Home >>Odisha National-International

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ଏହା ୫୯,୩୫୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବା ସହିତ ୪,୫୬,୫୦୦ କୋଟି ଟଙ୍କାର ଉତ୍ପାଦ ଉତ୍ପାଦନ ପାଇଁ ମାର୍ଗପ୍ରଶସ୍ତ କରିବ । ୯୧,୬୦୦ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ।

Advertisement
ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି
Soubhagya Ranjan Mishra|Updated: Mar 28, 2025, 05:44 PM IST
Share

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ୨୨,୯୧୯ କୋଟି ଟଙ୍କାର ପାଣ୍ଠି ସହିତ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାକୁ ମଞ୍ଜୁର କରାଯାଇଛି । ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଇକୋସିଷ୍ଟମରେ ଅଧିକ ପୁଞ୍ଜି ନିବେଶ (ବିଶ୍ୱ/ଘରୋଇ)କୁ ଆକର୍ଷିତ କରିବା ସହିତ କ୍ଷମତା ଓ ସାମର୍ଥ୍ୟ ବିକାଶ ଦ୍ୱାରା ଘରୋଇ ମୂଲ୍ୟ ସଂଯୋଜନ (ଡିଭିଏ) ବୃଦ୍ଧି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଗ୍ଲୋବାଲ୍ ମୂଲ୍ୟ ଶୃଙ୍ଖଳା (ଜିଭିସି) ସହିତ ଏକୀକୃତ କରି ଏକ ଦୃଢ ଉପାଦାନ ଇକୋସିଷ୍ଟମ୍ ବିକଶିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ।

ଲାଭ
ଏହି ଯୋଜନା ୫୯,୩୫୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବା ସହିତ ୪,୫୬,୫୦୦ କୋଟି ଟଙ୍କାର ଉତ୍ପାଦ ଉତ୍ପାଦନ ପାଇଁ ମାର୍ଗପ୍ରଶସ୍ତ କରିବ । ଏହାବ୍ୟତୀତ  ଯୋଜନା ୯୧,୬୦୦ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ଏବଂ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ
ଏହି ଯୋଜନା ଭାରତୀୟ ଉତ୍ପାଦନକାରୀମାନଙ୍କୁ ବିଭିନ୍ନ ପ୍ରକାରର ଉପକରଣ ଏବଂ ସବ୍‌ ଆସେମ୍ବ୍ଲି ପାଇଁ ନିର୍ଦ୍ଦିଷ୍ଟ ଅକ୍ଷମତାକୁ ଦୂର କରିବା ପାଇଁ ଭିନ୍ନ ଭିନ୍ନ ପ୍ରୋତ୍ସାହନ ପ୍ରଦାନ କରିଥାଏ, ଯାହାଦ୍ୱାରା ସେମାନେ ବୈଷୟିକ ସାମର୍ଥ୍ୟ ହାସଲ କରିପାରିବେ ଏବଂ ଅର୍ଥବ୍ୟବସ୍ଥାକୁ ବ୍ୟାପକ ଭାବେ ବୃଦ୍ଧି କରିପାରିବେ।

Also Read- ୩ ଶହ ମିଲିୟନ୍ ଟନ୍ ମାଲ୍ ପରିବହନ କରି ଇତିହାସ ସୃଷ୍ଟି କରିଛି ଖୋର୍ଦ୍ଧା ରୋଡ୍ ମଣ୍ଡଳ

Also Read- ଆଉ ଏକ ସଫଳ ପରୀକ୍ଷଣ କରି ନୂଆ ମାଇଲଖୁଣ୍ଟ ରେକର୍ଡ କଲା ISRO

Read More
{}{}