ଭୁବନେଶ୍ୱର: ଆସନ୍ତାକାଲି ତାରିଖରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଓଡ଼ିଶା ଆସୁଛନ୍ତି । ସଡ଼କ ଭିତ୍ତିଭୂମି ଏବଂ ସଂଯୋଗିକରଣ କ୍ଷେତ୍ରରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନରେ ରହିଛି । ଓଡ଼ିଶା ଏ କ୍ଷେତ୍ରରେ ୧ ନମ୍ବର ସ୍ଥାନରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏ କ୍ଷେତ୍ରରେ ଆମେ ଗତିଶୀଳତାର ସହ କାମ କରୁଛୁ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଏକ ସୁଖଦ ଅୟମାରମ୍ଭ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ୪ ହଜାର କୋଟିର ୧୯ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏଥିମଧ୍ୟରେ ୨୯୦୫ କୋଟିର ମୂଲ୍ୟର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ । ସେହିପରି ୪୨୭ କୋଟିରେ ୪ଟି ସିଆରଆଇଏଫ୍ ବ୍ରିଜ୍ ଶିଳାନ୍ୟାସ ସହ ୮୪୧ କୋଟି ଟଙ୍କାର ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହେବ। ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ପ୍ରାରମ୍ଭରେ ଆମେ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ନିକଟରେ ରାଜ୍ୟରେ ସଡକ ଭିତ୍ତିଭୂମିର ବିକାଶ ପାଇଁ ମୋଟ ୨୮ ହଜାର କୋଟି ଟଙ୍କାର ଦାବି ରଖିଥିଲୁ। ତନ୍ମଧ୍ୟରୁ ପ୍ରାୟ ୯୦୦୦ କୋଟି ଟଙ୍କାର ପ୍ରକଳ୍ପ ବାବଦରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ଆସନ୍ତାକାଲି ଘୋଷଣା କରିପାରନ୍ତି ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।
Also Read- Indian Railways: ଏକ୍ସପ୍ରେସ ଟ୍ରେନ୍ରେ ଆରମ୍ଭ ହେଲା ATM ସୁବିଧା !
Also Read- Bad Cholesterol: ଖରାପ କୋଲେଷ୍ଟ୍ରଲ୍ ପାଇଁ ଲାଭଦାୟକ ଟମାଟୋ ଜୁସ୍, ଏପରି କରନ୍ତୁ ବ୍ୟବହାର