Hindi News >>Home >>Odisha National-International

Operation Sindoor: ଭାରତ-ପାକିସ୍ତାନ ଭିତରେ ମଧ୍ୟସ୍ଥତା କରିବନି ଆମେରିକା

Operation Sindoor: ଭାରତ ପାକିସ୍ତାନ ଭିତରେ ଚାଲିଥିବା ସାମରିକ ଉତ୍ତେଜନା ଭିତରେ ପ୍ରବେଶ କରିବାକୁ ଚାହୁଁନାହିଁ ଆମେରିକା। ମଧ୍ୟରାତ୍ରୀରେ ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଏହା କହିଛନ୍ତି। ଏହା ଆମ କାମ ନୁହେଁ ବୋଲି ସେ କହିଛନ୍ତି। ପୂର୍ବରୁ ଆମେରିକା ଏ ବାବଦରେ ପ୍ରସ୍ତାବ ଦେଇଥିଲା। 

Advertisement
Operation Sindoor: ଭାରତ-ପାକିସ୍ତାନ ଭିତରେ ମଧ୍ୟସ୍ଥତା କରିବନି ଆମେରିକା
Narmada Behera|Updated: May 09, 2025, 06:47 AM IST
Share

Operation Sindoor: ଭାରତ ପାକିସ୍ତାନ ଭିତରେ ଚାଲିଥିବା ସାମରିକ ଉତ୍ତେଜନା ଭିତରେ ପ୍ରବେଶ କରିବାକୁ ଚାହୁଁନାହିଁ ଆମେରିକା। ମଧ୍ୟରାତ୍ରୀରେ  ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଏହା କହିଛନ୍ତି। ଏହା ଆମ କାମ ନୁହେଁ ବୋଲି ସେ କହିଛନ୍ତି। ପୂର୍ବରୁ ଆମେରିକା ଏ ବାବଦରେ ପ୍ରସ୍ତାବ ଦେଇଥିଲା। ଫକ୍ସ ନ୍ୟୁଜ୍‍କୁ ସେ କହିଛନ୍ତି ଟ୍ରମ୍ପ ପ୍ରଶାସନ ଏହି ଉତ୍ତେଜନାକୁ ନେଇ ଉଦ୍‍ବେଗ ପ୍ରକାଶ କରୁଛନ୍ତି। କିନ୍ତୁ ସାମରିକ ପ୍ରକ୍ରିୟାରେ ଆମେରିକା ପ୍ରବେଶ କରିବାକୁ ଚାହୁଁ ନାହିଁ। ୨୨ ଏପ୍ରିଲ୍‍ରେ ପହଲଗାମ୍‍ ନର ସଂହାର ପରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି। ପାକିସ୍ତାନ ମାଟିରେ ଥିବା ଆତଙ୍କୀ ସଂଗଠନ ଗୁଡ଼ିକୁ ଟାର୍ଗେଟ କରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ଭାରତର ପ୍ରତିରକ୍ଷା ଜବାବ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ପାକିସ୍ତାନର ସେନା  ଭାରତର ଜନ ସାଧାରଣ ଏବଂ ବିଭିନ୍ନ ସହର ଉପରେ ଆକ୍ରମଣ କରିବାକରୁ ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଛି ଭାରତ। 

ପାକିସ୍ତାନ ଭାରତ ବିରୁଦ୍ଧରେ ଗତକାଲି  ପଠାଇଥିବା ଡ୍ରେନ୍‍ ଏବଂ ଫାଇଟର ଜେଟ୍‍ ଆକ୍ରମଣକୁ ପଣ୍ଡ କରିଛି ଭାରତ। ଭାରତର ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ପ୍ରତିଟି ଆକ୍ରମଣକୁ ପଣ୍ଡ କରିଛି। ଅପରପକ୍ଷେ ଭାରତ ପାକିସ୍ତାନର ୧୫ଟି ସହରରେ ଡ୍ରୋନ ଆକ୍ରମଣ କରିଛି। ଭାରତୀୟ ନୌସେନା ପକ୍ଷରୁ କରାଚି ବନ୍ଦରରେ ବିସ୍ଫୋରଣ କରାଯାଇଛି। ୧୯୭୧ ପରେ ଏପରି ଏକ ପଦକ୍ଷେପ ନେଇଛି ଭାରତ। ପୂରା ବାୟୁସେନା, ସ୍ଥଳ ସେନା ଏବଂ ନୌସେନା ସଂଯୋଜିତ ଭାବେ ପ୍ରତି ଆକ୍ରମଣ କରିଛନ୍ତି। 
ଅପରେସନ୍ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ଅତ୍ୟନ୍ତ ନିର୍ଣ୍ଣୟକ ହୋଇଛି। ଆଜି ସନ୍ଧ୍ୟାରେ ଭାରତ ପକ୍ଷରୁ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପର ଜବାବ ଦେବା ଆରମ୍ଭ ହୋଇଛି। ଏହିକ୍ରମରେ ପାକିସ୍ତାନର ଲାହୋର, କରାଚି, ଈସ୍‍ଲାମାବାଦ, ଶିଆଲ କୋଟ, ପେଶଓ୍‍ୱାର ପ୍ରଭୃତି ସହରରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏଥିରେ ପ୍ରଭାବିତ ହୋଇ ପାକିସ୍ତାନ ଜବାବ ଦେବାକୁ ସମୟ ପାଇ ନାହିଁ।

ଭାରତୀୟ ବାୟୁସେନା ପକ୍ଷରୁ ଆଜି ରାତି ଶେଷ ରାତି ବୋଲି କୁହାଯାଇ ଏକ୍ସରେ ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ବି ବଙ୍କରରେ ଲୁଚିଛନ୍ତି। କିନ୍ତୁ କେତେଯାଏ ପଳାୟନ କରିବେ ବୋଲି ପ୍ରଶ୍ନ କରାଯାଇଛି। ଭାରତୀୟ ବାୟୁସେନା ଜୟ ହିନ୍ଦ କି ସେନା କହିବା ସହ ଫୈଶାଲା ବାଦରେ ବଡ଼ ବିସ୍ଫୋରଣର ସୂଚନା ଦେଇଛି। ପାକିସ୍ତାନ ସେନାର କିଛି ଅଧିକାରୀ ଏବଂ ଜେନେରାଲ ଦେଶ ଛାଡ଼ି ଚାଲି ଯିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। 
ଭାରତୀୟ  ସ୍ଥଳ ସେନା ଏକ ସେଶାଲ୍‍ ମିଡିଆ ପୋଷ୍ଟିଂରେ କହିଛି ଯେ, ଯୁଦ୍ଦ ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କୁ କୌଣସି ରୂପେ ଛାଡ଼ ଦିଆଯିବ ନାହିଁ ବୋଲି କହିଛି ସେନା। 
ଅପରପକ୍ଷେ ପାକିସ୍ତାନ ଦ୍ୱାରା ହେଉଥିବା ଆକ୍ରମଣକୁ ଭାରତ ଜବାବ ଦେଉଛି। ଭାରତ ୮ଟି ଫାଇଟର ଜେଟ୍‍କୁ ଖସାଇବାରେ ସକ୍ଷମ ହୋଇଛି। ଜଣେ ପାଇଲଟଙ୍କୁ ମଧ୍ୟ ଗିରଫ କରିଛି। ଭାରତର ଇଣ୍ଡିଆ ଗେଟ୍‍ ଅଞ୍ଚଳକୁ ଖାଲି କରାଯାଉଛି। ଏହାକୁ ଏକ ସମ୍ବେଦନଶୀଳ ସମୟ ଭାବେ ଗ୍ରହଣ କରାଯାଉଛି। ପାକିସ୍ତାନ ଏହି ସମୟରେ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। 

ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ସୁରକ୍ଷା ପାଇଁ ବଙ୍କରରେ ପ୍ରବେଶ କରିଥିବା ଖବର ସେନା ପକ୍ଷରୁ କୁହାଯାଇଛି। ଏହାସହ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଯାଇ ପାକିସ୍ତାନର କରାଚି ବନ୍ଦରକୁ ଧ୍ୱସ୍ତ କରାଯାଇଛି।  ଲାହୋର, କରାଚି, ଇସ୍‍ଲାମବାଦ, ସିଆଲକୋଟ ଓ ପେଶାଓ୍ୱାରରେ ଭାରତର ଜବରଦସ୍ତ ଆକ୍ରମଣ ହୋଇଛି। ଆକ୍ରମଣ ବାବଦରେ ସୂଚନା ଦେଇଛି ଭାରତୀୟ ବାୟୁସେନା। 

ପାକିସ୍ତାନରେ ଏହି ଆକ୍ରମଣକୁ ଦେଖି ଗୃହଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନର ବଲୋଚ ଲିବରେସନ୍‍ ଆର୍ମି ମଧ୍ୟ ପାକିସ୍ତାନ ସେନା ଉପରେ ଆକ୍ରମଣ କରିଛି। ପାକିସ୍ତାନର ବିରୋଧୀ ଦଳ ପିଟିଆଇ ନେତା ଇମ୍ରାନ ଖାନ୍‍ଙ୍କୁ ମୁକ୍ତ କରିବାକୁ ଦାବି କରି ରାଜନୀତିକ ଶୋଭାଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଭାରତରେ ମଧ୍ୟ ଏ ପରିସ୍ଥିତିର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପାକିସ୍ତାନ ପକ୍ଷରୁ ବିଭିନ୍ନ ସ୍ତାନରେ ଡ୍ରୋନ ଆକ୍ରମଣ କରାଯାଇଛି। ପ୍ରାୟ ୧୫ ସହର ଉପରେ ବାରମ୍ବାର ରକେଟ ଓ ଡ୍ରୋନ ଆକ୍ରମଣ କରାଯାଇଥିଲେ ମଧ୍ୟ ଭାରତ ପକ୍ଷରୁ ତାହାକୁ ପଣ୍ଡ କରାଯାଇଛି। ନୂଆ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଖାଲି କରାଯାଇଛି। ବିଶେଷକରି ଇଣ୍ଡିଆ ଗେଟ୍ ନିକଟରେ ସତର୍କତା ରକ୍ଷା କରାଯାଇଛି। 

ଓଡ଼ିଶାରେ ଥିବା ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ପରୀକ୍ଷାଗାର ଓ କ୍ଷେପଣାସ୍ତ୍ର ଘାଟିକୁ ସୁରକ୍ଷିତ କରିବା ଲାଗି ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଖବର ମିଳିଛି। ଓଡ଼ିଶା ପୁଲିସ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଜାବ, ଜମ୍ତମୁ, ହିମାଚଳ, ରାଜସ୍ଥାନର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି।

 

 

Read More
{}{}