ରହିଛି ତାହା ତଦନ୍ତକାରୀ ଏଜେନ୍ସି ଯାଞ୍ଚ କରୁଛି।
ଉଲ୍ଲେଖଯୋଗ୍ୟ, ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ପ୍ରଚାର କରୁଥିଲେ। ପ୍ରଚାର ସମୟରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁଳିମାଡ ପରେ ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ।

 ସେପଟେ ଟ୍ରମ୍ପଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ। ତେବେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିବା ବେଳେ ତାଙ୍କ କାନରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ ସୂଚନା ଜାରି କରାଯାଇଛି।

Read More
{}{}