Home >>Odisha National-International

UCC from Today: ଆଜିଠୁ ଲାଗୁ ହେବ ୟୁନିଫର୍ମ ସିଭିଲ୍‍ କୋଡ୍‍, ସମସ୍ତ ନାଗରିକଙ୍କ ପାଇଁ ସମାନ ଦେଓ୍ୱାନୀ ଆଇନ

ନୂଆଦିଲ୍ଲୀ: ସବୁ ନାଗରିକଙ୍କୁ ଏକ ପ୍ରକାର ଦେଓ୍ୱାନୀ ଆଇନରେ ଶାସନ ପାଇଁ ଉତ୍ତରାଖଣ୍ଡ ସରକାର ଆଜିଠାରୁ ସମାନ ଦେଓ୍ୱାନୀ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‍ ଲାଗୁ କରିବା ଲାଗି ପଦକ୍ଷେପ ନେଇଛନ୍ତି। ୨୦୨୨ରେ ନିର୍ବାଚନ ଜିତିବା ପରେ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ୍‍ ଏହି ନିଷ୍ପତ୍ତିକୁ ପ୍ରଥମ ବୈଠକରେ ଗ୍ରହଣ କରିଥିଲେ। ଏହି କ୍ରମରେ ଉତ୍ତର

Advertisement
UCC from Today: ଆଜିଠୁ ଲାଗୁ ହେବ ୟୁନିଫର୍ମ ସିଭିଲ୍‍ କୋଡ୍‍, ସମସ୍ତ ନାଗରିକଙ୍କ ପାଇଁ ସମାନ ଦେଓ୍ୱାନୀ ଆଇନ
Prabhudatta Moharana|Updated: Jan 27, 2025, 07:51 AM IST
Share

UCC from Today: ନୂଆଦିଲ୍ଲୀ: ସବୁ ନାଗରିକଙ୍କୁ ଏକ ପ୍ରକାର ଦେଓ୍ୱାନୀ ଆଇନରେ ଶାସନ ପାଇଁ ଉତ୍ତରାଖଣ୍ଡ ସରକାର ଆଜିଠାରୁ ସମାନ ଦେଓ୍ୱାନୀ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‍ ଲାଗୁ କରିବା ଲାଗି ପଦକ୍ଷେପ ନେଇଛନ୍ତି। ୨୦୨୨ରେ ନିର୍ବାଚନ ଜିତିବା ପରେ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ୍‍ ଏହି ନିଷ୍ପତ୍ତିକୁ ପ୍ରଥମ ବୈଠକରେ ଗ୍ରହଣ କରିଥିଲେ। ଏହି କ୍ରମରେ ଉତ୍ତରାଖଣ୍ଡ ବିଧାନସଭାରେ ଏକ ବିଧେୟକ ପାରିତ ହୋଇ ଗତ ମାର୍ଚ୍ଚ ମାସରେ ରାଷ୍ଟ୍ରପତିଙ୍କ ଅନୁମୋଦନ ହାସଲ କରିଛି। 

କେନ୍ଦ୍ରର ବିଜେପି ସରକାର ଦେଶରେ ସମାନ ଦେଓ୍ୱାନୀ ସଂହିତା ଲାଗୁ କରିବା ଲାଗି ଲକ୍ଷ୍ୟ ରଖିଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଅନେକ ଥର ସୂଚନା ଦେଇଛନ୍ତି। ହେଲେ ନା ଭାରତ ସରକାର ନା ଭାରତର କୌଣସି ରାଜ୍ୟ ଏ ବିଷୟରେ କୌଣସି ପଦକ୍ଷେପ ନେଇଛନ୍ତି। ଏଣୁ ଉତ୍ତରାଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ସବୁ ରାଜ୍ୟ ପାଇଁ ଆଲୋକବର୍ତ୍ତିକା ହେବ ବୋଲି କୁହାଯାଉଛି। 

ଦେଶରେ ଧର୍ମ, ପନ୍ଥ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଦେଓ୍ୱାନୀ ଆଇନକୁ ସମାନ ରୂପେ ଲାଗୁ କରିବା ଲାଗି ଏହି ଆଉନ୍‍ ଲକ୍ଷ୍ୟ ରଖିଛି। ଏବେ ଦେଶର  ଭିନ୍ନ ଭିନ୍ନ ଧାର୍ମିକ ସମ୍ପ୍ରଦାୟ ଭିନ୍ନ ଭିନ୍ନ ଭାବେ ନିଜର  ଦେଓ୍ୱାନୀ କାର୍ଯ୍ୟ ପାଇଁ ନିୟମ ଆପଣାଉଛନ୍ତି। ଏହାଦ୍ୱାରା ନାଗରିକଙ୍କ ପାଇଁ ନିଆଯାଉଥିବା ପଦକ୍ଷେପ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ଅଲଗା ରହୁଛି। ଗୋଟିଏ ରାଷ୍ଟ୍ରରେ ଭିନ୍ନ ଭିନ୍ନ ଆଇନକୁ ପ୍ରଚଳନ ନ କରି ଗୋଟିଏ ଆଇନ ଲାଗି ବିଜେପି ଲକ୍ଷ୍ୟ ରଖିଛି। 

ଉତ୍ତରାଖଣ୍ଡରେ ବିଜେପି  ୟୁସିସି ଲାଗି ପାଇଁ ୨୦୨୨ ମସିହା ନିର୍ବାଚନ ଶୋଭାଯାତ୍ରାରେ ଘୋଷଣା କରିଥିଲା। ଏହାପରେ ପ୍ରଥମ କ୍ୟାବିନେଟ୍‍ ଏହାକୁ ଅନୁମୋଦନ କରିବା ପରେ ଜଣା ଅବସରପ୍ରାପ୍ତ ବିାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି ଆଇନକୁ କିପରି ଲାଗୁ କରାଯିବ ତାହାର ସ୍ୱଥନ୍ତ୍ର କାର୍ଯ୍ୟପନ୍ଥା ଏଥିରେ ପ୍ରସ୍ତୁତ ହୋଇଥିଲା। ମେ’ ୨୭, ୨୦୨୨ରେ ସୁପ୍ରିମକୋର୍ଟଙ୍କ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ଦେଢ଼ ବର୍ଷ ପରେ ୪ଟି ଖଣ୍ଡରେ ଆଇନକୁ କିପରି ଲାଗି କରାଯାଇପାରିବ ସେ ସମ୍ବନ୍ଧରେ ରିପୋର୍ଟ ଦେଇଥିଲେ। ଏହି  ରିପୋର୍ଟକୁ ଆଧାର କରି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି।

Read More
{}{}