Home >>Odisha National-International

Union Budget 2025: କେମିତି କରିବେ ଆୟକର ଗଣିତ !

ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ପ୍ରସ୍ତାବରେ ୮ ରୁ ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ୧୦ ପ୍ରତିଶତ ଟିକସ ସ୍ଲାବ ଘୋଷଣା କରାଯାଇଛି। ତେଣୁ ମନରେ ଦ୍ୱନ୍ଦ୍ୱ ଆସିବା ସ୍ୱଭାବିକ ଯେ, ଜଣେ ବ୍ୟକ୍ତି ଯଦି ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଛନ୍ତି ତେବେ ତାଙ୍କ ଆୟ ଟିକସ ମୁକ୍ତ ହେବ ନା ଟିକସ ଭୁକ୍ତ। ଆସନ୍ତା ନଜର ପକାଇବା ନିମ୍ନ ଗଣିତ ଉପରେ। 

Advertisement
Union Budget 2025: କେମିତି କରିବେ ଆୟକର ଗଣିତ !
Soubhagya Ranjan Mishra|Updated: Feb 01, 2025, 02:50 PM IST
Share

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇଥିବା ନୂଆ ଆୟକର ଅନୁଶାସନ ଅନୁସାରେ ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଥିବା ଲୋକଙ୍କୁ କୌଣସି ଆୟକର ଦେବାକୁ ପଡିବ ନାହିଁ। କିନ୍ତୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ପ୍ରସ୍ତାବରେ ୮ ରୁ ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ୧୦ ପ୍ରତିଶତ ଟିକସ ସ୍ଲାବ ଘୋଷଣା କରାଯାଇଛି। ତେଣୁ ମନରେ ଦ୍ୱନ୍ଦ୍ୱ ଆସିବା ସ୍ୱଭାବିକ ଯେ, ଜଣେ ବ୍ୟକ୍ତି ଯଦି ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର କରୁଛନ୍ତି ତେବେ ତାଙ୍କ ଆୟ ଟିକସ ମୁକ୍ତ ହେବ ନା ଟିକସ ଭୁକ୍ତ। ଆସନ୍ତା ନଜର ପକାଇବା ନିମ୍ନ ଗଣିତ ଉପରେ। 

ପ୍ରଥମେ ଏହା ସ୍ପଷ୍ଟ ଯେ ଆପଣ ଯଦି ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବା ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଦରମା ପାଉଛନ୍ତି ତେବେ ଆପଣଙ୍କୁ ନୂଆ ଆୟକର ଅନୁଶାସନ ଅନୁସାରେ କୌଣସି କର ଦେବାକୁ ପଡିବ ନାହିଁ। 

ଉପସ୍ଥାପିତ ପ୍ରସ୍ତାବ ଅନୁସାରେ ୪ ଲକ୍ଷ ଯାଏଁ ରୋଜଗାର କରୁଥିବା ଲୋକଙ୍କ ପାଇଁ ଆୟକର ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ୪ ରୁ ୮ ଲକ୍ଷ ଯାଏଁ ରୋଜଗାର କରୁଥିବା ଲୋକଙ୍କ ପାଇଁ ଆୟକର ସ୍ଲାବ ରହିଛି ୫ ପ୍ରତିଶତ। ସେହିପରି ୮ ରୁ ୧୨ ଲକ୍ଷ ଯାଏଁ ରୋଜଗାର କରୁଥିବା ଲୋକ ପାଇଁ ଆୟକର ସ୍ଲାବ ହେଉଛି ୧୦ ପ୍ରତିଶତ।  ଅର୍ଥାତ ୧୨ ଲକ୍ଷ ଯାଏଁ ରୋଜଗାର କରୁଥିବା କୌଣସି ବ୍ୟକ୍ତି ପ୍ରଥମ ୮ ଲକ୍ଷ ଯାଏଁ ରୋଜଗାର ବାବଦରେ ୨୦ ହଜାର ଟଙ୍କା ଟିକସ ଦେବେ। ସେହିପରି ୮ ରୁ ୧୨ ଲକ୍ଷ  ଅର୍ଥାତ ପରବର୍ତ୍ତି ୪ ଲକ୍ଷ ରୋଜଗାର ପାଇଁ ତାଙ୍କୁ ୧୦ ପ୍ରତିଶତ ହିସାବରେ ୪୦ ହଜାର ଟଙ୍କା ଟିକସ ପଇଠ କରିବାକୁ ଆଇନ ରହିଛି। ହେଲେ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୭୫ ହଜାର ଟଙ୍କାର ରିବେଟ ଘୋଷଣା କରିଛନ୍ତି। ଏହି ରିବେଟ ହେଉଛି ଆୟକର ବାବଦରେ ଦେବାକୁ ପଡୁଥିବା ଟିକସ ଉପରେ ରିହାତି। ଅର୍ଥାତ ସମ୍ପୃକ୍ତ ବ୍ୟକ୍ତିଙ୍କ ଆୟ ଉପରେ କର ବାବଦୀୟ ପଇଠ କରିବାକୁ ଅର୍ଥ ପରିମାଣ ୭୫ ହଜାର ଉପରକୁ ଗଲେ ହିଁ ଟିକସ ପଇଠ କରିବାକୁ ହେବ। 

କିନ୍ତୁ ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଜଗାର ଦରମା ଅଥବା ଭତ୍ତା, ମଜୁରୀ ନ ହୋଇ କୌଣସି ସମ୍ପତ୍ତି ଗତ ଆୟ ବା କ୍ୟାପିଟାଲ ଗେନ ହୋଇଥାଏ ତେବେ ତାଙ୍କ ପାଇଁ ଏହି ରିବେଟ ପ୍ରଜୁଯ୍ୟ ହେବନାହିଁ। ପୁଣି ଯଦି ୧୨ ଲକ୍ଷ ଉପରକୁ କାହାର ଆୟ ଦରମାରେ ଅଧିକ ଥାଏ ତେବେ ତାହାକୁ ମାର୍ଜିନାଲ ରିଲିଫ ଭାବରେ ଗ୍ରହଣ କରାଯିବ। ଏହା ୧୨ ଲକ୍ଷରୁ ଅଧିକ ହେଉଥିବା ଆୟ ଉପରେ ହିଁ ସଂଗ୍ରହ କରାଯିବ।

Also Read- Union Budget 2025: ବଜେଟରେ କଣ ହେଲା ଶସ୍ତା ଆଉ କଣ ହେଲା ମହଙ୍ଗା ? ଜାଣନ୍ତୁ...

Also Read- Sahara Refund: ସାହାରାରେ ଅଟକିଥିବା ଟଙ୍କା ପାଇବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି କାମ

Read More
{}{}