USA ban: ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରି ୧୨ଟି ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଜାତୀୟ ସୁରକ୍ଷାକୁ ନେଇ ଟ୍ରମ୍ପ ଏହି ପଦକ୍ଷେପ ନେଇଛନ୍ତି। ରଏଟର୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ମିଆଁମାର, ଆଫଗାନିସ୍ତାନ, ହାଇତି, ଇରାନ, ଲିବିଆ, ସୋମାଲିଆ, ଇକ୍ୱାଟୋରିଆଲ ଗିନି, କଙ୍ଗୋ, ୟେମେନ, ଚାଡ୍, ସୁଡାନ, ହାଇତି ଏବଂ ଇରିଟ୍ରିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସମସ୍ତ ପ୍ରତିବନ୍ଧକ ୯ ଜୁନ୍ ରାତି ୧୨:୦୧ ରୁ କାର୍ଯ୍ୟକାରୀ ହେବ।
ଏହା ବ୍ୟତୀତ ଟ୍ରମ୍ପ କ୍ୟୁବା, ଲାଓସ୍, ଟୋଗୋ, ଭେନେଜୁଏଲା, ବୁରୁଣ୍ଡି, ସିଏରା ଲିଓନ ଭଳି 7ଟି ଦେଶ ଉପରେ ଆଂଶିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦେଶଗୁଡ଼ିକରୁ ଆସୁଥିବା ଲୋକଙ୍କ ଉପରେ ବିଶେଷ ସର୍ତ୍ତାବଳୀ ଏବଂ କଠୋର ଯାଞ୍ଚ କରାଯିବ। ଏହା ପ୍ରଥମ ଥର ନୁହେଁ, ଟ୍ରମ୍ପ ଏହା ପୂର୍ବରୁ ମଧ୍ୟ ସମାନ ନୀତି ଗ୍ରହଣ କରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ତାଙ୍କ ପ୍ରଥମ କାର୍ଯ୍ୟକାଳରେ 7ଟି ମୁସଲିମ ବହୁଳ ଦେଶର ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ଟ୍ରମ୍ପ ଏହି ସମ୍ବନ୍ଧୀୟ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଟ୍ରମ୍ପ ତାଙ୍କ ଆଦେଶରେ ଲେଖିଛନ୍ତି ଯେ ମୋର ପ୍ରଥମ ପ୍ରଶାସନ ସମୟରେ, ମୁଁ ଅନେକ ଦେଶର ବିଦେଶୀ ନାଗରିକଙ୍କୁ ନିଷିଦ୍ଧ କରିଥିଲି। ମୋ ପାଇଁ, ଆମେରିକାର ଲୋକଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରସଙ୍ଗ। ଆମ ଲୋକଙ୍କ ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଭଳି ଯେକୌଣସି ଉପାଦାନକୁ ମୁଁ ଆମେରିକାରୁ ଦୂରେଇ ରଖିବାକୁ ଚାହୁଁଛି। ଟ୍ରମ୍ପ କହିଛନ୍ତି ଯେ ମୁଁ ମୋ ଦେଶରେ ଇସଲାମିକ ମୌଳବାଦୀଙ୍କୁ ପ୍ରବେଶରୁ ରୋକିବାକୁ ଚାହୁଁଛି।
ଟ୍ରମ୍ପ ଆହୁରି କହିଛନ୍ତି ଯେ ଯେଉଁମାନେ ପ୍ରବାସୀ ଭିସାରେ ପ୍ରବେଶ କରନ୍ତି ସେମାନେ ଆମେରିକାରେ ଆଇନଗତ ବାସିନ୍ଦା ହୋଇଯାଆନ୍ତି। ଏପରି ଲୋକମାନେ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ସୁରକ୍ଷା ଭଳି ଚିନ୍ତା ଉପସ୍ଥାପନ କରିପାରିବେ। ଟ୍ରମ୍ପ କହିଛନ୍ତି ଯେ ଏହି ଦେଶଗୁଡ଼ିକର ତାଲିକାରେ ଆହୁରି କିଛି ନାମ ଯୋଡା ଯାଇପାରିବ। ସେ କହିଛନ୍ତି ଯେ ଆମେ ଏପରି ଲୋକଙ୍କୁ ପ୍ରବେଶ ଦେବୁ ନାହିଁ ଯେଉଁମାନେ ଆମକୁ କ୍ଷତି ପହଞ୍ଚାଇବାକୁ ଚାହାଁନ୍ତି।