Home >>Odisha National-International

usa president trump: ଆମେରିକାର କଡ଼ା ଚେତାବନୀ, ଶନିବାର ସୁଦ୍ଧା ସବୁ ପଣବନ୍ଦୀଙ୍କୁ ଛାଡ଼

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କହିଛନ୍ତି ଯେ ଯଦି ଗାଜା ଷ୍ଟ୍ରିପରେ ବନ୍ଦୀ ଥିବା ସମସ୍ତ ବନ୍ଧକଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁକ୍ତ କରାନଯାଏ, ତେବେ ହମାସ ସହିତ ଏକ ଅସ୍ତ୍ରବିରତି ଚୁକ୍ତି ବାତିଲ କରାଯିବା ଉଚିତ।

Advertisement
usa president trump: ଆମେରିକାର କଡ଼ା ଚେତାବନୀ, ଶନିବାର ସୁଦ୍ଧା ସବୁ ପଣବନ୍ଦୀଙ୍କୁ ଛାଡ଼
Prabhudatta Moharana|Updated: Feb 12, 2025, 11:51 AM IST
Share

usa president trump: ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କହିଛନ୍ତି ଯେ ଯଦି ଗାଜା ଷ୍ଟ୍ରିପରେ ବନ୍ଦୀ ଥିବା ସମସ୍ତ ବନ୍ଧକଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁକ୍ତ କରାନଯାଏ, ତେବେ ହମାସ ସହିତ ଏକ ଅସ୍ତ୍ରବିରତି ଚୁକ୍ତି ବାତିଲ କରାଯିବା ଉଚିତ। ହମାସ ବନ୍ଧକଙ୍କ ମୁକ୍ତିକୁ ଅବରୋଧ କରିବାକୁ ଧମକ ଦେବା ପରେ ଟ୍ରମ୍ପଙ୍କ ଏହି ବିବୃତ୍ତି ଆସିଛି, ଯାହା ଜାନୁଆରୀ ୧୯ରେ କାର୍ଯ୍ୟକାରୀ ହୋଇଥିବା ଛଅ ସପ୍ତାହର ଅସ୍ତ୍ରବିରତି ଚୁକ୍ତିକୁ ବିପଦରେ ପକାଇଛି। ହମାସର ପଦକ୍ଷେପକୁ "ଭୟାନକ" ବୋଲି ବର୍ଣ୍ଣନା କରି ଟ୍ରମ୍ପ ଓଭାଲ ଅଫିସରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଯଦି ଏହା ଘଟେ, ତେବେ ଗାଜାକୁ ସମ୍ପୂର୍ଣ୍ଣ ନର୍କରେ ପରିଣତ କରାଯିବା ଉଚିତ। ସେପଟେ ଯୁଦ୍ଧବିରତି ଜାରି ରହିବା କିମ୍ବା ଏହାକୁ ରଦ୍ଦ କରିବା ନିଷ୍ପତ୍ତି ଇସ୍ରାଏଲ୍ ହିଁ ନେବ। କିନ୍ତୁ ବାକି ସମସ୍ତ ପଣବନ୍ଦୀଙ୍କୁ ଏକସଙ୍ଗେ ମୁକ୍ତ କରାଯିବା ଆବଶ୍ୟକ। ୩-୪ ଜଣିଆ ଗ୍ରୁପ୍‌ରେ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ଉଚିତ ନୁହେଁ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ହମାସ ବି ଇସ୍ରାଏଲ ସହ ଯୁଦ୍ଧବିରତି ରଦ୍ଦ କରିବା ନେଇ ଧମକ ଦେଇଥିଲା। ବୁଝାମଣା ନିୟମକୁ ଇସ୍ରାଏଲ୍ ଉଲଂଘନ କରୁଥିବା ଏହା ଅଭିଯୋଗ କରିଥିଲା।

 

 

ଟ୍ରମ୍ପ୍ ଙ୍କ କହିବା କଥା ହେଉଛି ଶନିବାର ପର୍ଯ୍ୟନ୍ତ ସମୟସୀମାକୁ ନେଇ ସେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିବେ। କିନ୍ତୁ ସେ ଅଧିକ ସୂଚନା ଦେଇ ନ ଥିଲେ। ତେବେ ସେ କହିଛନ୍ତି, ମୁଁ ପ୍ରକୃତରେ କ’ଣ କହିବାକୁ ଚାହୁଁଛି ତାହା ହମାସ ନିଜ ଆଡୁ ବୁଝିନେବା ଉଚିତ । ଏହା ପୂର୍ବରୁ ଗାଜାକୁ କବ୍ଜା କରି ସେଠାରେ ସିଟି ରିସର୍ଟ ନିର୍ମାଣ କରିବା 62 ହେବ ଲାଗି ଟ୍ରମ୍ପ୍ କହିଥିଲେ। ସେ କହିଥିଲେ, ପାଲେଷ୍ଟିନୀୟ ଲୋକଙ୍କୁ ଗାଜାରୁ ବିସ୍ଥାପିତ କରି ଜୋର୍ଡାନ ଏବଂ ଇଜିପ୍ଟରେ ଥଇଥାନ କରାଯିବା ଉଚିତ। କିନ୍ତୁ ଉଭୟ ଜୋର୍ଡାନ ଓ ଇଜିପ୍ଟ ଏହି ପ୍ରସ୍ତାବିତ ଯୋଜନାକୁ ବିରୋଧ କରିଥିଲେ । ସୂଚନାଥାଉ କି ଯୁଦ୍ଧ ଯୋଗୁ ଗାଜାରେ ୯୨% ଘର କ୍ଷତିଗ୍ରସ୍ତ ହୋଇଛି। ୯୫% ବିଦ୍ୟାଳୟ ନଷ୍ଟ ହୋଇଯାଇଛି। ଗାଜାରେ ୫ କୋଟି ଟନ୍ ଭଗ୍ନାବଶେଷ ପଡ଼ିରହିଛି। ୧୦୦ଟି ଟ୍ରକ୍ ୨୪ ଘଣ୍ଟା କାମରେ ଲାଗିଲେ ବି ଭଗ୍ନାବଶେଷ କୁ ହଟାଇବା ଲାଗି ୧୫ ବର୍ଷ ଲାଗିଯିବ। ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ।

Read More
{}{}