Home >>Odisha National-International

PM Modi: ଆଉ କିଛି ସମୟ ପରେ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ LIVE

PM Modi: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଙ୍ଗରେ ବୁଡ଼ ପକାଇବେ। ଆଉ କିଛି ସମୟ ପରେ ପ୍ରୟାଗରାଜର ସଙ୍ଗମସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ନାନ କରିବା ସହ ଗଙ୍ଗା ମା’ଙ୍କୁ ପୂଜା କରିବେ। ୨୦୧୩ କୁମ୍ଭ ପରେ ଏହା ପ୍ରୟାଗରାଜରେ ଦ୍ୱତୀୟ ସ୍ନାନ। ଏଥିଲାଗି ସେ ପ୍ରୟାଗରାଜରେ ପହଞ୍ଚିଛନ୍ତି।  

Advertisement
PM Modi: ଆଉ କିଛି ସମୟ ପରେ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ LIVE
Narmada Behera|Updated: Feb 05, 2025, 11:16 AM IST
Share

PM Modi: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଙ୍ଗରେ ବୁଡ଼ ପକାଇବେ। ଆଉ କିଛି ସମୟ ପରେ ପ୍ରୟାଗରାଜର ସଙ୍ଗମସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ନାନ କରିବା ସହ ଗଙ୍ଗା ମା’ଙ୍କୁ ପୂଜା କରିବେ। ୨୦୧୩ କୁମ୍ଭ ପରେ ଏହା ପ୍ରୟାଗରାଜରେ ଦ୍ୱତୀୟ ସ୍ନାନ। ଏଥିଲାଗି ସେ ପ୍ରୟାଗରାଜରେ ପହଞ୍ଚିଛନ୍ତି।  

 

  
ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ  ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି।  

ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ ଟି ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି।

Read More
{}{}