Hindi News >>Home >>Odisha National-International

Indian Farms: ଭାରତୀୟ ତୈଳ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ, ପ୍ରଭାବିତ ହୋଇପାରେ ଭାରତର ଶକ୍ତି କାରବାର

ନୂଆଦିଲ୍ଲୀ: ଇରାନ୍‍ର ତୈଳ କାରବାର ସହ ଜଡ଼ିତ ୪ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ଯଦିଓ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତଣାଳୟ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ କିନ୍ତୁ ଏହାଦ୍ୱାରା ଭାରତର ତୈଳ କାରବାର ନୀତି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଆର୍ଥିକ କାରବାର ଉପରେ ପ୍ର

Advertisement
Indian Farms: ଭାରତୀୟ ତୈଳ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ, ପ୍ରଭାବିତ ହୋଇପାରେ ଭାରତର ଶକ୍ତି କାରବାର
Prabhudatta Moharana|Updated: Feb 25, 2025, 11:56 AM IST
Share

Indian Farms: ନୂଆଦିଲ୍ଲୀ: ଇରାନ୍‍ର ତୈଳ କାରବାର ସହ ଜଡ଼ିତ ୪ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ଯଦିଓ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତଣାଳୟ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇ ନାହିଁ କିନ୍ତୁ ଏହାଦ୍ୱାରା ଭାରତର ତୈଳ କାରବାର ନୀତି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଆର୍ଥିକ କାରବାର ଉପରେ ପ୍ରଭାବ ପକାଇବା ତଥା ଇରାନ୍‍ର ତୈଳ ରପ୍ତାନୀକୁ ଶୂନକୁ ଖସାଇ ଆଣିବା ଲାଗି ଆମେରିକାର ଉଦ୍ୟମ ପଛରେ ଏହା ସହାୟକ ହେବ। 

ଯେଉଁ ୪ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଗୁଡ଼ିକ ହେଲା, ଅଷ୍ଟିନ୍‍ଶିପ୍‍ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍‍, ବିଏସ୍‍ଏମ୍‍ ମେରାଇନ୍‍ ଏଲଏଲ୍‍ପି, କସ୍ମୋସ୍‍ ଲାଇନ୍ସ ଆଇଏନ୍‍ସି ଏବଂ ଫ୍ଲକ୍ସ ମେରିଟାଇମ୍‍ ଏଲ୍‍ଏଲ୍‍ପି। ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ ବିଭାଗର ଟ୍ରେଜରୀ ଅଫିସରୁ ପ୍ରଦାନ କରାଯାଇଥିବା ଚିଠିରେ ଏ ବିଷୟ ଉଲ୍ଲେଖ  ରହିଥିବା ଟାଇମ୍ସ ଅଫ୍‍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। 

ଏହି କମ୍ପାନୀଗୁଡ଼ିକୁ ଇରାନ୍‍ରୁ ତୈଳ ଓ ପେଟ୍ରୋଲିୟମ୍‍ ଜାତ ପଦାର୍ଥକୁ ପରିବହନ କରୁଥିବା ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଛି। ଏହିକ୍ରମରେ ୩୦ ବ୍ୟକ୍ତି ଓ ଭେସେଲ୍‍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ବ୍ୟକ୍ତି ଓ ସାମୁଦ୍ରିକ ଜାହାଜଗୁଡ଼ିକ ୟୁଏଇ, ଚୀନ ଏବଂ ହଙ୍ଗକଙ୍ଗ ଠାରେ ମୁତ୍ତୟନ ରହିଛନ୍ତି। 

ଆମେରିକା ଓ ଇରାନ୍‍ ପରସ୍ପରର ଶତ୍ରୁ ଦେଶ ହୋଇଥିଲେ ମଧ୍ୟ ଭାରତ ଏହି ଦୁଇ ଦେଶ ସହ ଭଲ ସମ୍ପର୍କରେ ରହିଛି। ଏଣୁ ଭାରତୀୟ କମ୍ପାନୀଗୁଡ଼ିକ ଅନେକ ସମୟରେ ଏହି ଦୁଇ ଦେଶରେ କାରବାର କରୁଛନ୍ତି। ଏବେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ  ଆବେରିକା ପକ୍ଷରୁ ବୈଦେଶିକ ନୀତିରେ ପରିବର୍ତ୍ତନ ହୋଇଛି। ଏହିକ୍ରମରେ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକ ଉପରେ ଆମେରିକୀୟ କଟକଣା ବୃଦ୍ଧି ପାଇଛି। ସିଧାସଳଖ ଯୁଦ୍ଧ କରିବା ଅପେକ୍ଷା ଆମେରିକା ଆର୍ଥିକ ପ୍ରତିବନ୍ଧକକୁ ଅଧିକ ଗୁରୁତ୍ୱ ଦେଇଛି। ଫେବୃଆରୀ ୩ ତାରିଖଠାରୁ ଗୋଟିକ ପରେ ଗୋଟିଏ ଆଦେଶ ଆମେରିକାର ବୈଦେଶିକ ନୀତି କ’ଣ ହେବ ତାହାର ରୂପରେଖକୁ ଦର୍ଶାଉଛି।

Read More
{}{}