Hindi News >>Home >>Odisha National-International

Trumps speech: ଶପଥ ଗ୍ରହଣ ପୂର୍ବରୁ ସମଗ୍ର ବିଶ୍ୱକୁ ଚମକାଇଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଆରମ୍ଭ ହେବ

ଭୁବନେଶ୍ୱର: ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ବିଶ୍ୱ ରାଜନୀତିରେ ଚହଳ ପକାଇଛି। ଆମେରିକାରୁ ଅଣ ଆମେରିକୀୟଙ୍କୁ ବହିଷ୍କାର, ଟିକ୍‍ ଟକ୍‍ ଉପରୁ ପ୍ରତିବନ୍ଧକ ହଟାଇବାଠାରୁ ଆରମ୍ଭ କରି ଇସ୍ରାଏଲ୍-ହମାସ ଯୁଦ୍ଧ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ  ବିଶ୍ୱ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା ସୂଚ

Advertisement
Trumps speech: ଶପଥ ଗ୍ରହଣ ପୂର୍ବରୁ ସମଗ୍ର ବିଶ୍ୱକୁ ଚମକାଇଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଅନୁପ୍ରବେଶକାରୀଙ୍କୁ ତଡ଼ିବା ଆରମ୍ଭ ହେବ
Prabhudatta Moharana|Updated: Jan 20, 2025, 09:56 AM IST
Share

Trumps speech: ଭୁବନେଶ୍ୱର: ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ବିଶ୍ୱ ରାଜନୀତିରେ ଚହଳ ପକାଇଛି। ଆମେରିକାରୁ ଅଣ ଆମେରିକୀୟଙ୍କୁ ବହିଷ୍କାର, ଟିକ୍‍ ଟକ୍‍ ଉପରୁ ପ୍ରତିବନ୍ଧକ ହଟାଇବାଠାରୁ ଆରମ୍ଭ କରି ଇସ୍ରାଏଲ୍-ହମାସ ଯୁଦ୍ଧ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ  ବିଶ୍ୱ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା ସୂଚନା ଦେଇଛି। 

ଭାରତୀୟ ସମୟ ରାତି ସାଢ଼େ ୧୦ଟା ସମୟରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥଗ୍ରହଣ କରିବେ। ଏହା ପୂର୍ବରୁ ସେ ଆମେରିକାରେ ଏକ ଜନସାଧାରଣଙ୍କ ଶୋଭାଯାତ୍ରାକୁ ସମ୍ବୋଧିତ କରିଛନ୍ତି। ‘ମେକ୍‍ ଆମେରିକା ଗ୍ରେଟ୍‍ ଏଗେନ୍‍’ କ୍ୟାମ୍ପେନ୍‍ ତଥା ବିଜୟ ଶୋଭାଯାତ୍ରା ଭାବେ ଏହା ପ୍ରଖ୍ୟାତ। ଆମେରିକାର ରାଷ୍ଟ୍ରପତି ଉଦ୍‍ଘାଟନ ପୂର୍ବରୁ ଏହା ଅନୁଷ୍ଠିତ ହୋଇଥାଏ। ଏଥିରେ ଟ୍ରମ୍ପ ପ୍ରଥମେ ଅଣ ଆମେରିକୀୟଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ ଅନୁପ୍ରବେଶ, ସୀମାପାର ପ୍ରବେଶକୁ ରୋକିବା ଲାଗି ତାଙ୍କ ପ୍ରଶାସନ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି। ଏପରିକି ବିଶ୍ୱ ଯାହା କେବେ ଦେଖି ନଥିଲା ସେହିଭଳି ଦେଶାନ୍ତର କାର୍ଯ୍ୟକ୍ରମ ଆମେରିକା ଆରମ୍ଭ କରିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। 

ସେ କହିଛନ୍ତି, ‘ଏହା ପୂର୍ବରୁ କେହି ମୁକ୍ତ ସୀମା, ମାନସିକ ଅନୁଷ୍ଠାନ, ମହିଳାଙ୍କ ଖେଳରେ ପୁରୁଷଙ୍କ ଉପସ୍ଥିତି, ଜେଲ, ତୃତୀୟଲିଙ୍ଗୀଙ୍କ କଥା କେହି କେବେ ଭାବି ନଥିଲେ... ଆମେରିକା ଇତିହାସରେ ସବୁଠାରୁ ବଡ଼ ନିର୍ବାସନ ବା ଦେଶାନ୍ତର ଦେଖିବାକୁ ଯାଉଛି’।

ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରତିକୁ ସେ ନଭେମ୍ବର ମାସରେ ବିଜୟର ନିଦର୍ଶନ ବୋଲି କହିଛନ୍ତି। ସେ କହିଛନ୍ତି ତାଙ୍କ ପ୍ରଶାସନ ତୃତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇବ। ଋଷ ଓ ୟୁକ୍ରେନ୍‍ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସମସ୍ୟାକୁ ନିୟନ୍ତ୍ରଣ କରିବ। କେହି ଜାଣି ନାହାନ୍ତି ସେ ଏସବ ସମସ୍ୟା ସମାଧାନର କେତେ ନିକଟତର ହୋଇଛନ୍ତି ବୋଲି ସେ କହିଛନ୍ତି। 

ଟିକ୍‍ଟକ୍‍କୁ ବଞ୍ଚାଇବା ଲାକି ଟ୍ରମ୍ପ ଘୋଷଣା କରିଛନ୍ତି। ଚୀନ ମୋବାଇଲ୍‍ ଆପ୍ଲିକେସନ୍‍ ଟିକ୍‍ଟକ୍‍ ଯଦି ୫୦ ପ୍ରତିଶତ ନିଯୁକ୍ତିରେ ଆମେରିକୀୟଙ୍କୁ  ଗ୍ରହଣ କରିବ ତେବେ ଏହି ଆପ୍ଲିକେସନ୍‍କୁ ଆମେରିକାରେ ଚାଲିବା ପାଇଁ ଦିଆଯିବ େବାଲି ସେ କହିଛନ୍ତି। ଏହାଦ୍ୱାରା ନିଯୁକ୍ତି ବୃଦ୍ଧି ହେବ ଏବଂ ଦେଶର ବ୍ୟବସାୟ କମ୍ୟୁନିଷ୍ଟ ଦେଶକୁ ଯିବ ନାହିଁ ବୋଲି ସେ କହିଛନ୍ତି। ବାଇଡେନ୍‍ ପ୍ରଶାସନ ଟିକ୍‍ ଟକ୍‍ ଉପରେ ଶନିବାର ଦିନ ପ୍ରତିବନ୍ଧକ ଲଗାଇଥିଲେ। ଏବେ ଟ୍ରମ୍ପଙ୍କ ଏହି ଘୋଷଣା ଆପ୍ଲିକେସନ୍‍ ଚାଲିବା ସ୍ପଷ୍ଟ କରିଛି। ଟ୍ରମ୍ପଙ୍କ ଏହି ସ୍ପଷ୍ଟତାକୁ ପ୍ରଶଂସା କରିଛି ଟିକ୍ଟକ୍‍। ଏକ୍ସ ଯୋଗେ ଟିକ୍‍ଟକ୍‍ ପଲିସି ପକ୍ଷରୁ କୁହାଯାଇଛି ଯେ ଖୁବ୍‍ ଶୀଘ୍ର କମ୍ପାନୀ ଆମେରିକାରେ ଏହାର କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି।

Read More
{}{}