Waqf Amendment Act 2025: ଆଜିଠାରୁ (୮ ଏପ୍ରିଲ ମଙ୍ଗଳବାର) ସାରା ଦେଶରେ ୱାକଫ (ସଂଶୋଧନ) ଆଇନ ୨୦୨୫ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସରକାର ପୂର୍ବରୁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ଯେଉଁଥିରେ ଅନୁରୋଧ କରାଯାଇଛି ଯେ, ଆଇନ ବିରୁଦ୍ଧରେ କୌଣସି ଆବେଦନ ଉପରେ କିଛି ନିର୍ଦ୍ଦେଶ ଦେବା ପୂର୍ବରୁ କେନ୍ଦ୍ରର ମତାମତ ଶୁଣିବାକୁ ପଡିବ।
ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାର, ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ଧାରା ୧ ର ଉପ-ଧାରା (୨) ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ଏପ୍ରିଲ ୮ କୁ ଏହାର କାର୍ଯ୍ୟକାରୀ ତାରିଖ ଭାବରେ ଘୋଷଣା କରୁଛନ୍ତି। ଏହାର ଅର୍ଥ ହେଉଛି ଯେ ଏବେଠାରୁ ଏହି ଆଇନ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି।
ଅନ୍ୟପଟରେ, ୱାକଫ ସଂଶୋଧନ ଆଇନକୁ ବିରୋଧ କରି ଆଜି ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଏକ ହିଂସାତ୍ମକ ଖବର ସାମ୍ନାକୁ ଆସିଛି। ସନ୍ଧ୍ୟାରେ, ମୁର୍ଶିଦାବାଦରେଲ ବିକ୍ଷୋଭ ପ୍ରଦର୍ଶନକାରୀ ପୋଲିସ ଗାଡ଼ି ସମେତ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ବୋଲି ସୂଚନା ମିଳିଛି । କୁହାଯାଉଛି ଯେ, ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ସଂଘର୍ଷ ସମୟରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା।
Central government files caveat application in the Supreme Court urging it to hear the government in the petitions filed before it challenging validity of Waqf (Amendment) Act, 2025.
A Caveat application is filed by a litigant to ensure that no adverse order is passed against… pic.twitter.com/MXeFtiKWSO
— ANI (@ANI) April 8, 2025
ଆପଣଙ୍କୁ କହିରଖୁଛୁ ଯେ, ବହୁ ତର୍କ ବିତର୍କ ପରେ ସଂସଦର ଉଭୟ ଗୃହରେ ୱାକଫ୍ (ସଂଶୋଧନ) ବିଲ୍, ୨୦୨୫ ଗୃହୀତ ହୋଇଥିଲା। ରାଜ୍ୟସଭାରେ ୧୨୮ ଜଣ ସାଂସଦ ଏହା ସପକ୍ଷରେ ଭୋଟ ଦେଇଥିଲେ ଏବଂ ୯୫ ଜଣ ବିପକ୍ଷରେ ଭୋଟ ଦେଇଥିଲେ। ସେହିପରି ଲୋକସଭାରେ ଏହି ବିଲ୍ ୨୮୮ ଭୋଟରେ ଗୃହୀତ ହୋଇଥିଲା । ଏପ୍ରିଲ ୫ ତାରିଖ ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଅନୁମୋଦନ କରିଥିଲେ।
Also Read- Sun Transit: ମେଷରେ ସୂର୍ଯ୍ୟଙ୍କ ଚଳନ, ଚମକିବ ୫ରାଶିର ଭାଗ୍ୟ